Odiaପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ , ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ସମ୍ବଲପୁର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ୬୮ ହଜାର ୧୬୦ କୋଟିର ୧୮ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ସମ୍ବଲପୁର ରେଳଷ୍ଟେସନର ନବୀକରଣ କାର୍ଯ୍ୟର ଶୁଭାରମ୍ଭ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନକୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ସୋନପୁରରୁ ପୁରୀକୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏନଟିପିସିର [...]
Odiaଆପ୍ ନେତା ସଞ୍ଜୟ ସିଂହଙ୍କୁ ରାଜ୍ୟସଭା ସାଂସଦ ଭାବେ ଶପଥ ନେବାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଶପଥ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ସଞ୍ଜୟ ସିଂହ ଶପଥ ଗ୍ରହଣ ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲେ। ନୂଆଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସଞ୍ଜୟ ସିଂହଙ୍କୁ ଫେବୃଆରୀ ୫ ତାରିଖ ଦିନ ସଂସଦକୁ ନେବାକୁ ଜେଲ୍ କର୍ତ୍ତୁପକ୍ଷଙ୍କୁ ଓନିର୍ଦ୍ଦେଶ ଦେଇଛନ୍ତି। ଏଥର ମଧ୍ୟ ଆମ୍ [...]
Odiaପଞ୍ଜାବ ରାଜ୍ୟପାଳ ବନୱାରି ଲାଲ ପୁରୋହିତଙ୍କ ଇସ୍ତଫା
ଚଣ୍ଡିଗଡ଼: ପଞ୍ଜାବ ରାଜ୍ୟପାଳ ବନୱାରି ଲାଲ ପୁରୋହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡର ପ୍ରଶାସକ ପଦରୁ ଇସ୍ତଫା ଦେଇଛନ୍ତି। ବନୱାରି ଅଗଷ୍ଟ ୨୦୨୧ରେ ପଞ୍ଜାବର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ସହ ବନୱାରି ଲାଲ ପୁରୋହିତଙ୍କ ବିବାଦ ଲାଗି ରହିଥିଲା। ଦୁଇ ଦିନ ତଳେ ହିଁ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍ ରାଜ୍ୟପାଳ ତାଙ୍କୁ ହଇରାଣ କରୁଛନ୍ତି [...]
Odiaପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟିତ, ସମ୍ମିଳନୀର ପ୍ରସ୍ତାବ ଅନୁଯାୟୀ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ ହେବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ [...]
ଗଞ୍ଜାମ ଜିଲ୍ଲାର ସମସ୍ତ ୩୬ଟି ଥାନାରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ୩୬ଟି ଥାନା ଆଗରେ ଆଜି ସମବେତ ହୋଇଥିଲେ ପୋଲିସ ଅଧିକାରୀ ଓ କର୍ମଚାରୀ। ୟୁନିଫର୍ମ ପିନ୍ଧି ସମସ୍ତେ ସୁସଜ୍ଜିତ ହୋଇଥିଲେ। ଥାନା ପରିସର ମଧ୍ୟ ବେଶ୍ ସ୍ବଚ୍ଛ ଓ ସୁନ୍ଦର ଥିଲା। ଆଉ ଠିକ୍ ପୂର୍ବାହ୍ନ ୧୧ଟାରେ ସମସ୍ତେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଆମ ରାଜ୍ୟର ଏହି ରାଷ୍ଟ୍ରୀୟ ଗାନକୁ ଏକ ସ୍ବରରେ ସମସ୍ତେ ଗାଇବା ବେଳେ ମନ ଉତଫୁଲ୍ଲିତ ଓ ହୃଦୟ ଉଲ୍ଲସିତ ଥିଲା। [...]
Odiaଜୀବିତ ଅଛନ୍ତି ପୁନମ୍ ପାଣ୍ଡେ, ପବ୍ଲିସିଟି ଷ୍ଟଣ୍ଟ୍ ଥିଲା ମୃତ୍ୟୁ ଖବର
ମୁମ୍ବାଇ: ମଡେଲ ପୁନମ୍ ପାଣ୍ଡେ ଜୀବିତ ଅଛନ୍ତି। ଏହି ଅଭିନେତ୍ରୀ ଶନିବାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜ ମୃତ୍ୟୁ ଖବର ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ଗର୍ଭାଶୟ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ତାଙ୍କ ମୃତ୍ୟୁ ଗୁଜବ ଏକ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା ବୋଲି ସେ କହିଛନ୍ତି। ଗର୍ଭାଶୟ କର୍କଟରେ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ଖବର ପ୍ରଚାରିତ ହୋଇଥିଲା। ଖୋଦ୍ ଏହି ୩୨ ବର୍ଷୀୟା ମଡେଲଙ୍କ ଟିମ୍ [...]
Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଅନୁଭୂତି ନେବା ପାଇଁ ମେଟାଭର୍ସ ଡିଜିଟାଲ ପ୍ଲାଟଫର୍ମ ସହ ଯୋଡି ହୁଅନ୍ତୁ
ଭୁବନେଶ୍ୱର – ଆଜିଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିନି ଦିନ ଧରି ଚାଲିବ ଓଡ଼ିଆ ଅସ୍ମିତାର ପରିଚୟ ବହନ କରୁଥିବା ଏହି ଐତିହାସିକ ସମ୍ମିଳନୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏହି ମହାପର୍ବର ବିଶେଷ ଅନୁଭୂତି ହାସଲ କରିବା ପାଇଁ ମେଟାଭର୍ସ ଡିଜିଟାଲ ପ୍ଲାଟଫର୍ମ ସହିତ ଯୋଡ଼ି ହୁଅନ୍ତୁ। ନିମ୍ନଲିଖିତ ଲିଙ୍କ୍ କ୍ଲିକ୍ କରନ୍ତୁ: [...]
Odiaପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଭୁବନେଶ୍ୱର ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତିନିଦିନିଆ ସମ୍ମିଳନୀରେ ଦେଶ ବିଦେଶର ଶତାଧିକ ଲେଖକ, ସାହିତ୍ୟିକ ଓ ଭାଷାବିତଙ୍କ ସମାଗମ ହୋଇଛି। ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍ ଏଥିରେ ଉପସ୍ଥିତ ରହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ [...]
Odiaଲାଲ କୃଷ୍ଣ ଆଡଭାନୀଙ୍କୁ ମିଳିବ ‘ଭାରତ ରତ୍ନ’ ସମ୍ମାନ
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଘୋଷଣା କରିଛନ୍ତି । ଲାଲ କୃଷ୍ଣ ଆଡଭାନୀ ୫ ଥର ଲୋକସଭା ଏବଂ ୪ ଥର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହାଛଡ଼ା ସେ ଭାରତୀୟ ଜନତା ପାର୍ଟିର ତିନିଥର ସଭାପତି ରହିଛନ୍ତି। ସେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଉପ [...]
Odiaଯଶସ୍ବୀଙ୍କ ଦ୍ୱିଶତକ ସତ୍ତ୍ୱେ ୪୦୦ ଟପି ପାରିଲାନି ଭାରତ
ବିଶାଖାପାଟନମ୍: ଯଶସ୍ବୀ ଜୈସୱାଲଙ୍କ ଚମତ୍କାର ଦ୍ୱିଶତକ ସତ୍ତ୍ୱେ ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ମାତ୍ର ୩୯୬ ରନରେ ଶେଷ ହୋଇଛି । ଦଳ ତରଫରୁ ଯଶସ୍ୱୀ ଏକା ଲଢ଼ିଥିଲେ । ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୩୩୬/୬ରୁ ଖେଳ ଆରମ୍ଭ କରିଥିବା ବେଳେ ଆଉ ମାତ୍ର ୬୦ ରନ୍ ଯୋଡ଼ି ଅଲ୍ଆଉଟ୍ ହୋଇଯାଇଥିଲା । ପ୍ରଥମ ଦିନରେ ୧୭୯ ରନ୍ କରି ଅପରାଜିତ ରହିଥିବା ଯଶସ୍ବୀ ଆଜି ଖୁବ୍ ଶୀଘ୍ର ତାଙ୍କ କ୍ୟାରିୟରର ପ୍ରଥମ [...]
