ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ସମ୍ବଲପୁର ଗସ୍ତ : ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ

Odiaପ୍ରଧାନମନ୍ତ୍ରୀଙ୍କ ଆସନ୍ତା ସମ୍ବଲପୁର ଗସ୍ତ : ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେବ୍ରୁଆରୀ ୩ ତାରିଖରେ ଭାରତୀୟ ପ୍ରବନ୍ଧ ସଂସ୍ଥାନ ( ଆଇଆଇଏମ୍ ) , ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ବୈଠକ ଆଜି ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ସେ ସଂପୃକ୍ତ କର୍ତ୍ତୃପକ୍ଷ , ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦେଶ ଓ [...]
ବ୍ରହ୍ମପୁର ଆଇଟିଆଇ ରାଜ୍ୟରେ ପ୍ରଥମ
ବ୍ରହ୍ମପୁର: ନିଆରା ଉଦ୍ଭାବନ, ଯୁଗପଯୋଗୀ ବର୍ଜ୍ୟରୁ ସମ୍ପଦ ଉପକରଣ ନିର୍ମାଣ, କ୍ୟାମ୍ପସ୍ ଚୟନ ଜରିଆରେ ଦେଶର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଆଖିଦୃଶିଆ ପ୍ଲେସମେଣ୍ଟ, ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଆଡମିଶନ୍- ତାଲିମ- ନିଯୁକ୍ତିରେ ପ୍ରୋତ୍ସାହନ ଦେଇ ପୂର୍ବରୁ ବହୁ ପ୍ରଶଂସା ସାଉଁଟିଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଏବେ ପୁଣି ଉତ୍ତମ ପ୍ରଦର୍ଶନ ସହ ଦକ୍ଷତା ପ୍ରତିପାଦନ କରି ରାଜ୍ୟରେ ପ୍ରଥମ ହୋଇଛି ଏହି ଶିଳ୍ପ ତାଲିମ ଅନୁଷ୍ଠାନ। ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇଟିଆଇର ତିନିଗୋଟି ମଡେଲ୍ ପ୍ରଦର୍ଶିତ ହୋଇଥିଲା। [...]
Odiaବଜେଟ୍ ନେଇ ବିରୋଧୀଙ୍କ ପ୍ରତିକ୍ରିୟା, କହିଲେ ଏହା ସରକାରଙ୍କ ‘ବିଦାୟୀ ବଜେଟ୍’, ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟକୁ ବିରୋଧୀ ନିରାଶାଜନକ ଏବଂ ସରକାରଙ୍କ ‘ବିଦାୟୀ ବଜେଟ୍’ ବୋଲି କହିଛନ୍ତି। ଏଥିରେ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ । ଏହାଛଡ଼ା ମୁଦ୍ରାସ୍ଫୀତି ଓ ବେକାରୀ ଭଳି ପ୍ରସଙ୍ଗରେ ଉଲ୍ଲେଖ ନାହିଁ ବୋଲି କହିଛନ୍ତିି ବିରୋଧୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଆର୍ଥିକ ବର୍ଷ ପାଇଁ ଗୁରୁବାର ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟରେ ଯ ଜନପ୍ରିୟ ଘୋଷଣାକୁ ଏଡ଼ାଯାଇ ସଂସ୍କାର ଉପରେ [...]
୫-ଟି ଅଧ୍ୟକ୍ଷଙ୍କ ଅକ୍ଷର ଭୂମି ପରିଦର୍ଶନ, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା
ଭୁବନେଶ୍ୱର – ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସନ୍ଧ୍ୟାରେ ଜନତା ମଇଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଯୋଡିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ ଷ୍ଟ୍ରିମିଙ୍ଗ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି [...]
Odia୧୬ଟି ଉପ ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍ କେନ୍ଦ୍ର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୬ଟି ଉପଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ ୫-ଟି ଉପକ୍ରମରେ ଉପଜିଲ୍ଲାସ୍ତରରେ ୩୨ଟି ଡାଏଲେସିସ୍ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ମାଗଣାରେ ଚିକିତ୍ସା ଦିଆଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ବିଏସକେଓ୍ବାଇ ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା [...]
Odia୫-ଟି ଅଧ୍ୟକ୍ଷଙ୍କ ଗଜପତି ଓ ଢେଙ୍କାନାଳ ଜିଲ୍ଲା ଗସ୍ତ : ଜିରାଙ୍ଗରେ ପଦ୍ମସମ୍ଭବ ମଠର ଅଭିଷେକ ଉତ୍ସବରେ ଯୋଗଦାନ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଗଜପତି ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ସାଧାରଣ ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଗଜପତି ଜିଲ୍ଲା ଗସ୍ତ କରି ୫-ଟି ଅଧ୍ୟକ୍ଷ ଜିରାଙ୍ଗରେ ପଦ୍ମସମ୍ଭବ ମଠର ଅଭିଷେକ ଉତ୍ସବରେ ଯୋଗ ଦେଇଥିଲେ। ପରେ ୨ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା [...]
Odiaଜିରାଙ୍ଗ ବୌଦ୍ଧ ମନ୍ଦିରରେ ଧ୍ୟାନ କଲେ ୫-ଟି ଅଧ୍ୟକ୍ଷ, ସନ୍ନ୍ୟାସୀଙ୍କ ସହ ଭାବ ବିନିମୟ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ଠାରେ ଥିବା ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ତିବ୍ଦତୀୟମାନଙ୍କ ତରଫରୁ ସପ୍ତାହେବ୍ୟାପୀ ଏକ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମେରିକା, ଋଷ, ଫ୍ରାନ୍ସ, ସ୍ୱିଜରଲାଣ୍ଡ ସମେତ ନେପାଳ, ଭୁଟାନ, ତିବ୍ବତ ଆଦି ବିଭିନ୍ନ ଦେଶରୁ ବହୁ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇ ପୂଜାର୍ଚ୍ଚନା କରିଛନ୍ତି। ଆଜି ଏହି ପୂଜାର ଶେଷ ଦିନ ଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ୫ଟି [...]
Odiaଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗ ବନ୍ଦ କରିବ ଆଇଏମଡି, ଚାଷୀକୂଳ ପ୍ରଭାବିତ ହେବା ଆଶଙ୍କା
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ଲକ୍ ସ୍ତରରେ ଲକ୍ଷାଧିକ ଚାଷୀଙ୍କୁ ପାଣିପାଗ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ । ଏହାଛଡ଼ା ଜିଲ୍ଲା କୃଷି ପାଣିପାଗ ବିଭାଗ ଚାଷୀ ମାନଙ୍କୁ ଫସଲ କ୍ଷତି ହ୍ରାସ କରିବା ସହ ଆୟ ବୃଦ୍ଧି କରିବାରେ ସହାୟକ ହେଉଥିଲା | ତେବେ ଏହି ସେବା ବନ୍ଦ ହେବା ଦ୍ବାରା ଚାଷୀକୂଳ ପ୍ରଭାବିତ ହେବା [...]
Odiaଗିରଫ ବିରୋଧରେ ସୁପ୍ରିମକୋର୍ଟ ଗଲେ ହେମନ୍ତ ସୋରେନ, କାଲି ହେବ ଶୁଣାଣି
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ତାଙ୍କୁ ଗିରଫ ନିଷ୍ପତ୍ତି ବିରୋଧରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପାରଦୀୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ତିନି ଜଣିଆ ଖଣ୍ଡପୀଠ ଶୁକ୍ରବାର ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବେଦନର ଶୁଣାଣି କରିବେ । ସୋରେନଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ କପିଳ ସିବଲ ଏବଂ [...]
Odiaଅନ୍ତରୀଣ ବଜେଟରେ ‘ଲୋକପ୍ରିୟ’ ଘୋଷଣା ପରିବର୍ତ୍ତେ ସଂସ୍କାର ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆଗାମୀ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ଲୋକପ୍ରିୟ ଘୋଷଣା ପରିବର୍ତ୍ତେ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ତଥା ଅନ୍ତରୀଣ ବଜେଟରେ ଗୋଟିଏ ପଟେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜିଗତ ବ୍ୟୟ ୧୧ ପ୍ରତିଶତ ବୃଦ୍ଧି ସହ ୧୧.୧୧ ଲକ୍ଷ କୋଟି କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ପାଇଁ [...]
