Odiaନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା
ଭୁବନେଶ୍ୱର – ବରିଷ୍ଠ ଆଇପିଏସ ଅଫିସର ସଞ୍ଜୀବ ପଣ୍ଡା ଆଜି ଭୁବନେଶ୍ୱର -କଟକ କମିଶନରେଟ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନ ନେଇଛନ୍ତି । ବିଦାୟୀ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସଞ୍ଜୀବଙ୍କୁ ଆନୁଷ୍ଠାନିକ ଭାବେ ପୋଲିସ କମିଶନର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଥିଲେ । ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ୧୯୯୪ ବ୍ୟାଚ [...]
Odiaଜୟନାରାୟଣଙ୍କ ଝିଅଙ୍କ ଆର୍ବିଭାବକୁ ନେଇ ଝଡ଼, ପଦ ଛାଡ଼ିଲେ ଜିଲ୍ଲା ସଭାନେତ୍ରୀ
ସମ୍ବଲପୁର: ସମ୍ବଲପୁର ବିଜେପିରେ ବିଦ୍ରୋହ। ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀଙ୍କ ରାଜନୈତିକ ମଇଦାନରେ ପ୍ରବେଶକୁ ନେଇ ଦଳରେ ଏକପ୍ରକାର ଝଡ ସୃଷ୍ଟି ହେଲାଣି। ଝିଅ ଶୁଭଶ୍ରୀ ଏବଂ ଧର୍ମପତ୍ନୀ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି। ଆଉ ଏହାକୁ ବିରୋଧ କରି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଆଜି ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ [...]
Odiaଫିଲ୍ମଫେୟାର ପୁରସ୍କାର ୨୦୨୪: ରଣବୀର-ଆଲିଆ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ’12th Fail’ ଶ୍ରେଷ୍ଠ ଚଳଚ୍ଚିତ୍ର
ଗାନ୍ଧୀନଗର: ୬୯ ତମ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ‘ଆନିମଲ’ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ ‘ରକି ଔର ରାନୀ କି ପ୍ରେମ କାହାନି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଏହାଛଡ଼ା ବିକ୍ରାନ୍ତ ମାସେଙ୍କ ଅଭିନୀତ ଚଳଚ୍ଚିତ୍ର ”12th Fail” ଚଳିତ ବର୍ଷର ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ଏହି ଫିଲ୍ମ ପାଇଁ ମଧ୍ୟ ବିଧୁ ବିନୋଦ ଚୋପ୍ରା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର [...]
Odiaକେନ୍ଦ୍ର ମନ୍ତ୍ରୀଙ୍କ ଦାବି, ଆସନ୍ତା ସପ୍ତାହରୁ ଦେଶରେ ଲାଗୁ ହେବ ସିଏଏ
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବ । କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏପରି ଦାବି କରିଛନ୍ତି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ବୀପ ଠାରେ ଏକ ସଭାରେ ସେ କହିଛନ୍ତି, ମୁଁ ଏହି ମଞ୍ଚରୁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ୭ ଦିନ ମଧ୍ୟରେ କେବଳ ବେଙ୍ଗଲ୍ ନୁହେଁ ବରଂ ସମଗ୍ର ଦେଶରେ ସିଏଏ ଲାଗୁ ହେବ। ଏହି ଆଇନ ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ସୁଦ୍ଧା [...]
ଅଯୋଧ୍ୟା ରାମ ମନ୍ଦିରକୁ ଜଗିବ ଇସ୍ରାଏଲର ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ପାଞ୍ଚ କିଲୋମିଟର ଯାଏଁ ଶତ୍ରୁଙ୍କ ଉପରେ ରଖିବ ନଜର

Odiaଅଯୋଧ୍ୟା ରାମ ମନ୍ଦିରକୁ ଜଗିବ ଇସ୍ରାଏଲର ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ପାଞ୍ଚ କିଲୋମିଟର ଯାଏଁ ଶତ୍ରୁଙ୍କ ଉପରେ ରଖିବ ନଜର
ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ପାଇଁ ବର୍ତ୍ତମାନ ଠୋସ୍ ପଦକ୍ଷେପ ନିଆଯାଉଛି। ମନ୍ଦିରର ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ପୋଲିସର ସ୍ୱତନ୍ତ୍ର କମାଣ୍ଡୋ ମୁତୟନ ହୋଇଛନ୍ତି। ଖୁବ୍ ଶୀଘ୍ର ୟୁପି ପୋଲିସ ଏଠାରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ ସ୍ଥାପନ କରିବ। ସୂଚନାନୁସାରେ, ୟୁପି ପୋଲିସ ଇସ୍ରାଏଲରୁ ଏହି ଆଣ୍ଟି ଡ୍ରୋନ୍ ସିଷ୍ଟମ କିଣିବ। ଏହି ଡିଲ୍ ସମ୍ପ୍ରତି ଶେଷ ପର୍ଯ୍ୟାୟରେ ଅଛି | ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟରେ ମଧ୍ୟ ଆଣ୍ଟ୍ରି ଡ୍ରୋନ୍ [...]
Odiaଆଜି ୫ ଜିଲ୍ଲାର ୩୪୩ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟରେ ଆଜି ୩୪୩ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ଜିଲ୍ଲାର ୩୪୩ଟି ହାଇସ୍କୁଲ ଲୋକାର୍ପିତ ହେବ । କଳାହାଣ୍ଡି ଜିଲ୍ଲାର ୭୩ଟି, କନ୍ଧମାଳର ୪୬, କୋରାପୁଟର ୮୨, ଭଦ୍ରକର ୬୦ ଓ ସୁନ୍ଦରଗଡ଼ ଜିଲ୍ଲାର ୮୨ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ପ୍ରଥମେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଥିଲେ [...]
Odiaବିହାରରେ ଏନଡିଏ ସରକାର ଗଠନ ପରେ ଆରଜେଡି ବିରୋଧରେ ଆକ୍ସନ, ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ୍
ପାଟନା: ନାଟକୀୟ ଢଙ୍ଗରେ ପଟ ପରିବର୍ତ୍ତନ ପରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ରବିବାର ନବମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ କରିବା ପରେ ଏନଡିଏ ବର୍ତ୍ତମାନ ଆରଜେଡି ବିରୋଧରେ ପ୍ରଥମ ଆକ୍ସନ ନେଇଛି । ବିଧାନସଭା ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଇଛି ଏନଡିଏ । ଯଦି ଆରଜେଡି ନେତା ଅବଧ ବିହାରୀ ଚୌଧୁରୀ ବାଚସ୍ପତି ପଦରୁ ଇସ୍ତଫା ନ [...]
Odiaଖସୁଛି ପାରଦ, ବଢୁଛି ଶୀତ : ୩୧ରୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ବର – ରାଜ୍ୟର ଅନେକ ଅଞ୍ଚଳରେ ଶୀତ ବଢ଼ିଛି ।ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ବହୁଥିବାରୁ ପ୍ରବଳ ଜାଡ ଅନୁଭବ ହେବା ସହ ପାରଦ ହ୍ରାସ ପାଇଛି । ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ଏଣେ ଆସନ୍ତା ୩୧ରୁ ରାଜ୍ୟରେ ପୁଣି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜାନୁଆରୀ ୩୧ ତାରିଖରୁ ତିନି ଦିନ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ। ବର୍ତ୍ତମାନ ରାଜ୍ୟରେ ପ୍ରବଳ [...]
Odiaଧୀରେ ଧୀରେ ଉଷ୍ମ ହେଉଛି ନିର୍ବାଚନୀ ବାତାବରଣ, ଆଜି ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ
ଭୁବନେଶ୍ବର – ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାୟ ସବୁ ଦଳ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ରଣ କୌଶଳ ପ୍ରସ୍ତୁତିରେ ସବୁ ଦଳ ଲାଗିପଡିଛନ୍ତି। ନିର୍ବାଚନୀ ବାତାବରଣ ଧୀରେ ଧୀରେ ଉଷ୍ମ ହେଉଥିବା ବେଳେ ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ତଥା ଇଣ୍ଡିଆ ମେଣ୍ଟ ଆବାହକ ମଲ୍ଲିକାର୍ଜୁନ ଖଡଗେ । ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଏକ ଦଳୀୟ ସମାବେଶରେ ଯୋଗଦେବେ ଖଡଗେ । ସମାବେଶରେ ଜିଲ୍ଲା ସଭାପତି, ବ୍ଲକ ସଭାପତି, [...]
ଗୋପାଳପୁର ବେଳାଭୂମି ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଉଦଯାପିତ: ଲୋକକଳାକୁ ମଞ୍ଚ ଦେଉଛନ୍ତି ରାଜ୍ୟ ସରକାର
ବ୍ରହ୍ମପୁର: ଚାରିଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ରବିବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଛି। ରାଜ୍ୟର ଏହା ଅନ୍ୟତମ ଅଗ୍ରଣୀ ମହୋତ୍ସବ ଯାହା ଲୋକକଳାକୁ ପ୍ରଦର୍ଶିତ କରିବା ସୁଯୋଗ ଦେଇଛି। ରାଜ୍ୟର ନବୀନ ପଟ୍ଟନାୟକ ସରକାର ଲୋକକଳାକୁ ଏଭଳି ମହୋତ୍ସବ ଜରିଆରେ ମଞ୍ଚ ଯୋଗାଇ ଦେଉଛନ୍ତି ବୋଲି ଶେଷ ସନ୍ଧ୍ୟାରେ ମତ ପ୍ରକାଶ ପାଇଛି। ଶେଷ ସନ୍ଧ୍ୟାରେ ଅତିଥି ଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ [...]
