Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା, ସିସିଟିଭି ନଜରରେ ରହିବ ପୁରୀ ସହର
ପୁରୀ – ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସମେତ ବରିଷ୍ଠ ଅଧିକାରୀ ମୁତୟନ ହେବେ। ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୋଲିସ ମୁତୟନ ରହିବେ। କେବଳ ୧୭ ତାରିଖ ଲୋକାର୍ପଣ ଦିନ ପାଇଁ ଅଧିକ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । [...]
Odiaବୁଗୁଡ଼ା ନିକଟରେ ଗଛକୁ ଧକ୍କା ଦେଲା ବସ୍: ୨୫ ଆହତ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ କୁଆନଳା ଗ୍ରାମ ଛକରେ ଗଜରାଜ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବ୍ରହ୍ମପୁରରୁ ବୁଗୁଡା ଯାଉଥିବା ଏହି ବସ୍ ଉକ୍ତ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଏକ ଚାକୁଣ୍ତା ଗଛ ସହ ପିଟି ହୋଇଯାଇଥିଲା। ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା।ଫଳରେ ବସରେ ଥିବା ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ଜଣ ଗୁରୁତର ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯିବାର ବ୍ୟବସ୍ଥା [...]
Odiaପକ୍ଷୀ ଗଣନା ରିପୋର୍ଟ ପ୍ରକାଶିତ: ହୀରାକୁଦରେ ବଢିଲା ବିଦେଶାଗତଙ୍କ ସଂଖ୍ୟା
ସମ୍ବଲପୁର: ଚଳିତ ବର୍ଷ ପୁଣି ହୀରାକୁଦରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେବଳ ସଂଖ୍ୟା ନୁହେଁ ପ୍ରଜାତି ମଧ୍ଯ ବଢିଛି। ଆଜି ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି। ଚଳିତ ବର୍ଷ ଗତ ୮ ତାରିଖରେ ହୀରାକୁଦ ଜଳଭଣ୍ଡାରର ୫ ଶହ ବର୍ଗ କିମି ଅଞ୍ଚଳ ସମେତ ପାୱାର୍ ଚ୍ୟାନେଲରେ ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ୭୮ ଜଣିଆ ଦଳ ୩୨ ଟି ଟିମରେ ବିଭକ୍ତ ହୋଇ ଗଣନା କରିଥିଲେ। ପ୍ରତି ମୋଟର ବୋଟରେ ପକ୍ଷୀ ବିଶାରଦଙ୍କ [...]
Odiaନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ ନୂଆ ଆଇନ ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ନୂଆ ଆଇନ ସମ୍ପର୍କରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ରକୁ ନୋଟିସ୍ ଜାରି କରି ଜବାବ ଲୋଡିଛନ୍ତି । ତେବେ ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହି ଆଇନରେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରୁଥିବା ଚୟନ ପ୍ୟାନେଲରୁ ଦେଶର ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି । ଏପ୍ରିଲରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ସଞ୍ଜୀବ [...]
Odiaଟ୍ରାଫିକ ଇନ୍ସପେକ୍ଟରଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା
ତାଳଚେର – ତାଳଚେର ଟ୍ରାଫିକ ଇନ୍ସପେକ୍ଟରଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା। ଭିଜିଲାନ୍ସ ଚଢ଼ାଉ ବେଳେ ତାଳଚେର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରାଙ୍କଠାରୁ ଠାବ ହୋଇଛି ନଗଦ ୨୪ ଲକ୍ଷ ଟଙ୍କା। ଜିତେନ୍ଦ୍ର ବେଆଇନ ଭାବେ ନଗଦ ଟଙ୍କା ରଖିଥିବା ଅଭିଯୋଗ ପରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କ ଗାଡିରୁ ନଗଦ ୧୧ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କର ୨ଟି ଘରେ ଯାଞ୍ଚ କରି ଯଥାକ୍ରମେ ୩ ଲକ୍ଷ ଓ ୧୦ ଲକ୍ଷ ଟଙ୍କା [...]
Odiaଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ମମତାଙ୍କ ବିରୋଧ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ‘ଏକ ଦେଶ, ଏକ ନିର୍ବାଚନ’ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ସହମତ ନୁହଁନ୍ତି । ସେ ଆଇନ ସଚିବଙ୍କୁ ଚିଠି ଲେଖି ନିଜ ବିରୋଧ ଜଣାଇଛନ୍ତି । ମମତା କହିଛନ୍ତି, ଦେଶରେ ଏକକାଳୀନ ନିର୍ବାଚନ ଗ୍ରହଣୀୟ ନୁହେଁ। ଏହା ସମ୍ବିଧାନ ବିରୁଦ୍ଧ। ମୋଦୀ ସରକାର ‘ଏକ ଦେଶ-ଏକ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ଗଠନ [...]
Odiaତିନିରୁ ଅଧିକ ସନ୍ତାନ ଥିଲେ ସରକାରୀ ଯୋଜନାର ଲାଭ ପାଇବେ ନାହିଁ ମହିଳା, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆସାମ ସରକାରଙ୍କ ନୂଆ ପଦକ୍ଷେପ
ଗୌହାଟୀ: ଆସାମ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି । କେବଳ ଛୋଟ ପରିବାରକୁ ସରକାରୀ ଯୋଜନାର ସୁବିଧା ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏଥିପାଇଁ ମହିଳାମାନଙ୍କ ପାଇଁ ‘ମହିଳା ଉଦ୍ୟୋଗୀ ଅଛୋନି’ ନାମକ ଏକ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଅନୁଯାୟୀ ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀର ୩୯ ଲକ୍ଷ ମହିଳାଙ୍କୁ ତିନି ବର୍ଷ ମଧ୍ୟରେ ତିନିଟି ପର୍ଯ୍ୟାୟରେ ଆର୍ଥିକ [...]
Odiaପଶ୍ଚିମବଙ୍ଗରେ ପୁଣି ଇଡିର ଆକ୍ସନ, ମନ୍ତ୍ରୀଙ୍କ ସହ ଅନେକ ଟିଏମସି ନେତାଙ୍କ ଘରେ ଚଢ଼ାଉ
କୋଲକାତା: ପଶ୍ଚିମବଙ୍ଗରେ ପୁଣି ଆକ୍ସନ ମୋଡରେ ଇଡି । ମ୍ୟୁନିସିପାଲିଟି ସଂସ୍ଥାଗୁଡ଼ିକରେ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ସକାଳୁ ରାଜ୍ୟ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷଙ୍କ ଘରେ ଚଢ଼ାଉ କରିଛି। କୋଲକାତା ସହ ରାଜ୍ୟର ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ସୂଚନାନୁସାରେ, ଇଡି ସୁଜିତ ବୋଷଙ୍କ ସହ ଟିଏମସି ମୁଖପାତ୍ର ତଥା ବିଧାୟକ ତାପସ ରୟ ଏବଂ ଉତ୍ତର ଦମ୍ ଦମ୍ ପୌରପାଳିକାର ପୂର୍ବତନ ସଭାପତି ସୁବୋଧ ଚକ୍ରବର୍ତ୍ତୀ ଓ [...]
Odiaଆଜିଠୁ ପୁଣି ଲେଉଟିବ ଶୀତ
ଭୁବନେଶ୍ୱର – ଆଜିଠୁ ପୁଣି ଶୀତ ବଢିବା ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ତାପମାତ୍ରାରେ ହ୍ରାସ ହେବା ସମ୍ଭାବନା ରହିଥିବାରୁ ଶୀତ ପୁଣି ଫେରିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼଼ିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏଣେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡି ଦେଖାଦେଇଛି।
Odiaଜାତୀୟ ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ଫାଇନାଲରେ ଓଡ଼ିଶା, ଆଜି କର୍ଣ୍ଣାଟକ ସହ ଟାଇଟଲ ଲଢେଇ
ଭୁବନେଶ୍ୱର – ବେଙ୍ଗାଳୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଦଳ । ସେମିଫାଇନାଲରେ ଓଡ଼ିଶା ୧୯ ରନରେ ଆନ୍ଧ୍ରପ୍ରଦେଶକୁ ହରାଇଛି । ଆଜି ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଓଡ଼ିଶା, କର୍ଣ୍ଣାଟକକୁ ଭେଟିବ । ସେମିଫାଇନାଲରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୧୮୩ରନ କରିଥିଲା। ଝିଲି ବିରୁଆ ୮୨, ମୁନି ପୂର୍ତ୍ତି ୪୪, ପାର୍ବତୀ ମାଣ୍ଡିଂ ୨୦ ରନ କରିଥିଲେ। ଜବାବରେ ଆନ୍ଧ୍ରପ୍ରଦେଶ [...]
