Odiaଆଜି କୃଷି ଓଡ଼ିଶା -୨୦୨୪ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୪’ । ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି ସମାବେଶରେ ସାମିଲ ହେବେ ୫ ହଜାର ମହିଳା ଚାଷୀ, ୨ ହଜାର ଏସଏଚଜି ମହିଳା ଓ କୃଷି ଉଦ୍ୟୋଗୀ । ଚଳିତବର୍ଷ ‘କୃଷି ଓଡ଼ିଶା’ ର ବିଷୟ ବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଆଜିଠୁ ତ୍ରିଦିନାତ୍ମକ ଯଜ୍ଞ ପାଇଁ ପ୍ରସ୍ତୁତି, ଆଚାର୍ଯ୍ୟ ବରଣ କରିବେ ଗଜପତି ମହାରାଜା
ପୁରୀ – ଚଳିତମାସ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୌଷ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିର ଲୋକାର୍ପଣ ହେବ । ଲୋକାର୍ପଣ ପାଇଁ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହେଉଛି । ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ ପାଇଁ ଆଜି ଆଚାର୍ଯ୍ୟ ବରଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସାଧୁ ସମାଜ ସଂଗ ମହିଦେବା । ଜନୁ ତନୁ ଧରେଂ କରହିଂ ସୁଖ ସେବା ॥ ସୋହନ ସାଥ ସୁଭଗ ସୁତ ଚାରୀ । ଜନୁ ଅପବରଗ ସକଳ ତନୁଧାରୀ ॥ ଭାବାର୍ଥ :- ମହାରାଜା ଦଶରଥଙ୍କ ସହିତ ଚାଲୁଥିବା ପରମ ହର୍ଷ ଯୁକ୍ତ ସାଧୁସନ୍ଥ ଓ ବ୍ରାହ୍ମଣମାନଙ୍କ ମଣ୍ଡଳୀର ଶୋଭା ଏପରି ଦିଶୁଥିଲା ଯେପରି ସମସ୍ତ ସୁଖ ସମୃଦ୍ଧି ଗୋଟିଏ ଶରୀର ଧାରଣ କରି ରାଜାଙ୍କ ସେବାରେ ନିୟୋଜିତ ଥିଲେ [...]
ଗୀତା ଉପଦେଶ: ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି

Odiaଗୀତା ଉପଦେଶ: ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି
ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ଚ ତେଜଶ୍ଚାସ୍ମି ବିଭାବସୌ। ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ । ଭଗବାନ ଶ୍ରୀକୃଷ୍ଣ ନିଜର ବିଭୁତି ବିଷୟରେ କହିବାକୁ ଅର୍ଜୁନଙ୍କୁ କହୁଛନ୍ତି – ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ। ଅର୍ଥାତ ସେ କିପରି ସମସ୍ତ ବସ୍ତୁର ମୌଳିକ ଗୁଣ ଅଟନ୍ତି, ଶ୍ରୀକୃଷ୍ଣ ତାହାର ବର୍ଣ୍ଣନା ଅବ୍ୟାହତ ରଖିଛନ୍ତି । ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ [...]
Odiaପ୍ରଥମ ଟି-୨୦: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ
ମୋହାଲି: ଭାରତ ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ସିରିଜର ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୪ରେ ଇନ୍ଦୋରରେ ଖେଳାଯିବ। ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ [...]
Odiaନୟନତାରାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’କୁ ନେଇ ବିବାଦ, ଧାର୍ମିକ ଭାବନାକୁ ଆଘାତ ଅଭିଯୋଗରେ ମାମଲା ରୁଜୁ; ନେଟଫ୍ଲିକ୍ସରୁ ବି ହଟିଲା
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’କୁ ନେଇ ବିବାଦ ଉଠିଛି । ଏହି ଫିଲ୍ମକୁ ନେଇ ଦୁଇ ଦକ୍ଷିଣପନ୍ଥୀ ସଂଗଠନ ଅଭିନେତ୍ରୀ ନୟନତାରା ଏବଂ ଫିଲ୍ମ ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ଏତଲା ଦେଇଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ର କିଛି ଦୃଶ୍ୟ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି । ଫିଲ୍ମକୁ ନେଇ ବିବାଦ ପରେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରୁ ମଧ୍ୟ ଏହାକୁ [...]
Odiaମୂରଲୀଧରଙ୍କ ଭକ୍ତି ସଂଗୀତ ‘ଶ୍ୟାମସୁନ୍ଦର’ ଲୋକାର୍ପିତ
ସମ୍ବଲପୁର : କବି ମୂରଲୀଧର ଭୋଇଙ୍କ ରାଧାକୃଷ୍ଣ ପ୍ରେମ ଆଧାରିତ ଭକ୍ତି ସଂଗୀତ ଶ୍ୟାମସୁନ୍ଦର ଆଜି ମାଁ ସମଲେଶ୍ବରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି। ଏଥିରେ ଅତିଥି ଭାବେ ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା କାଳିଆ ଓ କୃଷକ ସଶକ୍ତିକରଣ ଉପଦେଷ୍ଟା ସଞ୍ଜୟ ବାବୁ, ପ୍ରମେୟର ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ବେତକୁମାର ପ୍ରଧାନ, ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା ଏବଂ ଦୈନିକ ସକାଳର [...]
Odiaବଲାଙ୍ଗିର ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବଲାଙ୍ଗିର ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ୫-ଟି ଅଧ୍ୟକ୍ଷ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ସହ ବିଚାର ଆଲୋଚନା କରିଛନ୍ତି। ବଲାଙ୍ଗିର ଗାନ୍ଧି ଷ୍ଟାଡିୟମରେ ଆୟୋଜିତ ୫-ଟି ଅଧ୍ୟକ୍ଷ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲାର ସମସ୍ତ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସେ ବିଚାର ଆଲୋଚନା କରିଥିଲେ। ଯୁବକଯୁବତୀଙ୍କ ସାମଗ୍ରିକ [...]
Odiaମଣିପୁରରେ ପୁଣି ହିଂସା, ନିଖୋଜ ତିନି ଜଣଙ୍କ ଶବ ମିଳିଲା
ଇମ୍ଫାଲ୍: ମଣିପୁରର ପୁଣି ହିଂସା ଘଟଣା ସାମ୍ନାକୁ ଆସିଛି । କାଠ ସଂଗ୍ରହ କରିବାକୁ ଚୁଡାଚନ୍ଦ୍ରପୁର ଜିଲ୍ଲା ଯାଇ ନିଖୋଜ ଥିବା ତିନି ଜଣ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ପୋଲିସ କହିଛି, ମୃତକ ସବୁ ବିଷ୍ଣୁପୁର ଜିଲ୍ଲା ଆକାସୋଇର ବାସିନ୍ଦା। ସେମାନେ ବୁଧବାର ଅପରାହ୍ନରେ ନିକଟସ୍ଥ ପାହାଡ଼ରୁ କାଠ ସଂଗ୍ରହ କରିବାକୁ ଚୁଡାଚନ୍ଦ୍ରପୁର ଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କହିଛି, ଚୁଡାଚନ୍ଦ୍ରପୁର ଜିଲ୍ଲାର ହାଓତକ୍ ଫେଲେନ୍ ନିକଟରେ [...]
୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନରେ ୩୮୯ଟି ସ୍କୁଲ ଲୋକାର୍ପିତ

Odia୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନରେ ୩୮୯ଟି ସ୍କୁଲ ଲୋକାର୍ପିତ
ଭୁବନେଶ୍ବର – ପିଲାମାନଙ୍କ ମଧ୍ୟରେ ବିପୁଳ ଆନନ୍ଦ ଉତ୍ସାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୫ଟି ଜିଲ୍ଲା – ଗଞ୍ଜାମ, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ ବରଗଡ ଜିଲ୍ଲାର ୩୮୯ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।ସଏଥିରେ ଗଞ୍ଜାମ ଜିଲ୍ଲାର ୧୪୯ଟି ହାଇସ୍କୁଲ, ଝାରସୁଗୁଡାର ୧୧ଟି, ଜଗତସିଂହପୁରର ୫୭ଟି, କେନ୍ଦ୍ରାପଡାର ୧୧୨ଟି ଓ ବରଗଡର ୬୦ଟି [...]
