Odiaବଲାଙ୍ଗୀରରେ ନୂଆ-ଓ ଜିଲ୍ଲା ଉତ୍ସବ
ବଲାଙ୍ଗୀର : ଆଜି ନୂଆ-ଓ ଜିଲ୍ଲା ଉତ୍ସବ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ “୫-ଟି” ତଥା “ନବୀନ ଓଡ଼ିଶା”ର ଅଧ୍ୟକ୍ଷ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ପାଇଁ ସହ ବଲାଙ୍ଗୀର ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରିଡା ଓ ସାଂସ୍କୃତିକ ବିକାଶ ନିମନ୍ତେ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି [...]
Odiaବିଶ୍ବର ଏହି ୬ଟି ଦେଶର ପାସପୋର୍ଟ ସବୁଠୁ କ୍ଷମତାଶାଳୀ, ଭାରତର ମାନ୍ୟତା କେତେ ଜାଣନ୍ତୁ
ନୂଆଦିଲ୍ଲୀ: ନିକଟରେ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ପାସପୋର୍ଟ ଦେଶର ଏକ ନୂଆ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଭାରତ ପୂର୍ବ ଅପେକ୍ଷା ଏଥର ଭଲ ମାନ୍ୟତା ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ ଗତଥର ପରି ସିଙ୍ଗାପୁର ଏବଂ ଜାପାନ ଏଥର ମଧ୍ୟ ଏହି ତାଲିକାରେ ଟପ୍ପର ହୋଇଛନ୍ତି | ଏହି ଦୁଇ ଦେଶର ପାସପୋର୍ଟ ଗତ ପାଞ୍ଚ ବର୍ଷ ଧରି ହେନଲି ଇଣ୍ଡେକ୍ସରେ ସବୁଠାରୁ କ୍ଷମତାଶାଳୀ ପାସପୋର୍ଟ ହୋଇ ରହିଆସିଛି। କିନ୍ତୁ ଚଳିତ [...]
Odiaସରକାରୀ ବାସଭବନରୁ ମିଳିଲା ବିଡିଓଙ୍କ ଝୁଲନ୍ତା ମୃତଦେହ
ବାଲେଶ୍ଵର – ସରକାରୀ ବାସଭବନରୁ ମିଳିଲା ବିଡିଓଙ୍କ ଝୁଲନ୍ତା ମୃତଦେହ। ଆଜି ସନ୍ଧ୍ୟାରେ ସିମୁଳିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତଦେହ ତାଙ୍କ ସରକାରୀ ବାସଗୃହରୁ ଠାବ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କ ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବିଡିଓଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବିଶ୍ୱରଞ୍ଜନ ମହାନ୍ତି ପ୍ରାୟ ୬ ମାସ ତଳେ ସିମୁଳିଆ ବିଡିଓ ଭାବେ ନିଯୁକ୍ତି [...]
Odiaବିଜେଡିର ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ଘୋଷଣା: ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଉପଦେଷ୍ଟା
ଭୁବନେଶ୍ୱର – ନିଜର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଘୋଷଣା କରିଛି ବିଜୁ ଜନତା ଦଳ । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡିର ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଉପଦେଷ୍ଟା ଭାବେ ପ୍ରଫୁଲ୍ଲ କୁମାର ସାମଲ ଓ ଦେବୀପ୍ରସାଦ ମିଶ୍ର, ଉପଦେଷ୍ଟା ଭାବେ ଲତିକା ପ୍ରଧାନ, ପ୍ରଦୀପ ମାଝୀ ଓ ଗୋପବନ୍ଧୁ ଦାଶଙ୍କୁ ନିଯୁକ୍ତି ମିଳିଛି । ରବିନାରାୟଣ ନନ୍ଦ ସାମ୍ମୁଖ୍ୟର ସଂଯୋଜକ ପଦ ବଜାୟ ରଖିଛନ୍ତି । ପ୍ରବୀର [...]
୫-ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟ : ୩୮୯ଟି ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ରାଜ୍ୟର ଶିକ୍ଷାର ବିକାଶ ପାଇଁ ୫-ଟି ଅଧୀନରେ ସରକାରୀ ହାଇସ୍କୁଲ ଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି। ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ୧୪୯, ଝାରସୁଗୁଡ଼ା ଜିଲ୍ଲାର ୧୧, ଜଗତସିଂହପୁର ଜିଲ୍ଲାର ୫୭, କେନ୍ଦ୍ରାପଡ଼ାର ୧୧୨ ଓ ବରଗଡ଼ ଜିଲ୍ଲାର ୬୦ଟି ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ଲୋକାର୍ପଣ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ତାରିଖ ପାଖେଇ ଆସୁଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଶେଷ ହୋଇଛି ପ୍ରକଳ୍ପ କାର୍ଯ୍ୟ । ଏଣେ ଆସନ୍ତା ୧୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ବୈଠକରେ ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଆଚାର୍ଯ୍ୟ ବରଣ ଓ ଅଙ୍କୁରାପଣ କାର୍ଯ୍ୟକ୍ରମ ଗଜପତି ମହାରାଜାଙ୍କ ଦ୍ବାରା ଶ୍ରୀନଅରରେ ହେବ । [...]
Odiaକାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମେହବୁବା ମୁଫତି
ଅନନ୍ତନାଗ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତିଙ୍କ କାର୍ ଗୁରୁବାର ଅନନ୍ତନାଗ ଜିଲ୍ଲାର ସଙ୍ଗମ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ ମୁଫତି ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ତାଙ୍କ କାର୍ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ସଡ଼କ ଦୁର୍ଘଟଣାରେ ମେହବୁବା ମୁଫତିଙ୍କ କିଛି କ୍ଷତି ହୋଇନାହିଁ । ତେବେ ତାଙ୍କ ଡ୍ରାଇଭରଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। [...]
Odiaସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୩ : ଭୁବନେଶ୍ୱର ଓ ଚିକିଟିକୁ ପୁରସ୍କାର
ନୂଆଦିଲ୍ଲୀ – ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୩ରେ ଭୁବନେଶ୍ବରକୁ ମିଳିଛି ସ୍ୱଚ୍ଛ ସହର ପୁରସ୍କାର। ସ୍ୱଚ୍ଛ ସହର ରାଙ୍କରେ ଏଥର ଭୁବନେଶ୍ବର ୩୪ ସ୍ଥାନରେ ରହିଛି । ଗତଥର ଭୁବନେଶ୍ବର ୮୦ତମ ସ୍ଥାନରେ ରହିଥିଲା । ଏହା ସହ ଭୁବନେଶ୍ବର ପାଇଛି ପ୍ରଥମ ଓ୍ବାଟର ପ୍ଲସ ପୁରସ୍କାର। ଗତ ଥର ଏହା ଓଡିଏଫ୍ ପ୍ଲସ ପ୍ଲସ ରହିଥିଲା । ଅଳିଆ ମୁକ୍ତ ସହର ଭାବେ ମଧ୍ୟ ଭୁବନେଶ୍ବରକୁ ମିଳିଛି ପୁରସ୍କାର । ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର [...]
Odiaଦିଲ୍ଲୀ ସହ ଉତ୍ତର ଭାରତରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସହ ଉତ୍ତର ଭାରତରେ ଗୁରୁବାର ତିନିଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଭୂକମ୍ପ କେନ୍ଦ୍ର ଆଫଗାନିସ୍ତାନରେ ଥିଲା | ଦିଲ୍ଲୀ-ଏନସିଆର ବ୍ୟତୀତ ଜମ୍ମୁ କାଶ୍ମୀର ଓ ପାକିସ୍ତାନରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର ଲାହୋର, ଇସଲାମାବାଦ ଏବଂ ଖାଇବର ପଖତୁନଖ୍ବାରେ ମଧ୍ୟ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ର [...]
Odiaସ୍ଥଳସେନା ମୁଖ୍ୟଙ୍କ ସୂଚନା, ଚୀନ୍ ସୀମାରେ ପରିସ୍ଥିତି ସମ୍ବେଦନଶୀଳ
ନୂଆଦିଲ୍ଲୀ: ଚୀନ୍ ସୀମାରେ ପରିସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ ରହିଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମ ପ୍ରସ୍ତୁତି ଉଚ୍ଚ ସ୍ତରର ରହିଛି | ଆମେ ସୀମାକୁ ଯଥେଷ୍ଟ ପରିମାଣରେ ସମ୍ବଳ ପଠାଇବା ଜାରି ରଖିଛୁ, ଯାହା ଫଳରେ ଆମ ସେନା ପୂର୍ବ ଲଦାଖରେ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବ ବୋଲି ସେ ଏକ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି । ସେ ଆହୁରି କହିଛନ୍ତି, [...]
