Odiaଜାତୀୟ କ୍ରୀଡା ପୁରସ୍କାର ପାଇଥିବାରୁ ଓଏମସିକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର – ୨୦୨୩ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଥିବାରୁ ଓଡ଼ିଶା ଖଣି ନିଗମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କର୍ପୋରେଟ ସୋସିଆଲ ରେସପନ୍ସିବିଲିଟି ଜରିଆରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବାରୁ ଓଏମସିକୁ ଜାତୀୟ ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀରେ ଓଏମସିକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡାର ବିକାଶ ଓ ପ୍ରସାର ପାଇଁ ଓଏମସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାତୀୟ ସ୍ତରରେ ସ୍ବୀକୃତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Odiaମା’ ପାଲଟିଲା ପିଶାଚି: ନିଜ ୪ ବର୍ଷର ପୁଅକୁ ହତ୍ୟା କଲେ ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ, ଗୋଆରୁ କର୍ଣ୍ଣାଟକ ମୃତଦେହ ଆଣୁଥିବା ବେଳେ ଗିରଫ
ପାଣାଜୀ: ଏକ ଷ୍ଟାର୍ଟ ଅପ୍ କମ୍ପାନୀର ୩୯ ବର୍ଷୀୟା ସିଇଓ ଗୋଆରେ ନିଜ ଚାରି ବର୍ଷର ପୁଅକୁ ହତ୍ୟା କରି ଶବକୁ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକକୁ ନେଇଥିବା ଅଭିଯୋଗ ହୋଇଛି। ଗୋଆ ପୋଲିସ ଅଭିଯୁକ୍ତା ସୁଚନା ସେଠଙ୍କୁ ରବିବାର ରାତିରେ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଗିରଫ କରିଥିଲା। ସେ ନିଜ ପୁଅକୁ କାହିଁକି ହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଅନଲାଇନ୍ ପ୍ଲାଟଫର୍ମ ‘ଲିଙ୍କଡଇନ୍’ରେ ସୂଚନା ସେଠଙ୍କ ପେଜ୍ ଅନୁଯାୟୀ, ସେ ଏକ ଷ୍ଟାର୍ଟ ଅପ୍ କମ୍ପାନୀ [...]
Odiaନବରଙ୍ଗପୁର ଜିଲ୍ଲା ରାଇଘରରେ ୫-ଟି ଅଧ୍ୟକ୍ଷ, ବିକାଶମୂଳକ କାର୍ଯ୍ୟର ସମୀକ୍ଷା
ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ରାଇଘରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେଠାରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତ ମାର୍ଚ୍ଚ ମାସରେ ନବରଙ୍ଗପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ପାଳନ ସମ୍ପର୍କରେ ଅବଗତ କରିଛନ୍ତି ୫-ଟି ଅଧ୍ୟକ୍ଷ। ୯ ମାସ ଭିତରେ ନବରଙ୍ଗପୁର ଜିଲ୍ଲା ୪୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଉମରକୋଟ୍ ନିର୍ବାଚନମଣ୍ଡଳୀ ପାଇଁ ୨ଶହ କୋଟି ମଞ୍ଜୁର ହୋଇଛି । ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଜାଡ଼ିଗାଁ, ରାଇଘରରେ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । [...]
Odiaଆକାଶପଥରେ ଯୋଡି ହେଲା ମାଲକାନଗିରି, ବିମାନ ବନ୍ଦର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି । ଆକାଶପଥରେ ଯୋଡି ହୋଇ ଇତିହାସ ରଚିଲା ମାଲକାନଗିରି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରେ ଏକ ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି। ଏହା ଦ୍ୱାରା ମାଲକାନଗିରି ସ୍ୱପ୍ନ ପୂରଣ ହୋଇଛି। ମାଲକାନଗିରି ଆକାଶପଥ ମାନଚିତ୍ରରେ ସ୍ଥାନିତ ହୋଇଛି। ଏହା ଦ୍ୱାରା ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ [...]
Odiaଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ, ମହମ୍ମଦ ସାମିଙ୍କ ସହ ୨୬ ଜଣ ପାଇଲେ ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି । ଷ୍ଟାର୍ ବ୍ୟାଡମିଣ୍ଟନ ଯୋଡି ଚିରାଗ ଶେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଏଥର ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଛନ୍ତି | ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସମେତ ୨୬ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ଗତ ବର୍ଷ ଦିନିକିଆ ବିଶ୍ୱକପରେ ସାମି ଚମତ୍କାର [...]
Odiaମାଲକାନଗିରିକୁ ଆରମ୍ଭ ହେଲା ବିମାନସେବା: ବିମାନବନ୍ଦରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ
ମାଲକାନଗିରି -ଆକାଶପଥ ସହ ଯୋଡି ହୋଇଛି ମାଲକାନଗିରି। ସ୍ୱାଭିମାନ ଅଞ୍ଚଳରେ ଲେଖାଯାଇଛି ବିକାଶର ନୂଆ ଅଧ୍ୟାୟ। ଆଜି ମାଲକାନଗିରି ବିମାନବନ୍ଦରକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନବନ୍ଦରର ନବନିର୍ମିତ ରନୱେରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ ।
Odiaମହଙ୍ଗା ପଡ଼ିବ ଭାରତ ବିରୋଧୀ ଆଭିମୁଖ୍ୟ ! ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀଙ୍କ ପ୍ରସ୍ତୁତି
ମାଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିପାରେ। ଭାରତ ପକ୍ଷରୁ ତୀବ୍ର ଆପତ୍ତି ପରେ ମାଲଦ୍ୱୀପ ଏହାର ତିନି ମନ୍ତ୍ରୀ ମାଲଶା ସରିଫ, ମରିୟମ ଶିଉନା ଏବଂ ଅବଦୁଲ୍ଲା ମହଜୁମ ମାଜିଦଙ୍କୁ ନିଲମ୍ବିତ କରିଥିଲା । ତଥାପି ଏହି ବିବାଦ ଥମିବା ଭଳି ଲାଗୁନି । ଭାରତ ଭଳି ବନ୍ଧୁତ୍ବପୂର୍ଣ୍ଣ ସହଯୋଗୀକୁ ଅପମାନିତ କରି ଏବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଦେଶରେ ହିଁ ବିରୋଧର [...]
Odiaପ୍ରଥମ ଥର ୟୁନେସ୍କୋର ବିଶ୍ୱ ଐତିହ୍ୟ କମିଟିର ଅଧ୍ୟକ୍ଷତା କରିବ ଭାରତ
ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ଅଧ୍ୟକ୍ଷତା କରିବା ସୁଯୋଗ ପାଇଛି। ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ପରବର୍ତ୍ତୀ ବୈଠକ ଜୁଲାଇ ୨୧ ରୁ ୩୧ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ | ଏଥିରେ ଅଧ୍ୟକ୍ଷତା କରିବ ଭାରତ। ୟୁନେସ୍କୋର ଭାରତର ସ୍ଥାୟୀ ପ୍ରତିନିଧୀ ବିଶାଲ ଭି ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ବୈଠକ ବର୍ଷକୁ ଥରେ ଆୟୋଜିତ ହୋଇଥାଏ | ଏହି କମିଟି ବିଶ୍ୱ ଐତିହ୍ୟର ସଂରକ୍ଷଣ ଏବଂ [...]
Odiaଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ନୟାଗଡ଼ – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ମୋଟର ଭେଇକିଲ ଇନ୍ସପେକ୍ଟର -ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ପଞ୍ଚାନନଙ୍କ ପୈତୃକ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ପଞ୍ଚାନନଙ୍କ ନୟାଗଡ଼ ସ୍ଥିତ କାର୍ଯ୍ୟାଳୟ ଓ ଭଡ଼ା ଘର ସମେତ ଭୁବନେଶ୍ୱର ଶୈଳଶ୍ରୀବିହାର ସ୍ଥିତ କୋଠା, ପାଣ୍ଡରା ସ୍ଥିତ ଘର, କଟକ ସାଲେପୁରର ପୈତୃକ ଘରେ ଚଢ଼ାଉ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଓ ଭୁବନେଶ୍ୱର ପାଣ୍ଡରାରେ [...]
Odiaଆଜିଠୁ କଳିଙ୍ଗ ଷ୍ଟାଡିୟମରେ ସୁପର୍ କପ୍ ଫୁଟବଲ
ଭୁବନେଶ୍ୱର – ଆଇକନିକ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆଉ ଏକ ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଜା ନେଇପାରିବେ କ୍ରୀଡ଼ାପ୍ରେମୀ। ଆଜିଠାରୁ କଳିଙ୍ଗରେ ଆରମ୍ଭ ହେଉଛି ଘରୋଇ ଫୁଟବଲର ଆଉ ଏକ ଅଗ୍ରଣୀ ଟୁର୍ଣ୍ଣାମେଣ୍ଟ – ସୁପର୍ କପ୍ ର ଚତୁର୍ଥ ସଂସ୍କରଣ । ଏ ବର୍ଷଠାରୁ ଟୁର୍ଣ୍ଣାମେଣ୍ଟର ନାଁ ପରିବର୍ତ୍ତନ କରାଯାଇଛି। ଏଣିକି ଏହା କଳିଙ୍ଗ ସୁପରକପ୍ ନାଁରେ ଖେଳାଯିବ । ଆଜିଠୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଉଛନ୍ତି। ଇଣ୍ଡିଆନ ସୁପରଲିଗର [...]
