Odiaଛତିଶା ନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ
ପୁରୀ – ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଉପରେ ମୋହର ଲାଗିଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଦତ୍ତ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଚୂଡାନ୍ତ ହୋଇଥିବା ନିତୀକାନ୍ତି ନିର୍ଘଣ୍ଟ ଅନୁସାରେ ଜୁନ ୨୨ ଭୋର ସାଢେ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ମଧ୍ୟରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ପରେ ପୂର୍ବାହ୍ନ ୯ଟା [...]
Odiaଟି-୨୦ ବିଶ୍ୱକପ୍ରୁ ପାକିସ୍ତାନ ବିଦା, ପଦାର୍ପଣରେ ଆମେରିକା ସୁପର ୮କୁ ଉନ୍ନୀତ
ଫୋର୍ଟ ଲାଉଡରହିଲ (ଫ୍ଲୋରିଡା): ବର୍ଷା ଯୋଗୁଁ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ପ୍ରଥମ ଥର ଟି-୨୦ ବିଶ୍ୱକପ ଖେଳୁଥିବା ଆମେରିକା ସୁପର-୮କୁ ଉନ୍ନୀତ ହୋଇଛି। ଆୟର୍ଲାଣ୍ଡ-ଆମେରିକା ମ୍ୟାଚ୍ ବାତିଲ ହେବା ଯୋଗୁଁ ପୂର୍ବତନ ଚାମ୍ପିୟନ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ଆମେରିକା ଏହାର ପ୍ରଥମ ଦୁଇଟି ମ୍ୟାଚରେ ପଡ଼ୋଶୀ କାନାଡ଼ା ଏବଂ ଶକ୍ତିଶାଳୀ ପାକିସ୍ତାନକୁ ହରାଇଥିଲା । ଦଳ ତୃତୀୟ ମ୍ୟାଚରେ ଭାରତ ଠାରୁ ହାରି ଯାଇଥିଲା । କିନ୍ତୁ ଗ୍ରୁପ୍ ଏ’ରେ [...]
Odiaରାଜ୍ୟ ସଂଗ୍ରହାଳୟରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ [...]
Odiaଧରାକୋଟ: ଟ୍ରକ୍ ଧକ୍କାରେ ଚାହା ଦୋକାନୀ ମୃତ, ଜଣେ ଗୁରୁତର, ଚାରି ଆହତ
ଭଞ୍ଜନଗର: ମୃତ୍ୟୁ ଏମିତି ବି ଆସେ। ଅନ୍ୟମାନଙ୍କ ପାଇଁ ଚାହା କରୁଥିଲେ। ଆଉ କିଛି ଜଣ ଅପେକ୍ଷା କରିଥିଲେ ଗରମ ଚାହାର ମଜା ନେବା ପାଇଁ। ହେଲେ ସତେ ଯେମିତି ଯମ ଦୂତ ଭାବେ ଦ୍ରୁତଗାମୀ ଟ୍ରକ୍ ମାଡ଼ି ଆସିଲା। ଟ୍ରକ୍ ଧକ୍କାରେ ଚାହା ଦୋକାନୀ ମହେନ୍ଦ୍ର ବିଷୋୟୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକ ଠାରେ ଶୁକ୍ରବାର ଏଭଳି ଦୁର୍ଘଟଣା ଘଟିଛି। ସେହି ଗାଁର କାମେଶ୍ବର ସେଠିଙ୍କ [...]
Odiaବିବାଦରେ ଆମୀର ଖାନଙ୍କ ପୁଅଙ୍କ ଡେବ୍ୟୁ ଫିଲ୍ମ ‘ମହାରାଜ’, ରିଲିଜ୍ ଉପରେ ଲାଗିଲା ରୋକ୍
ଅହମ୍ମଦାବାଦ: ଆମୀର ଖାନଙ୍କ ପୁଅ ଜୁନୈଦଙ୍କ ଡେବ୍ୟୁ ଫିଲ୍ମ ‘ମହାରାଜ’ ରିଲିଜ୍ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡ଼ିଛି। ଗୁଜରାଟ ହାଇକୋର୍ଟ ‘ମହାରାଜ’ର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି । ଏହି ଫିଲ୍ମ ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ବୈଷ୍ଣବ ସମ୍ପ୍ରଦାୟ ଦାବି କରିଛନ୍ତି । ଜଷ୍ଟିସ ସଂଗୀତା ବିଶେନଙ୍କ ଜଣିକିଆ ଖଣ୍ଡପୀଠ ଏହି ଫିଲ୍ମ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ଫିଲ୍ମ ଶୁକ୍ରବାର ନେଟଫ୍ଲିକ୍ସରେ ରିଲିଜ୍ ହେବାର ଥିଲା। କୋର୍ଟ କେନ୍ଦ୍ର ସରକାର, [...]
Odiaରାଜ୍ୟରେ ଆସନ୍ତା ୧୭ରୁ ବର୍ଷିବ
ଭୁବନେଶ୍ୱର – ରଜ ପରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ରାଜ୍ୟରେ ଆସନ୍ତା ୧୭ ତାରିଖରୁ ବର୍ଷା ସମ୍ଭାବନା ରହିଛି । ଜୁନ୍ ୧୭ ତାରିଖରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ବର୍ଷା ହେବ । ୧୮ରୁ ୧୯ ତାରିଖ ମଧ୍ୟରେ ୪ ଜିଲ୍ଲାରେ ପ୍ରବଳ ବର୍ଷା [...]
Odiaକାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ଭୁବନେଶ୍ୱର – ନବଗଠିତ ବିଧାନସଭାର ବିଧାୟକମାନଙ୍କୁ ଶପଥ ପାଠ କରାଇବା ପାଇଁ ପ୍ରୋଟେମ ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଥିବା ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଶପଥ ପାଠ କରାଇଥିଲେ। ଚଳିତମାସ ୧୭ ଓ ୧୮ ତାରିଖରେ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ପ୍ରୋଟେମ ସ୍ପିକର । ଏଥିସହ ୨୦ ତାରିଖରେ ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା କରିବେ ପ୍ରୋଟେମ [...]
Odiaକୁଏତ ଅଗ୍ନିକାଣ୍ଡରେ ମୃତ ଭାରତୀୟଙ୍କ ମଧ୍ୟରେ ଦୁଇ ଓଡ଼ିଆ, ଆଜି ଭାରତ ଆସୁଛି ମୃତଦେହ
ଭୁବନେଶ୍ୱର – କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଅଛନ୍ତି। ସେମାନେ ହେଲେ କଟକ ଜିଲ୍ଲା ଆଠଗଡର ମହମ୍ମଦ ଜୋହର ଓ ଗଞ୍ଜାମ ଜିଲ୍ଲା ରଣଝାଲିର ସନ୍ତୋଷ ଗୌଡ଼ । ମହମ୍ମଦ ଜୋହରଙ୍କ ଘର ଆଠଗଡ଼ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁ । ସେ ଦକ୍ଷିଣ କୁଏତର ମଙ୍ଗଫ ସହର ଏକ ଟ୍ରେଡିଙ୍ଗ କମ୍ପାନୀରେ ସିଭିଲ ଲାବୋରା୍ଟରୀ ଟେକନିସିଆନ ଭାବେ କାର୍ଯ୍ୟରତ ଥିଲେ । ସେଠାରେ ଥିବା ସମ୍ପର୍କୀୟଙ୍କ ଦ୍ଵାରା ତାଙ୍କର [...]
Odiaଟି-୨୦ ବିଶ୍ୱକପ: ୪୮ ରନର ଟାର୍ଗେଟକୁ ୧୯ ବଲରେ ଚେଜ୍ କଲା ଇଂଲଣ୍ଡ, ସୁପର-୮ ଆଶା ଉଜ୍ଜୀବିତ
ନର୍ଥ ସାଉଣ୍ଡ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ଟି-୨୦ ବିଶ୍ୱକପର ଏକ ଗ୍ରୁପ୍ ବି’ ମ୍ୟାଚରେ ଓମାନକୁ ୮ ୱିକେଟରେ ହରାଇ ସୁପର-୮ ଆଶା ଉଜ୍ଜୀବିତ କରିଛି । ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓମାନ ଦଳ ୧୩.୨ ଓଭରରେ ମାତ୍ର ୪୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଓମାନର ୧୦ ଜଣ ବ୍ଯାଟର ଦୁଇ [...]
Odiaମାଟି ଓ ମେଘର ପର୍ବ ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ – ଗଣପର୍ବ ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ‘ମାଟି ଓ ମେଘକୁ ସମ୍ମାନ ଜଣାଇ ଓଡ଼ିଶାବାସୀ ଏହି ପର୍ବକୁ ହର୍ଷୋଲ୍ଲାସରେ ପାଳନ୍ତି । ‘ରଜ ପର୍ବରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି ।’
