ଇପିଏଫ୍ ସୁଧ ହାର ୮.୧୫ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧ ହାର ବୃଦ୍ଧି କରିଛି | ଇପିଏଫ୍ଓ ସୁଧ ହାର ୦.୫ ପ୍ରତିଶତ ବଢ଼ିଛି । ପୂର୍ବରୁ ପିଏଫ୍ ଆକାଉଣ୍ଟ ପାଇଁ ସୁଧ ହାର ୮.୧୦ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୮.୧୫ ପ୍ରତିଶତକୁ ବୃଦ୍ଧି ପାଇଛି |

ଇପିଏଫ୍ଓ ଦ୍ବାରା ଜାରି ସର୍କୁଲାର ଅନୁଯାୟୀ ବୋର୍ଡ ଚଳିତ ବର୍ଷ ମାର୍ଚ୍ଚରେ ସୁଧ ହାରକୁ ୮.୧୫ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲା ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ, ଇପିଏଫ୍ ସୁଧ ହାର ୮.୧୦ ପ୍ରତିଶତ ଧାର୍ଯ୍ୟ ହୋଇଥିଲା ଯାହା ଗତ ୪୦ ବର୍ଷ ମଧ୍ୟରେ ଥିଲା ସର୍ବନିମ୍ନ ।

ଇପିଏଫ୍ଓ ତରଫରୁ ଜାରି ପେ-ରୋଲ୍ ତଥ୍ୟରୁ ଜଣାପଡିଛି ଯେ ଚଳିତ ବର୍ଷ ମେ ମାସରେ ଇପିଏଫ୍ଓରେ ମୋଟ ୧୬.୩୦ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି । ନୂଆ ସଦସ୍ୟମାନଙ୍କ ମଧ୍ୟରେ ୫୬ ପ୍ରତିଶତ ହେଉଛନ୍ତି ୧୮-୨୫ ବର୍ଷ ବୟସ ବର୍ଗର ।

Comments are closed.