ଏବେ ଖୋଲା ବଜାରରେ ବିକ୍ରି ହେବ କୋଭିଶିଲ୍ଡ, କୋଭାକ୍ସିନ; ବିଶେଷଜ୍ଞ କମିଟିର ସୁପାରିସ

ନୂଆଦିଲ୍ଲୀ: ଦେଶର ଡ୍ରଗ୍ସ ନିୟାମକର ବିଶେଷଜ୍ଞ କମିଟି କିଛି ସର୍ତ୍ତ ସହ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଖୋଲା ବଜାରରେ ବିକ୍ରି ପାଇଁ ମଞ୍ଜୁରି ପ୍ରଦାନ କରିବାକୁ ସୁପାରିସ୍ କରିଛନ୍ତି। ଦେଶରେ ଏହି ଦୁଇ ଟିକାକୁ ସମ୍ପ୍ରତି କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ।

ଫାର୍ମା କମ୍ପାନୀ-ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏବଂ ଭାରତ ବାୟୋଟେକ୍ ଯଥାକ୍ରମେ ନିଜ ଟିକା – କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପାଇଁ ନିୟମିତ ବଜାର ବିପଣନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ରେ ଆବେଦନ କରିଥିଲେ |

Comments are closed.