ଜୀବିତ ନବଜାତକୁ ମୃତ ଘୋଷଣା

ବାରିପଦା-ବଞ୍ଚି ଥାଉ ଥାଉ ଜୀବିତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ମୟୂରଭଞ୍ଜ ଜିଲ୍ଲା କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଜନ୍ମ ନେଇଥିବା ଏକ ନବଜାତକୁ ମେଡିକାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିବା ସହ ପରିବାରକୁ ହସ୍ତାନ୍ତର କରିଥିଲେ । ତେବେ, ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଗଲାବେଳେ ନବଜାତ ଶିଶୁଟି କାନ୍ଦି ଉଠିଥିଲା । ଏହାପରେ ପରିବାର ଲୋକେ ଶିଶୁକୁ ପୁଣି ଥରେ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣାଟି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଶିଶୁକୁ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Comments are closed.