ଦିଲ୍ଲୀରେ ମଙ୍କିପକ୍ସର ପଞ୍ଚମ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ମଙ୍କିପକ୍ସର ପଞ୍ଚମ ମାମଲା ରିପୋର୍ଟ ହୋଇଛି। ଜଣେ ୨୨ ବର୍ଷ ବୟସ୍କା ଆଫ୍ରିକୀୟ ବଂଶୋଦ୍ଭଭ ମହିଳା ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ଦିଲ୍ଲୀର ଏଲ୍ଏନଜେପି (ଲୋକ ନାରାୟଣ ଜୟପ୍ରକାଶ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନୁସନ୍ଧାନ ପରେ ମହିଳାଙ୍କ ରିପୋର୍ଟ ପଜିଟିଭ ହୋଇଥିଲା। ଏଲ୍ଏନଜେପି ହସ୍ପିଟାଲର ମେଡିକାଲ୍ ନିର୍ଦ୍ଦେଶକ ସୁରେଶ କୁମାର କହିଛନ୍ତି ଯେ ଲକ୍ଷଣ ଦେଖାଦେବା ପରେ ମହିଳାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା, ଯାହା ପଜିଟିଭ୍ ହୋଇଛି। ମହିଳା ଜଣକ ମାସକ ପୂର୍ବରୁ ନାଇଜେରିଆ ଗସ୍ତ କରିଥିଲେ। ଦେଶରେ ମଙ୍କିପକ୍ସର ସଂକ୍ରମିତ ହେବାରେ ସେ ହେଉଛନ୍ତି ଦ୍ୱିତୀୟ ମହିଳା। ଗତ ସୋମବାର ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ଦୁଇଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ଦେଶରେ ମଙ୍କିପକ୍ସର ମୋଟ ମାମଲା ୧୦କୁ ବୃଦ୍ଧି ପାଇଛି । ଏହି ରୋଗରେ କେରଳରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

Comments are closed.