ରାଜ୍ୟରେ ୩୦ ଲକ୍ଷ ଟପିଲା କୋଭିଡ ଟେଷ୍ଟିଂ, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା ମହାମାରୀ ବିରୋଧୀ ଲଢେଇରେ ରାଜ୍ୟର ଆଉ ଏକ ମାଇଲଖୁଂଟ । ଗତ ୭ ମାସ ଧରି ଚାଲିଥିବା ମହାମାରୀ ବିରୋଧୀ ଲଢେଇରେ ଆଉ ଏକ ସଫଳତାହାସଲ କରିଛି ଓଡିଶ।। ରାଜ୍ୟରେ ୩ ମିଲିୟନରୁ ଅଧିକ କୋଭିଡ ଟେଷ୍ଟ ହୋଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ହିଁ କୋରୋନା ବିରୋଧୀ ଲଢେଇ ମଜବୁତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

Comments are closed.