ବେଙ୍ଗାଲୁରୁରେ ବଡ଼ଧରଣର ବିସ୍ଫୋରଣ ଯୋଜନା ପଣ୍ଡ, ୫ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବଡ଼ଧରଣର ଆକ୍ରମଣ ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ୍ (ସିସିବି) ଗିରଫ କରିଛି । କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ସହ ମିଳିତ ଅପରେସନରେ ସିସିବି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବହୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଗିରଫ ହୋଇଥିବା ପାଞ୍ଚ ସନ୍ଦିଗ୍ଧ ହେଲେ ଜୁନୈଦ, ସୟଦ ସୋହେଲ, ଉମର, ମୁଦାସିର, ଓ ଜାହିଦ | ସମସ୍ତ ପାଞ୍ଚ ଅଭିଯୁକ୍ତ ବେଙ୍ଗାଲୁରୁ ବାସିନ୍ଦା । ଏମାନେ ବେଙ୍ଗାଲୁରୁରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ। ଏହି ପାଞ୍ଚ ଅଭିଯୁକ୍ତଙ୍କୁ ୨୦୧୭ରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ସେମାନେ ଜେଲରେ ଥିବା ସମୟରେ ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଆସିଥିଲେ ।

ପୋଲିସର ସୂଚନାନୁସାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନେ ବେଙ୍ଗାଲୁରୁର ବାସିନ୍ଦା। ସେମାନେ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଆତଙ୍କବାଦୀ ଗତିବିଧି ନେଇ ସେମାନଙ୍କ ପାଖରେ ବିସ୍ତୃତ ସୂଚନା ଥିଲା। ଏହାଛଡ଼ା ସେମାନେ ବିସ୍ଫୋରକ ସାମଗ୍ରୀ ସହ ଅନ୍ୟ ବୈଷୟିକ ତାଲିମ ନେଇଥିଲେ।

Comments are closed.