ଗୁଜୁରାଟ: ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ପାଞ୍ଚ ମୃତ, ୨୫ରୁ ଊର୍ଦ୍ଧ୍ବ ଗୁରୁତର

ସୁରଟ: ଗୁଜୁରାଟରୁ ସୁରଟରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକ୍ ଯୋଗୁଁ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ୨୫ ରୁ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରଟର ସଚିନ୍ ଜିଆଇଡିସି ଏକ୍ସଟେନ୍ସନ୍ ଅଞ୍ଚଳରେ ଏହି ଘଟଣା ଘଟିଛି |

ସଚିନ୍ ଜିଆଇଡିସି ଏକ ଶିଳ୍ପାଞ୍ଚଳ | ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ବ୍ୟାପିବା ଯୋଗୁଁ ଲୋକମାନେ ଅଚେତ ହୋଇଯାଇଥିଲେ। ଟ୍ୟାଙ୍କରରୁ ବିଷାକ୍ତ ଗ୍ୟାସ୍ ଲିକେଜ ହୋଇଥିଲା | ଆହତ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଲିକ୍ ହୋଇଥିବା ଟ୍ୟାଙ୍କର୍ ଜେରି କେମିକାଲରେ ଭର୍ତ୍ତି ହୋଇଥିଲା |

ଗ୍ୟାସ୍ ଟ୍ୟାଙ୍କର୍ ଲିକ୍ ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ଲୋକମାନଙ୍କୁ ଡାକ୍ତରଖାନାର ଭର୍ତ୍ତି କରାଯାଉଛି। ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କୁହାଯାଇଛି | ଅଧିକାଂଶ ଅସୁସ୍ଥଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି | ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି ବୋଲି ଜଣେ ଡାକ୍ତର କହିଛନ୍ତି ।

ରାସାୟନିକ ପଦାର୍ଥରେ ଭର୍ତ୍ତି ଏହି ଟ୍ୟାଙ୍କର୍ ସୁରଟର ଜିଆଇଡିସି ଅଞ୍ଚଳରେ ଏକ କାରଖାନାରେ ପହଞ୍ଚିଥିଲା | କିନ୍ତୁ ରାସାୟନିକ ପଦାର୍ଥକୁ ବାହାର କରିବାବେଳେ ଏହା ଲିକ୍ ହୋଇଥିଲା । ଏହି ରାସାୟନିକ ବାୟୁ ସଂସ୍ପର୍ଶରେ ଆସିବା ପରେ ଏହି ବଡ଼ ଦୁର୍ଘଟଣା ଘଟିଛି | ଗୁରୁତର ହୋଇଥିବା ଲୋକଙ୍କୁ ସୁରଟର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି

Comments are closed.