କଟକରେ ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍‌’ ମିଶନର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ- କଟକ ସହରରେ ବହୁ ପ୍ରତୀକ୍ଷିତ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ଏହି ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀରେ ନିର୍ମିତ ୩ଟି ଟ୍ରିଟମେଂଟ ପ୍ଲାଂଟ୍ ଜରିଆରେ ପାଣି ବିଶୁଦ୍ଧ କରାଯାଇ ନୂଆ ପାଇପ ଲାଇନରେ ଘରକୁ ଘର ପାଣି ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପରେ କ୍ୟାଂଟନମେଂଟ୍ ଓ ଜଗତପୁର ୪୮ ନମ୍ବର ୱାର୍ଡକୁ ୨୪ ଘଂଟା ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ । ୨୦୨୩ ସୁଦ୍ଧା ସବୁ ସହରବାସୀ ଓ ଉପକଣ୍ଠରେ ରହୁଥିବା ଲୋକେ ବିଶୁଦ୍ଧ ପାଣିର ସୁବିଧା ପାଇବେ ।

Comments are closed.