କୋଭିଡ-୧୯ ଟିକାକରଣ: ପ୍ରଥମ ଥର ସିଙ୍ଗଲ୍ ଡୋଜକୁ ଟପିଲା ଡବଲ୍ ଡୋଜ୍ ଟିକାକରଣ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନ ଆରମ୍ଭ ପରଠାରୁ ପ୍ରଥମ ଥର ପାଇଁ ଗୋଟିଏ ଡୋଜ୍ ଟିକା ନେଇଥିବା ଲୋକଙ୍କ ଠାରୁ ଡବଲ୍ ଡୋଜ୍ ଗ୍ରହଣ କରିଥିବା ହିତାଧିକାରୀଙ୍କ ସଂଖ୍ୟା ଟପିଛି ।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୫.୫୪ କୋଟି ଲୋକ ଅତିକମରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି | ଏଥିମଧ୍ୟରୁ ୩୮.୦୭ କୋଟି ଲୋକଙ୍କୁ ଉଭୟ ଡୋଜ ଦିଆଯାଇଥିବା ବେଳେ ୩୭.୪୭ କୋଟି ଲୋକ ଏପର୍ଯ୍ୟନ୍ତ କେବଳ ଗୋଟିଏ ଡୋଜ୍ ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଦେଶର ୪୦.୩ ପ୍ରତିଶତ ବୟସ୍କଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଡୋଜ୍ ଦିଆଯାଇଛି। ଅନ୍ୟପକ୍ଷରେ ୪୦.୨ ପ୍ରତିଶତ ଲୋକଙ୍କୁ ଗୋଟିଏ ଡୋଜ୍ ଟିକା ଦିଆଯାଇଛି |

Comments are closed.