ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ସୁରକ୍ଷା ଏଜେନ୍ସି ସହାୟତାରେ ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରକୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଗିରଫ ଡ୍ରାଇଭର ପାକିସ୍ତାନକୁ ଗୋପନୀୟ ଏବଂ ସମ୍ବେଦନଶୀଳ ସୂଚନା ପଠାଉଥିବା ଅଭିଯୋଗ ହୋଇଥିଲା।

ସୂଚନାନୁସାରେ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଡ୍ରାଇଭରକୁ ହନିଟ୍ରାପରେ ଫସାଇଥିଲା । ଏହି ମାମଲାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆଉ କେହି କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ପୋଲିସ ଏବଂ ଗୁପ୍ତଚର ସଂସ୍ଥା ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.