ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରୋସେୟାଙ୍କର ଦେହାନ୍ତ

ହାଇଦ୍ରାବାଦ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କୋନିଜେଟୀ ରୋସେୟାଙ୍କର ଶନିବାର ଦେହାନ୍ତ ହୋଇଯାଇଛି। ରୋସେୟାଙ୍କୁ ୮୮ ବର୍ଷ ବୟସ ହୋଇଥିଲା | ସୂତ୍ରରୁ ପ୍ରକାଶ ଯେ ଆଜି ସକାଳେ ରୋସେୟା ଅସୁସ୍ଥ ହୋଇପଡ଼ିଥିଲେ । ଏକ ଘରୋଇ ହସ୍ପିଟାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରୋସେୟା ୩୧ ଅଗଷ୍ଟ ୨୦୧୧ ରୁ ୩୦ ଅଗଷ୍ଟ ୨୦୧୬ ପର୍ଯ୍ୟନ୍ତ ତାମିଲନାଡୁର ରାଜ୍ୟପାଳ ମଧ୍ୟ ଥିଲେ। ଓ୍ବାଇଏସ୍ ରାଜାଶେଖର ରେଡ୍ଡୀଙ୍କ ମୃତ୍ୟୁ ପରେ ସେ ସେପ୍ଟେମ୍ବର ୩ ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପୂର୍ବରୁ ସେ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ରେକର୍ଡ ୧୫ ଥର ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ। ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିବା ରୋସେୟା ୧୯୬୮ରେ ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ ଭାବରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

Comments are closed.