ଇତିହାସ ରଚିଲେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ : ଗୋଟିଏ ଟେଷ୍ଟ ଇନିଂସରେ ସମସ୍ତ ୧୦ଟି ୱିକେଟ ନେବାରେ ମାତ୍ର ତୃତୀୟ ବୋଲର

ମୁମ୍ବାଇ – ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ୍ ଟେଷ୍ଟ କ୍ରିକେଟରେ ଏକ ବିରଳ ରେକର୍ଡର ସମକକ୍ଷ ହୋଇଛନ୍ତି । ଟେଷ୍ଟ ଇତିହାସରେ ମାତ୍ର ତୃତୀୟ ବୋଲର ଭାବେ ପଟେଲ୍ ଗୋଟିଏ ଇନିଂସରେ ସମସ୍ତ ୧୦ଟି ୱିକେଟ ନେଇଛନ୍ତି । ପୂର୍ବରୁ ଇଂଲଣ୍ଡର ଜିମ ଲେକର ଓ ଭାରତର ଅନୀଲ କୁମ୍ବଲେ ଏହି ସଫଳତା ହାସଲ କରିଥିଲେ । ମୁମ୍ବାଇରେ ଚାଲିଥିବା ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚରେ ଦ୍ୱିତୀୟ ଦିନରେ ଏଜାଜ ପଟେଲ୍ ଏହି ବିରଳ ମାଇଲଖୁଣ୍ଟ ହାସଲ କରିଛନ୍ତି । ସେ ୧୧୯ ରନ୍ ଦେଇ ଭାରତର ପ୍ରଥମ ଇନିଂସରେ ସମସ୍ତ ୧୦ଟି ୱିକେଟ ଅକ୍ତିଆର କରିଛନ୍ତି ।

Comments are closed.