ଆମେରିକା: ଓକଲାହୋମା ହସ୍ପିଟାଲରେ ଗୁଳିମାଡ଼, ୪ ମୃତ

ଓ୍ୱାଶିଂଟନ: ଆମେରିକାରେ ପୁଣି ଏକ ସାର୍ବଜନୀନ ସ୍ଥାନରେ ଗୁଳିକାଣ୍ଡ ଘଟିଛି । ରାଇଫଲ ଏବଂ ହ୍ୟାଣ୍ଡଗନ୍ ଧରି ଜଣେ ବ୍ୟକ୍ତି ଓକଲାହୋମାମାସ୍ଥିତ ଏକ ମେଡିକାଲ କୋଠାରେ ପଶି ଆଖିବୁଜା ଗୁଳିମାଡ଼ କରିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ଗୁରୁତର ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନିଜ ଗୁଳିରେ ଆତତାୟୀର ମୃତ୍ୟୁ ହୋଇଛି।

ଓକଲୋହୋମା ପୋଲିସ୍ ଅଧିକାରୀ ଜୋନାଥନ୍ ବ୍ରୁକ୍ସ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି। ତାଙ୍କ ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ମନେ କରାଯାଉଛି |

ହସ୍ପିଟାଲର ଦ୍ୱିତୀୟ ମହଲାରେ ଡାକ୍ତରଙ୍କ କାର୍ଯ୍ୟାଳୟ ଏବଂ ଅର୍ଥୋପେଡିକ୍ ବିଭାଗରେ ଏହି ଆକ୍ରମଣ ହୋଇଥିଲା।

ଅନ୍ୟ ଜଣେ ପୋଲିସ ଅଧିକାରୀ ଏରିକ ଡାଲଗ୍ଲାଶ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ହସ୍ପିଟାଲର କର୍ମଚାରୀ ଏବଂ ରୋଗୀ ଅଛନ୍ତି।

ହ୍ବାଇଟ୍ ହାଉସ କହିଛି ଯେ ଏହି ଆକ୍ରମଣ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଛି ।

ଗତ ସପ୍ତାହରେ ଜଣେ ବନ୍ଧୁକଧାରୀ ଯୁବକ ଟେକ୍ସାସର ଏକ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼ କରି ୧୯ ଜଣ ପିଲା ଏବଂ ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲା। ଏହା ପୂର୍ବରୁ ଜଣେ ସୁଟର ବଫାଲୋ ଦୋକାନ ବଜାରରେ ଫାୟାରିଂ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Comments are closed.