ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗ ଜାରି କଲା ନୂଆ ମାର୍ଗଦର୍ଶିକା,ସବୁ ପିଲାଙ୍କ ହେବ ଥର୍ମାଲ ସ୍କ୍ରିନି

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍ ପାଇଁ ପୁଣି ଥରେ ଜାରି ହୋଇଛି ଗାଇଡଲାଇନ୍ ।

ଏ ନେଇ ସମସ୍ତ ଡିଇଓଙ୍କୁ ଚିଠି ଲେଖାଯାଇଛି ।

ପିଲାମାନେ ମାସ୍କ ବିନା ସ୍କୁଲକୁ ପ୍ରବେଶ କରିପାରିବେ ନାହିଁ । କ୍ଲାସରୁମରେ ସବୁ ପିଲାଙ୍କ ହେବ ଥର୍ମାଲ ସ୍କ୍ରିନିଂ । ଏଥିସହ ହାତକୁ ବିଶୋଧନ କରିବାର ବ୍ୟବସ୍ଥା କରାଯିବ ।

ଥଣ୍ଡା, କାଶ ଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲ୍ ଆସିପାରିବେ ନାହିଁ । କ୍ଲାସରୁମରେ କଡାକଡି ଭାବେ ସାମାଜିକ ଦୂରତା ପାଳନ ହେବ । ସବୁ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Comments are closed.