ଫିଫା ବିଶ୍ୱକପ: ବିଜୟ ସତ୍ତ୍ବେ ଚାରିଥର ଚାମ୍ପିୟନ୍ ଜର୍ମାନୀ ବିଦା, ନକ୍ ଆଉଟ୍‌ରେ ଜାପାନ ଓ ସ୍ପେନ୍

ଦୋହା: ବିଜୟ ସତ୍ତ୍ବେ ଚାରିଥର ଚାମ୍ପିୟନ୍ ଜର୍ମାନୀ ଫିଫା ବିଶ୍ଵକପରୁ ବିଦାୟ ନେଇଛି । ଜର୍ମାନୀ ନିଜ ଶେଷ ଗ୍ରୁପ୍ ‘ଇ’ ମ୍ୟାଚ୍ ରେ କୋଷ୍ଟାରିକାକୁ ୪-୨ ଗୋଲରେ ହରାଇଥିଲା । କିନ୍ତୁ ଦଳ ଗୋଲ ବ୍ୟବଧାନରେ ସ୍ପେନ୍ ପଛକୁ ତୃତୀୟ ସ୍ଥାନରେ ରହି ନକ୍ ଆଉଟରୁ ବଞ୍ଚିତ ହୋଇଥିଲା । ଜର୍ମାନୀ ଏବଂ ସ୍ପେନ୍ ପ୍ରତ୍ୟେକ ଚାରି ପଏଣ୍ଟ ପାଇଥିଲେ। ଜର୍ମାନୀ କ୍ରମାଗତ ଦ୍ୱିତୀୟ ଥର ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହୋଇଛି | ୨୦୧୮ ସଂସ୍କରଣରେ ମଧ୍ୟ ଦଳର ଅଭିଯାନ ଗ୍ରୁପ୍ ପର୍ଯ୍ୟାୟରେ ଶେଷ ହୋଇଥିଲା । ଜର୍ମାନୀ ପାଇଁ ଗ୍ରାବ୍ରି (ଦଶମ ମିନିଟ୍), କାଏ ହାଭର୍ଜ (୭୩ ତମ ଏବଂ ୮୫ ତମ), ଫୁଲକ୍ରଗ୍ (୮୯ ତମ) ଗୋଲ୍ ସ୍କୋର କରିଥିଲେ। କୋଷ୍ଟାରିକା ପାଇଁ ତେଜେଡା (୫୮ ତମ) ଏବଂ ଜୁଆନ୍ (୭୦ ତମ) ଗୋଲ୍ କରିଥିଲେ।

ବିଶ୍ୱକପ୍‌ର ଗ୍ରୁପ୍‌ ଇ’ର ଅନ୍ୟ ଏକ ମ୍ୟାଚରେ ଜାପାନ ୨-୧ରେ ସ୍ପେନକୁ ପରାସ୍ତ କରି ଗ୍ରୁପ୍ ବିଜେତା ଭାବେ ନକ୍ ଆଉଟ୍‌ ରାଉଣ୍ଡରେ ପହଞ୍ଚିଛି । ପରାଜୟ ସତ୍ତ୍ୱେ ସ୍ପେନ୍ ଦ୍ବିତୀୟ ସ୍ଥାନ ହାସଲ କରି ପ୍ରି-କ୍ବାର୍ଟରରେ ପହଞ୍ଚିଛି । ଆଲଭେରା ମୋରାଟାଙ୍କ ଗୋଲ୍ ବଳରେ ସ୍ପେନ ୧-୦ରେ ଆଗୁଆ ଥିଲା । କିନ୍ତୁ ରିତସୁ (୪୮ ତମ ମିନିଟ)ଙ୍କ ଗୋଲରେ ଜାପାନ ସ୍କୋରକୁ ୧-୧ କରିଥିଲା । ଏହାପରେ ତାନାକା (୫୧ ତମ) ଜାପାନକୁ ୨-୧ରେ ଅଗ୍ରଣୀ କରାଇଥିଲେ | ସ୍ପେନ୍ ଏବଂ ଜର୍ମାନୀ ସମାନ ୪ ପଏଣ୍ଟରେ ବରାବର ହୋଇଥିଲେ ମଧ୍ୟ ସ୍ପେନ୍ ତିନୋଟି ମ୍ୟାଚରେ ୯ଟି ଗୋଲ୍ ସ୍କୋର କରିଥିଲା ଓ ୩ଟି ଗୋଲ୍ ଗୋଲ୍ ଖାଇଥିଲା। ଅନ୍ୟପକ୍ଷରେ ଜର୍ମାନୀ ୩ଟି ମ୍ୟାଚରେ ୩ଟି ଗୋଲ୍ ସ୍କୋର୍ କରିଥିଲା ଏବଂ ବିପକ୍ଷରେ ୫ଟି ଗୋଲ୍ ହୋଇଥିଲା । ଏଭଳି ସ୍ଥିତିରେ ସ୍ପେନ୍ ଉନ୍ନତ ଗୋଲ୍ ବ୍ୟବଧାନ ଜର୍ମାନୀ ଠାରୁ ଭଲ ଥିଲା।

Comments are closed.