ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଜରୁରୀ: ଗିରିରାଜ ସିଂହ

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ବିସ୍ଫୋରଣକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ଆଣିବା ଜରୁରୀ ହୋଇପଡିଛି ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ।

ଗିରିରାଜ ସିଂହ କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ କରାନଗଲେ ଦେଶରେ ସାମାଜିକ ସୌହାର୍ଦ୍ଦ୍ୟ ଓ ଏକତା ରହିବ ନାହିଁ କି ଦେଶର ବିକାଶ ହେବ ନାହିଁ। ସେ କହିଛନ୍ତି, ଆମର ସୀମିତ ସମ୍ୱଳ ଦୃଷ୍ଟିରୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ବେଶ୍ ଜରୁରୀ ।

ସେ କହିଛନ୍ତି ୧୯୭୮ ପୂର୍ବରୁ ଭାରତ ତୁଳନାରେ ଚୀନ୍‌ର ଜିଡିପି କମ୍ ଥିଲା । କିନ୍ତୁ ଆଜି ଚୀନ୍, ଭାରତ ଅପେକ୍ଷା ଅଧିକ ବିକଶିତ, କାରଣ ୧୯୭୯ ମସିହାରେ ଚୀନ୍ ‘ଗୋଟିଏ ସନ୍ତାନ ନୀତି’ ଆଣିଥିଲା ।

ଦିଲ୍ଲୀର ଜନ୍ତର ମନ୍ତରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଦେଶରେ ସାଧାରଣ ନାଗରିକ ସଂହିତା ୭୦ ବର୍ଷ ପୂର୍ବେ ଲାଗୁ କରିବା ଉଚିତ ଥିଲା । ବିଜେପି ଶାସିତ ରାଜ୍ୟ ଗୁଡ଼ିକ ଏହି ଆଇନ ଆଣିବାକୁ ସଂକଳ୍ପବଦ୍ଧ ଅଛନ୍ତି।

ଗିରିରାଜ ସିଂହ କହିଛନ୍ତି ଯେ ଆଗାମୀ ଦିନରେ ବିଶ୍ବର କୌଣସି ଶକ୍ତି ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ରୋକି ପାରିବେ ନାହିଁ।

ଚଳିତ ବର୍ଷ ଜୁଲାଇରେ ମଧ୍ୟ ଗିରିରାଜ ସିଂ ଚୀନ୍ ନୀତି ଅବଲମ୍ବନରେ ଦେଶରେ ଜନସଂଖ୍ୟା ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

ସେ କହିଥିଲେ ଯେ ଯଦି ଚୀନ୍ ୧୯୭୯ରେ ଜନ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଡ଼ା ଆଇନ ଆଣି ଏହାର ଜନସଂଖ୍ୟା ବନ୍ଦ କରି ନଥାନ୍ତା, ତେବେ ଏହାର ଜନସଂଖ୍ୟା ଆଜି ୬୦ କୋଟିରୁ ଅଧିକ ହୋଇଥାନ୍ତା।

୨୦୧୫ ମସିହାରେ ଚୀନ୍ ଏହାର ‘ଗୋଟିଏ ସନ୍ତାନ’ ନୀତି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଓ କହିଥିଲା ଯେ ଚାଇନାର ଦମ୍ପତି ଦୁଇଟି ସନ୍ତାନ ଜନ୍ମ କରିପାରିବେ । ୨୦୧୬ରେ ଏହି ଆଇନ ରଦ୍ଦ କରାଯାଇଥିଲା।

କିନ୍ତୁ ଜନ୍ମହାରରେ କ୍ରମାଗତ ହ୍ରାସକୁ ଦୃଷ୍ଟିରେ ରଖି ଚୀନ୍ ସରକାର ୨୦୨୧ରେ କହିଥିଲେ ଯେ ଦମ୍ପତି ମାନେ ତିନୋଟି ସନ୍ତାନ ଜନ୍ମ କରିପାରିବେ।

ମହଙ୍ଗା ଯୁଗରେ ଏକରୁ ଅଧିକ ପିଲାଙ୍କ ଲାଳନପାଳନ ନେଇ ନାଗରିକଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ପରିବାରକୁ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି ଚୀନ୍ ସରକାର ଘୋଷଣା କରିଥିଲେ । ।

Comments are closed.