ଆତଙ୍କୀ ସଂଗଠନ ‘ଟିଆରଏଫ୍’କୁ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଏ-ତଇବା ସହ ଜଡିତ ସଂଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) କୁ ବ୍ୟାନ୍ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା, ଆତଙ୍କବାଦୀଙ୍କ ତାଲିମ, ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଏବଂ ପାକିସ୍ତାନରୁ ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ କାରବାର ପାଇଁ ଟିଆରଏଫ ଅନଲାଇନ୍ ମାଧ୍ୟମରେ ଯୁବକମାନଙ୍କୁ ନିଯୁକ୍ତି ଦେଉଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ୨୦୧୯ ମସିହାରେ ଲଶ୍କର-ଏ-ତଇବାର ଏକ ପ୍ରକ୍ସି ଭାବେ ଏହି ସଂଗଠନ ସୃଷ୍ଟି ହୋଇଥିଲା, ଯାହା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା। ଭାରତ ସରକାରଙ୍କ ବିରୋଧରେ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଟିଆରଏଫ ଜମ୍ମୁ କାଶ୍ମୀରର ଲୋକଙ୍କୁ ଉତ୍ସାହିତ କରୁଛି। ଏଥିପାଇଁ ଏହି ସଂଗଠନ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମର ସମର୍ଥନ ନେଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ହିଁ ଏହି ସଂଗଠନ ଲୋକଙ୍କ ବ୍ରେନ୍ ଓ୍ବାଶ୍ କରି ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ କରୁଥିଲା ।

ଟିଆରଏଫ କମାଣ୍ଡର ଶେଖ୍ ସଜ୍ଜାଦ ଗୁଲଙ୍କୁ ମଧ୍ୟ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି ।

Comments are closed.