ଅଗଷ୍ଟରେ ଜିଏସଟି ଆଦାୟ ୧.୧୨ ଲକ୍ଷ କୋଟି, ଗତ ବର୍ଷ ତୁଳନାରେ ୩୦% ଅଧିକ

ନୂଆଦିଲ୍ଲୀ: ଅଗଷ୍ଟ ୨୦୨୧ରେ ଜିଏସଟି ଆଦାୟ ୩୦ ପ୍ରତିଶତ ବୃଦ୍ଧି ହୋଇ ୧.୧୨ ଲକ୍ଷ କୋଟିରେ ପହଞ୍ଚିଛି। ସେଥିମଧ୍ୟରୁ ସିଜିଏସଟି ହେଉଛି ୨୦,୫୨୨ କୋଟି, ଜସଜିଜସଟି ୨୬,୬୦୫ କୋଟି ଏବଂ ଆଇଜିଏସଟି ୫୬,୨୪୭ କୋଟି ଟଙ୍କା | ଆମଦାନୀରୁ ୨୬,୮୮୪ କୋଟି

ଜିଏସଟି ସଂଗ୍ରହ ହୋଇଛି ଯେଉଁଥିରୁ ସେସ୍ ହେଉଛି ୮,୬୪୬ କୋଟି ଟଙ୍କା | ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଅଗଷ୍ଟ ୨୦୨୧ ପାଇଁ ଜିଏସଟି ଆଦାୟ ଗତ ବର୍ଷ ସମାନ ମାସରେ ସଂଗ୍ରହ ହୋଇଥିବା ରାଜସ୍ୱଠାରୁ ୩୦ ପ୍ରତିଶତ ଅଧିକ।

ଅଗଷ୍ଟ ଜିଏସଟି ରାଜସ୍ୱ ତଥ୍ୟ ଦର୍ଶାଉଛି ଯେ କରୋନା ପ୍ରଭାବିତ ଅର୍ଥନୀତି ଦ୍ରୁତ ଗତିରେ ସୁସ୍ଥ ହେଉଛି। ଏହାପୂର୍ବରୁ ଜୁଲାଇ ୨୦୨୧ରେ ଜିଏସଟି ସଂଗ୍ରହ ୩୩ ପ୍ରତିଶତ ବୃଦ୍ଧି ପାଇ ୧.୧୬ ଲକ୍ଷ କୋଟିରେ ପହଞ୍ଚିଥିଲା। ଏହାପୂର୍ବରୁ, ଗତ ମାସରେ ଅର୍ଥାତ୍ ଜୁନ୍ ୨୦୨୧ରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟିରୁ କମ୍ ଅର୍ଥାତ୍ ୯୨,୮୪୯ କୋଟି ଟଙ୍କା ଥିଲା।

Comments are closed.