ओडिया समाचारଏଫଆଇଏଚ ପ୍ରୋ ଲିଗ୍ ହକି : ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ ଏକମାତ୍ର ଓଡିଆ
ଭୁବନେଶ୍ୱର – ୨୦୨୩-୨୪ ଏଫଆଇଏଚ ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷିତ ଦଳରେ ଓଡିଶାର ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସାମିଲ କରାଯାଇଛି। ହରମନପ୍ରୀତ ସିଂହ ୨୪ ଜଣିଆ ଦଳର ନେତୃତ୍ଵ ନେବେ । ଏଫଆଇ ଏଚ ପ୍ରୋ ଲିଗ ହକି ଫେବ୍ରୁଆରୀ ୧୦ରୁ ୧୬ ଯାଏଁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଫେବ୍ରୁଆରୀ ୧୯ରୁ ୨୫ ତାରିଖ ଯାଏଁ ଖେଳାଯିବ [...]
ओडिया समाचारସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଭେଟିଲେ ନବନିଯୁକ୍ତ ବିଭାଗୀୟ ସଚିବ
ଭୁବନେଶ୍ୱର – ରାଜ୍ୟ ସମବାୟ ବିଭାଗର କମିଶନର ତଥା ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ ରାଜେଶ ପ୍ରଭାକର ପାଟିଲ । ଦାୟିତ୍ବ ଗ୍ରହଣ ପରେ ପ୍ରଭାକର ପାଟିଲ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ସାକ୍ଷାତ କରିଛନ୍ତି। ମନ୍ତ୍ରୀଙ୍କୁ ତାଙ୍କ ଲୋକସେବା ଭବନ ଅଫିସ ଚାମ୍ବରରେ ନବନିଯୁକ୍ତ ସମବାୟ କମିଶନର ତଥା ସଚିବ ପ୍ରଭାକର ପାଟିଲ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
ओडिया समाचारବଜେଟ ୨୦୨୪ : ଆୟକର ସ୍ଲାବ୍ ଅପରିବର୍ତ୍ତିତ, ବେତନଭୋଗୀଙ୍କ ପାଇଁ ଆଶ୍ୱସ୍ତି ନାହିଁ
ନୂଆଦିଲ୍ଲୀ – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟରେ ବେତନଭୋଗୀଙ୍କ ପାଇଁ କୌଣସି ଆଶ୍ୱସ୍ତି ଦିଆଯାଇନାହିଁ। ଏଥର ବଜେଟରେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆୟୁଷ୍ମାନ ଯୋଜନାରେ ଅଙ୍ଗନବାଡି ଓ ଆଶାକର୍ମୀମାନଙ୍କୁ ସାମିଲ କରାଯିବ । ଦେଶରେ ତିନିଟି ନୂଆ ରେଳ କରିଡ଼ର ନିର୍ମାଣ କରାଯିବ । ପ୍ରତିରକ୍ଷା ବଜେଟରେ ୧୧ ଦଶମିକ ୧ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ସର୍ଭିକଲ କ୍ୟାନ୍ସର ପ୍ରତିରୋଧକ ଟୀକାକରଣ ପାଇଁ ବଜେଟରେ ଘୋଷଣା [...]
କେନ୍ଦ୍ର ବଜେଟ୍ ୨୦୨୪ : ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ବିତ୍ତୀୟ ନିଅଣ୍ଟ ୪ .୫ % କୁ ହ୍ରାସ ଲକ୍ଷ୍ୟ

ओडिया समाचारକେନ୍ଦ୍ର ବଜେଟ୍ ୨୦୨୪ : ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ବିତ୍ତୀୟ ନିଅଣ୍ଟ ୪ .୫ % କୁ ହ୍ରାସ ଲକ୍ଷ୍ୟ
ନୂଆଦିଲ୍ଲୀ – ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ସଂସଦରେ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏକ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ଦେଶର ବିତ୍ତୀୟ ନିଅଣ୍ଟ ହାର ୪ ଦଶମିକ ୫ ପ୍ରତିଶତକୁ ହ୍ରାସ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ ଉପସ୍ଥାପନ କରି ସୂଚନା ଦେଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତ ହେବା ଲକ୍ଷ୍ୟ ରହିଛି। [...]
ओडिया समाचारକୋର୍ଟଙ୍କ ଅନୁମତି ପରେ ଜ୍ଞାନବାପି ମସଜିଦରେ ପୂଜାର୍ଚ୍ଚନା ଆରମ୍ଭ କଲେ ହିନ୍ଦୁ
ବାରାଣସୀ: ବାରାଣସୀ ଜିଲ୍ଲା କୋର୍ଟଙ୍କ ଅନୁମତି କ୍ରମେ ଗୁରୁବାର ମଧ୍ୟରାତ୍ରିରୁ ଜ୍ଞାନବାପି ମସଜିଦ ପରିସରରେ ଥିବା ଏକ ଭୂତଳ ପ୍ରକୋଷ୍ଠ ‘ବ୍ୟାସ କି ତହଖାନା’ରେ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତିି। ଏଥିପାଇଁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁସଙ୍ଗିକ ବ୍ୟବସ୍ଥା କରିଛି । ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟ୍ ଏସ୍ ରାଜଲିଙ୍ଗମ୍ ଗୁରୁବାର ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି। ସେ କହିଛନ୍ତି ଯେ ମୋତେ ଦିଆଯାଇଥିବା କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଛି। ଜ୍ଞାନବାପି ମସଜିଦ ପରିସରରେ ଥିବା [...]
ओडिया समाचारମାଲକାନଗିରି ଜଳସମ୍ପଦ ବିଭାଗ ଜେଇ ସଞ୍ଜୟ ମହାନ୍ତିଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ମାଲକାନଗିରି ଜଳସମ୍ପଦ ବିଭାଗ ସିଏଡିଏ ଡିଭିଜନର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୩୦ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ଜାଗାରେ ଚଢ଼ାଉ କରି ସଞ୍ଜୟ ମହାନ୍ତିଙ୍କ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟଠାରୁ ୨୩୬ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ [...]
ओडिया समाचारବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଝଟକା, ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍। ତେବେ ବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗିଛି ଝଟକା। ଏଲପିଜି ସିଲିଣ୍ଡର ପୁଣି ମହଙ୍ଗା ହୋଇଛି। ତୈଳ ବିପଣନ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି କରିଛନ୍ତି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି। ଦିଲ୍ଲୀରେ ବର୍ତ୍ତମାନ କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୬୯.୫୦ ଟଙ୍କା ହୋଇଛି | ମୁମ୍ବାଇରେ ଏହା ୧୭୦୮.୫୦ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଘରୋଇ ଏଲପିଜି [...]
ନିର୍ବାଚନ ପୂର୍ବରୁ ଆଜି ଅନ୍ତରୀଣ ବଜେଟ୍, କ୍ରମାଗତ ଷଷ୍ଠ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ओडिया समाचारନିର୍ବାଚନ ପୂର୍ବରୁ ଆଜି ଅନ୍ତରୀଣ ବଜେଟ୍, କ୍ରମାଗତ ଷଷ୍ଠ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁବାର ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ସହିତ ତାଙ୍କ ନାମରେ ଏକାଧିକ ରେକର୍ଡ ଯୋଡି ହୋଇଯିବ | ଲଗାତାର ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବାରେ ସୀତାରମଣ ମୋରାରଜୀ ଦେଶାଇଙ୍କ ରେକର୍ଡର ସମକକ୍ଷ ହେବେ | ନିର୍ବାଚନ ପାଖେଇ ଆସୁଥିବାରୁ ଅନ୍ତରୀଣ ବଜେଟରେ ସବୁ ବର୍ଗକୁ [...]
ओडिया समाचारପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସଫଳ କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ, କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ବିଭାଗୀୟ ଶାସନ ସଚିବ
ଭୁବନେଶ୍ୱର- ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନ ଠାରେ ଆୟୋଜିତ ହେବ । ଏ ପରିପ୍ରେକ୍ଷୀରେ ଲୋକସେବା ଭବନ କନଭେନସନ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ [...]
ଶରଣ ଶ୍ରୀକ୍ଷେତ୍ର ମାରଦା

ओडिया समाचारଶରଣ ଶ୍ରୀକ୍ଷେତ୍ର ମାରଦା
ଗଜପତି ମହାରାଜ ଶ୍ରୀ ରାମଚନ୍ଦ୍ରଦେବ ୨ୟଙ୍କ ଶାସନ କାଳରେ , ମୁଘଲ ସେନାପତି ତକି ଖାଁ ଆକ୍ରମଣ କରିଥିଲା ୧୭୩୨ ଖ୍ରୀଷ୍ଟାବ୍ଦରେ ।ଏହି ସମୟରେ ସେବକମାନଙ୍କ ସହଯୋଗ ରେ ଗଜପତି ମହାରାଜ ମହାପ୍ରଭୁଙ୍କୁ ଚିଲିକା ମଧ୍ୟରେ ଥିବା ନିଇରି ଗ୍ରାମ କୁ ସ୍ଥାନାନ୍ତର କରିବାକୁ ପଡିଥିଲା । ଏହି ସ୍ଥାନରେ କିଛି ଦିନ ଅବସ୍ଥାନ କରିବା ପରେ ବିପଦ ଆଶଙ୍କା କରି ପୁନଃ ଗଂଜାମର ମାରଦା ଅଞ୍ଚଳରେ ଥିବା ଘଞ୍ଚ ଅରଣ୍ୟ ମଧ୍ୟକୁ ନେଇଥିଲେ । ହାତୀବାଡ଼ି [...]
