ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଉର ଧରି ରାମହି ସୀୟ ସମେତା। ହରଷିତ କୀହ୍ନ ଗୁର ଗବନୁ ନିକେତନ ॥ ବିପ୍ରବଧୁ ସବ ଭୂପ ବୋଲାଈ । ଚୈଲ ଚାରୁ ଭୂଷନ ପହିରାଈ ॥ ଭାବାର୍ଥ :- ବଡ଼ ବୋହୁ ସୀତାଙ୍କୁ ଏବଂ ଶ୍ରୀରାମଙ୍କୁ ହୃଦୟରେ ଲଗାଇ ମହର୍ଷି ବଶିଷ୍ଠ ସହର୍ଷ ଆଶିର୍ବାଦ ଦେଇ ନିଜ ହୃଦୟରେ ଧାରଣ କରି ନିଜ ସ୍ଥାନକୁ ଗଲେ । ସମସ୍ତ ବ୍ରାହ୍ମଣ ମାନଙ୍କ ସ୍ତ୍ରୀ ମାନଙ୍କୁ ରାଜା ଦଶରଥ ଡକାଇଲେ [...]
ओडिया समाचारଗୀତା ଉପଦେଶ: ନିଜର ଅପରାଧିକ ମନୋଭାବ ନିଜ ଭିତରେ ଭୟ ଉଦ୍ରେକ କରିଥାଏ
ଶ୍ରୀମଦ ଭଗବଦ ଗୀତାରେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ରଣଭୂମୀର ପ୍ରତ୍ୟକ୍ଷ ଚିତ୍ର ପ୍ରଦାନ କରି କହୁଛନ୍ତି : ସ ଘୋଷୋ ଧାର୍ତରାଷ୍ଟ୍ରଣାଂ ହୃଦୟାନି ବ୍ୟଦାରୟତ୍। ନଭଶ୍ଚ ପୃଥିବୀଂ ଚୈବ ତୁମୁଳୋ ଭ୍ୟନୁନାଦୟନ୍। ହେ ଧୃତରାଷ୍ଟ୍ର! ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି। ପାଣ୍ଡବ ସେନାର ଶଙ୍ଖନାଦ, କୌରବ ସୈନ୍ୟଙ୍କର ହୃଦୟକୁ ବିଦାରିତ କରିଦେଲା । କିନ୍ତୁ କୌରବ ବାହିନୀ ଶଙ୍ଖଧ୍ୱନି କଲାବେଳେ, ଏମିତି ପ୍ରଭାବ ପାଣ୍ଡବଙ୍କ [...]
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ହେମନ୍ତ ସୋରେନ ଗିରଫ

ओडिया समाचारମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ହେମନ୍ତ ସୋରେନ ଗିରଫ
ରାଞ୍ଚି: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି ହେମନ୍ତ ସୋରେନ । ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ତାଙ୍କୁ ଗିରଫ କରିଛି । ଗିରଫ ପରେ ସୋରେନ ଇଡି ବିରୋଧରେ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଛନ୍ତି । ଆସନ୍ତାକାଲି ଏହାର ଶୁଣାଣି ହେବ । ଏହା ପୂର୍ବରୁ ଇଡିର ଏକ ଟିମ୍ ତାଙ୍କ ରାଞ୍ଚି ବାସଭବନରେ ପହଞ୍ଚି ସୋରେନଙ୍କୁ ପ୍ରାୟ ୭ [...]
ଆଇପିଏସ ଅଫିସର ବି. ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର – ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ବି.ରାଧିକା ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଫେବ୍ରୁଆରୀ ୧ ଅପରାହ୍ନରୁ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ମିଳିଛି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଗତବର୍ଷ ନଭେମ୍ବରରେ ଓଡ଼ିଶା ଫେରିଥିଲେ । ରାଧିକା ଚଳିତବର୍ଷ ଜୁଲାଇ ମାସରେ ଚାକିରିରୁ [...]
ओडिया समाचारପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି
ଭୁବନେଶ୍ୱର – ଆସନ୍ତାମାସ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ବରରେ ଆୟୋଜିତ ହେବ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେସବୁ ହେଲା — • ଓଡିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ। • ଏତଦ୍ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମ ପୁରସ୍କାର ବିଜେତା, ସାହିତ୍ୟ [...]
ଗିରଫ ସମ୍ଭାବନା ମଧ୍ୟରେ ହେମନ୍ତ ସୋରେନଙ୍କ ଇସ୍ତଫା, ଚମ୍ପାଇ ସୋରେନ୍ ହେବେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ओडिया समाचारଗିରଫ ସମ୍ଭାବନା ମଧ୍ୟରେ ହେମନ୍ତ ସୋରେନଙ୍କ ଇସ୍ତଫା, ଚମ୍ପାଇ ସୋରେନ୍ ହେବେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ଆଶଙ୍କା ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଇସ୍ତଫା ଦେଇଛନ୍ତି । ବହୁଘଣ୍ଟା ଧରି ଇଡି ଜେରାର ସମ୍ମୁଖୀନ ହେବା ପରେ ହେମନ୍ତ ସୋରେନ ରାଜ ଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିଲେ । ବରିଷ୍ଠ ଜେଏମଏମ ନେତା ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସେ ଜେଏମ୍ଏମ୍ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଚମ୍ପାଇ ସୋରେନଙ୍କ ନେତୃତ୍ୱରେ ନୂଆ ସରକାର [...]
ବରିଷ୍ଠ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ

ओडिया समाचारବରିଷ୍ଠ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ
ଭୁବନେଶ୍ୱର – ବରିଷ୍ଠ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ରେଲୱେ ଓ ଉପକୂଳ ସୁରକ୍ଷା ଏଡିଜିପି ଥିବା ଦୟାଲ ଗଙ୍ଗୱରଙ୍କୁ ବଦଳି କରାଯାଇ ଆଧୁନିକୀକରଣ ଏଡିଜିପି ଭାବେ ଅବସ୍ଥାପିତ କରାଯାଇଛି। ବର୍ତ୍ତମାନ ଆଧୁନିକୀକରଣ ଏଡିଜିପି ଥିବା ରାଜେଶ କୁମାରଙ୍କୁ ରେଲୱେ ଓ ଉପକୂଳ ସୁରକ୍ଷା ଏଡିଜିପି ଭାବେ ବଦଳି କରାଯାଇଛି। ଏଥିସହ ସେ ଏସଏଫ୍ଏସଏଲର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ [...]
ओडिया समाचारପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କଲେ ନବୀନ
ଭୁବନେଶ୍ୱର -:ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ ୫-ଟି ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀ, ଜିଲ୍ଲା, ବ୍ଲକ ସମସ୍ତଙ୍କ ଅବଦାନ ପାଇଁ ମିଳିଛି “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି। [...]
ଇଡି ବିରୋଧରେ ଏଫ୍ଆଇଆର୍ ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ओडिया समाचारଇଡି ବିରୋଧରେ ଏଫ୍ଆଇଆର୍ ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
ରାଞ୍ଚି: ତାଙ୍କ ଦିଲ୍ଲୀ ବାସଭବନରେ ହୋଇଥିବା ତଲାସି ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏସସି /ଏସଟି ଦଫାରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ରାଞ୍ଚିର ବରିଷ୍ଠ ପୋଲିସ ଅଧୀକ୍ଷକ ଚନ୍ଦନ କୁମାର ସିହ୍ନା କହିଛନ୍ତି, କିଛି ବରିଷ୍ଠ ଇଡି ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର କରାଯାଇଛି । ଆମେ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଗ୍ରହଣ କରିଛୁ। ସିହ୍ନା ଏହି ଏଫ୍ଆଇଆର୍ ସମ୍ବନ୍ଧରେ ଆଉ କୌଣସି ତଥ୍ୟ ପ୍ରଦାନ କରିନାହାଁନ୍ତି। ସୋମବାର [...]
ओडिया समाचारପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇ କଟକଣା, ଫେବୃଆରୀ ୨୯ ପରେ ଜମା ଗ୍ରହଣ ଉପରେ ରୋକ୍
ମୁମ୍ବାଇ: ନିୟମ ଉଲ୍ଲଘଂନ ଯୋଗୁଁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲଗାଇଛି ରିଜର୍ଭ ବ୍ୟାଙ୍କ୍ । ଫେବୃଆରୀ ୨୯ ପରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ୍ ଗ୍ରାହକଙ୍କ ଠାରୁ ଜମା ଗ୍ରହଣ କରିବନି। ଏହାଛଡ଼ା ଓ୍ବାଲେଟ୍, ପ୍ରିପେଡ୍ ଏବଂ ଫାଷ୍ଟାଗ୍ ଆଦି କାରବାର ନେଇ ମଧ୍ୟ ପେଟିଏମକୁ ବାରଣ କରିଛି ଆରବିଆଇ। ସିଷ୍ଟମ ଅଡିଟ୍ ରିପୋର୍ଟ ଓ ନିରପେକ୍ଷ ଅଡିଟରଙ୍କ ଅନୁପାଳନ ଯାଞ୍ଚ୍ ରିପୋର୍ଟ ଆଧାରରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ବିରୋଧରେ ଏହି ଆକ୍ସନ [...]
