ओडिया समाचारଗଞ୍ଜାମ ଗସ୍ତ କରି ଜିଲ୍ଲାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ବ୍ରହ୍ମପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଗଞ୍ଜାମ ଗସ୍ତ କରି ଜିଲ୍ଲାରେ କଲେଜ ରୂପାନ୍ତରଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଳାପ ଆଲୋଚନା କରିଛନ୍ତି। ଏଥିସହ ସେ ବ୍ରହ୍ମପୁରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାର କଲେଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ନୂଆ -ଓ କାର୍ଯ୍ୟକ୍ରମ କିପରି ଯୁବଗୋଷ୍ଠୀ ପାଇଁ ଏକ ବୌଦ୍ଧିକ ଓ ସାମଗ୍ରିକ [...]
୫-ଟି ଅଧ୍ୟକ୍ଷଙ୍କୁ ଶୁଣିବାକୁ ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ବ୍ରହ୍ମପୁର: ସହର ଉପକଣ୍ଠ ବିବେକ ବିହାରରେ ମଙ୍ଗଳବାର ଆଖି ପାଉ ନଥିବା ଭିଡ ଭଳି ହଜାର ହଜାର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମାବେଶ ହୋଇଥିଲା। ଗଞ୍ଜାମ ଜିଲ୍ଲା ସାରା ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିଲେ ଏତେ ବିଶାଳ ସଂଖ୍ୟକ ବିଦ୍ୟାର୍ଥୀ। ଚଳିତ ବର୍ଷ ଏ ଥିଲା କଲେଜ ଛାତ୍ରଛାତ୍ରୀଙ୍କ ପ୍ରଥମ ଏଭଳି ବିରାଟ ସମାଗମ। ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଆୟୋଜିତ ହୋଇଥିଲା ଏହି ନୂଆ-ଓ ଉତ୍ସବ। ଆଉ ଉତ୍ସାହୀ କଲେଜ ଛାତ୍ରଛାତ୍ରୀମାନେ ୫-ଟି ଅଧ୍ୟକ୍ଷ ତଥା ନବୀନ [...]
ଫସଲର ବିବିଧକରଣ ସହ ଚାଷରେ ବୈଷୟିକ ଜ୍ଞାନକୋୖଶଳର ପ୍ରୟୋଗ ପାଇଁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ओडिया समाचारଫସଲର ବିବିଧକରଣ ସହ ଚାଷରେ ବୈଷୟିକ ଜ୍ଞାନକୋୖଶଳର ପ୍ରୟୋଗ ପାଇଁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ବର – ଆଜି ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍ଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଜଳ ହେଉଛି ଅମୂଲ୍ୟ । ଜଳର ଉଚିତ ବ୍ୟବହାର ସହ ସଂରକ୍ଷଣ ଓ ପୁନଃ ବ୍ୟବହାର ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଫସଲର ବିବିଧକରଣ ସହ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। [...]
ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକଙ୍କୁ ଜେଲ୍ ଦଣ୍ଡାଦେଶ

ओडिया समाचारଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକଙ୍କୁ ଜେଲ୍ ଦଣ୍ଡାଦେଶ
କଟକ – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ଅଶୋକ କୁମାର ଜେନାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି। ଦୁଇ ବର୍ଷ ଜେଲ୍ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ ମଧ୍ୟ ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକଙ୍କୁ ଆଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ୬ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଆୟ ବହିର୍ଭୂତ [...]
ओडिया समाचार୨ ବର୍ଷିଆ ବଣ୍ଡ୍ ଅବଧି ପୂରଣ ନ କଲେ ଡାକ୍ତର ଛାତ୍ରଛାତ୍ରୀମାନେ ଦେବେ ଦୁଇଗୁଣା ଜୋରିମାନା
ଭୁବନେଶ୍ୱର: ୨ ବର୍ଷିଆ ବଣ୍ଡ୍ ଅବଧି ପୂରଣ ନ କଲେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ । ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ସରକାରୀ ମେଡିକାଲ୍ ଓ ଡେଣ୍ଟାଲ୍ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ୍ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣି ୨ବର୍ଷର ବଣ୍ଡ ଅବଧି ପୂରଣ କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ଟ୍ କିମ୍ବା ଦରମାର ଦୁଇଗୁଣା ଜରିମାନା [...]
ओडिया समाचारଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍, ଟାମ୍ପରିଂ ଅଭିଯୋଗ ଆଣିଲେ କଂଗ୍ରେସ, ଆପ୍
ଚଣ୍ଡିଗଡ଼: କଂଗ୍ରେସ ସମର୍ଥିତ ଆମ୍ ଆଦମୀ ପାର୍ଟିର କୁଲଦୀପ କୁମାରଙ୍କୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମନୋଜ ସୋନକର ମଙ୍ଗଳବାର ଚଣ୍ଡିଗଡ଼ର ମେୟର ପଦ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହାଛଡ଼ା ବିଜେପି ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦରେ ମଧ୍ୟ ହାତେଇଛି । ବିଜେପି ପ୍ରାର୍ଥୀ କୁଲଜିତ ସାନ୍ଧୁ ସିନିୟର ଡେପୁଟି ମେୟର ଏବଂ ରାଜିନ୍ଦର ଶର୍ମା ଡେପୁଟି ମେୟର ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ମେୟର ପଦ ନିର୍ବାଚନରେ [...]
ओडिया समाचारଗୋପନୀୟତା ଉଲ୍ଲଂଘନ ମାମଲାରେ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍
ଇସଲାମାବାଦ: ଗୋପନୀୟତା ଉଲ୍ଲଂଘନ ମାମଲାରେ ମଙ୍ଗଳବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ରାୱଲପିଣ୍ଡିର ଆଦିୟାଲା ଜେଲରେ ମାମଲାର ଶୁଣାଣି ସମୟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଅବୁଲ ହସନତ ଜୁଲକରନୈନ ଏହି ରାୟ ଶୁଣାଇଛନ୍ତି । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଏହାକୁ ଏହା ଏକ ମିଛ ମାମଲା ବୋଲି କହିଛି । ଦଳ ଏହି ରାୟକୁ [...]
ओडिया समाचारସର୍ବ ସମ୍ମୁଖକୁ ଆସିଲେ ହେମନ୍ତ ସୋରେନ୍, କାଲି ଇଡି ନିକଟରେ ହାଜର ହୋଇପାରନ୍ତି
ରାଞ୍ଚି: ଗତ ୨୪ ଘଣ୍ଟା ଧରି ‘ନିଖୋଜ’ ହୋଇଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଙ୍ଗଳବାର ସର୍ବ ସମ୍ମୁଖକୁ ଆସିଛନ୍ତି । ଆଜି ସୋରେନ ରାଞ୍ଚିରେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । କିଛି ମିନିଟ୍ ପରେ ସୋରେନଙ୍କ ଅଧ୍ୟକ୍ଷତାରେ ଶାସକ ଦଳର ବିଧାୟକଙ୍କ ଏକ ବୈଠକ ହେବା ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ସୂତ୍ରରୁ ଜଣାପଡିଛି । ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ । ଝାଡ଼ଖଣ୍ଡର [...]
ओडिया समाचारବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ଫେବ୍ରୁଆରୀ ୪ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର – ଫେବ୍ରୁଆରୀ ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ବଜେଟ ଅଧିବେଶନ। ଫେବ୍ରୁଆରୀ ୫ରୁ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥିରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନରେ କାମଚଳା ବଜେଟ ଆଗତ ହେବ । ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ସେ ନେଇ ଆସନ୍ତା ୪ତାରିଖ ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ବସିବ। ବାଚସ୍ପତି ଏହି ବୈଠକରେ ଅଧ୍ୟକ୍ଷତା କରିବେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ [...]
ओडिया समाचारବିଜେପି ନେତାଙ୍କ ହତ୍ୟା ମାମଲାରେ ୧୫ ପିଏଫ୍ଆଇ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ
ଥିରୁଭନନ୍ତପୁରମ: ଜଣେ ବିଜେପି ନେତାଙ୍କ ହତ୍ୟା ମାମଲାରେ କେରଳର ଏକ କୋର୍ଟ ମଙ୍ଗଳବାର ୧୫ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହି ସମସ୍ତ ଦୋଷୀ ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ସଦସ୍ୟ । ଶନିବାର ଏହି ୧୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ସୂଚନାନୁସାରେ, ଏହି ହତ୍ୟା ମାମଲାରେ ୮ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଅବଶିଷ୍ଟ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୯ [...]
