ओडिया समाचारଆଜି ଇଡିରେ ହାଜର ହେବେ ହେମନ୍ତ ସୋରେନ, ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଇଡିରେ ହାଜର ହେବେ। ତା’ପୂର୍ବରୁ ରାଞ୍ଚିର ପ୍ରମୁଖ ଅଞ୍ଚଳରେ ନିଷେଧାଦେଶ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ତିନିଜଣିଆ ଟିମ୍ ଗଠନ କରାଯାଇଛି। ଇଡି ଅଧିକାରୀମାନେ ଅପରାହ୍ନ ପ୍ରାୟ ୧ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସି ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୋରେନଙ୍କ ବୟାନ ରେକର୍ଡ କରିବେ। ରହସ୍ୟଜନକ [...]
ନୂଆ ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ନେଲେ ଜୟନାରାୟଣ ପଙ୍କଜ
ବ୍ରହ୍ମପୁର – ନୂଆ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଭାବେ ଜୟନାରାୟଣ ପଙ୍କଜ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ସତ୍ୟବ୍ରତ ଭୋଇଙ୍କ ସ୍ଥାନ ନେଇଛନ୍ତି। ଗତ ସପ୍ତାହରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବ୍ୟାପକ ଅଦଳବଦଳ କରିଥିଲେ । ଏହି ପ୍ରକ୍ରିୟାରେ ପୂର୍ବରୁ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ପୋଲିସ ଆଇଜି ଭାବେ ବଦଳି କରାଯାଇଥିଲା । ତାଙ୍କ ସ୍ଥାନରେ ଏସଟିଏଫର ଅପରାଧ ଶାଖା ଆଇଜି ଜେଏନ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ସହ [...]
ओडिया समाचारଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୬ରୁ ରାତି ୯ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
ପୁରୀ – ଆଜି ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ବନକଲାଗି ନୀତି। ଏହି ଗୁପ୍ତ ନୀତି ପାଇଁ ସନ୍ଧ୍ୟାରେ ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ସଂଧ୍ୟା ୬ରୁ ରାତି ୯ ଯାଏଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ନାହିଁ। ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ସହ ଅନ୍ୟ ନୀତିକାନ୍ତି ଆରମ୍ଭ ହେବ। ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ [...]
ओडिया समाचारଆଜିଠୁ ବଜେଟ୍ ଅଧିବେଶନ, ଲୋକସଭା ନିର୍ବାଚନ ପୂର୍ବରୁ ସଂସଦର ଶେଷ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ହେଉଛି ଶେଷ ବଜେଟ୍ ତଥା ସଂସଦର ଶେଷ ଅଧିବେଶନ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ନୂଆ ସରକାର ଗଠନ ପର୍ଯ୍ୟନ୍ତ କେବଳ ସରକାରୀ ଖର୍ଚ୍ଚ [...]
ଆଜି ଦିଆଯିବ ପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ओडिया समाचारଆଜି ଦିଆଯିବ ପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଭୁବନେଶ୍ୱର – ଆଜି ପ୍ରଦାନ କରାଯିବ ପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ୬ ହଜାର ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବ। ଜିଲ୍ଲା ଓ ବ୍ଲକକୁ ମିଶାଇ ସମୁଦାୟ ୫୪ ହଜାରରୁ ଅଧିକ ପୁରସ୍କାର ପ୍ରଦାନ କରାଯିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୁରସ୍କାର ପ୍ରଦାନ କରିବେ । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ କୃତି ଛାତ୍ରଛାତ୍ରୀ [...]
ओडिया समाचारଆଜିଠୁ ଆଉ ତିନିଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ , ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ଆଜି ଆଉ ତିନିଟି ଜିଲ୍ଲାକୁ ସଂପ୍ରସାରିତ ହେବ । ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ଆଜି ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାଁ ରୁ ସହରକୁ ସୁଗମ ଓ ସୁଲଭ ବସ୍ ସେବା ଯୋଗାଇଦେବା ପାଇଁ ଗତବର୍ଷ ରାଜ୍ୟ ସରକାର ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ( ଲୋକେସନ ଆକସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ ) ବସ୍ ସେବା ଯୋଜନାର ଶୁଭାରମ୍ଭ କରିଥିଲେ [...]
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେଉଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଲେ ଭାଷାବିତ ଓ ସାହିତ୍ୟିକ

ओडिया समाचारପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେଉଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଲେ ଭାଷାବିତ ଓ ସାହିତ୍ୟିକ
ଭୁବନେଶ୍ୱର -ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷାବିତ ଓ ସାହିତ୍ୟିକମାନଙ୍କ ସହ ଲୋକସେବା ଭବନ କନଭେନସନ ସେଣ୍ଟର ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଅଧ୍ୟକ୍ଷତା କରିଥିଲେ । ଓଡ଼ିଆ ଭାଷାର ପ୍ରାଚୀନତା, ପ୍ରାସଙ୍ଗିକତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏହି ସମ୍ମିଳନୀରେ ବିଚାର ବିମର୍ଶ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଆୟୋଜନ ହେଉଥିବାରୁ [...]
ओडिया समाचारଭୁବନେଶ୍ୱର ପଳାଶପଲ୍ଲୀରେ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ପଳାଶ ପଲ୍ଲୀଠାରେ ନବନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କରିଛନ୍ତି। ଏଥିରେ ୩୧ଟି ଘର ରହିଛି। ଏହାଦ୍ବାରା ୯୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଏମାନେ ସମସ୍ତେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଛନ୍ତି। ଏକ ମେଡିକାଲ୍ ଟିମ୍ ପ୍ରତି ସପ୍ତାହରେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି। ସେମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଡ୍ରେସିଂ କିଟ୍, ଜୋତା ଓ ଟ୍ରାଇ ସାଇକଲ [...]
ओडिया समाचारବିବାଦ ପରେ କୋଟା ଉଚ୍ଛେଦ ନେଇ ଡ୍ରାଫ୍ଟ ଗାଇଡଲାଇନ୍ ଓ୍ବେବସାଇଟରୁ ହଟାଇଲା ୟୁଜିସି
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଙ୍ଗଳବାର ଏହାର ୱେବସାଇଟରୁ ‘ସଂରକ୍ଷିତ ପଦ ଗୁଡ଼ିକୁ ଅଣ ସଂରକ୍ଷିତ’ ଘୋଷଣା କରିବା ସମ୍ବନ୍ଧୀୟ ଡ୍ରାଫ୍ଟ ଗାଇଡଲାଇନକୁ ହଟାଇ ଦେଇଛି । ଏସସି, ଏସଟି ଓ ଓବିସି ବର୍ଗର ଯଥେଷ୍ଟ ପ୍ରାର୍ଥୀ ଉପଲବ୍ଧ ନ ହେଲେ ସଂରକ୍ଷିତ ପଦବୀ ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିକଟରେ ୟୁଜିସି ଡ୍ରାଫ୍ଟ ଗାଇଡଲାଇନ୍ ଜାରି କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି ଯେ [...]
ओडिया समाचारଛତିଶଗଡ଼: ନକ୍ସଲ ଆକ୍ରମଣରେ ୩ ସିଆରପିଏଫ୍ ଯବାନ ସହିଦ୍, ୧୪ ଆହତ
ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ମଙ୍ଗଳବାର ମାଓବାଦୀଙ୍କ ସହ ଗୁଳି ବିନିମୟରେ ୩ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି । ଏହି ଘଟଣାରେ ଆଉ ୧୪ ଜଣ ଯବାନ ଆହତ ହୋଇଛନ୍ତି। ପୋଲିସ ମହାନିର୍ଦ୍ଦେଶକ (ବସ୍ତର ରେଞ୍ଜ) ସୁନ୍ଦରରାଜ ପି କହିଛନ୍ତି, ସୁରକ୍ଷା କର୍ମୀଙ୍କ ମିଳିତ ଟିମ୍ ତରଫରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ବିଜାପୁର ଓ ସୁକମା ଜିଲ୍ଲା ସୀମାରେ ଅବସ୍ଥିତ ଟେକଲଗୁଡେମ ଗ୍ରାମ ନିକଟରେ ଏହି ଘଟଣା ଘଟିଥିଲା । କୋବ୍ରା କମାଣ୍ଡୋର [...]
