ओडिया समाचारଆସନ୍ତାକାଲି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ମାଲକାନଗିରି – ମାଲକାନଗିରିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ବିମାନସେବା ସହ ଯୋଡି ହେବ ମାଲକାନଗିରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ। ବିମାନ ବନ୍ଦର ଉଦଘାଟନ ସହ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଉଦଘାଟନ ପୂର୍ବରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ସଫଳ ହୋଇଛି। ରବିବାର ନୂଆ ବିମାନ ବନ୍ଦରରେ ପରୀକ୍ଷାମୂଳକ ଭାବେ ଭିଟି ୧୦୦ ବିମାନ ଅବତରଣ କରିଥିଲା।ଅବତରଣ ପରେ ପାଇଲଟ ବିମାନ ବନ୍ଦରର [...]
ओडिया समाचारରାଜସ୍ଥାନର କରଣପୁର ଉପନିର୍ବାଚନରେ ବିଜେପିକୁ ଝଟକା, ମନ୍ତ୍ରୀ ସୁରେନ୍ଦ୍ରପାଲ ସିଂହଙ୍କ ପରାଜୟ, ୧୨ ହଜାର ଭୋଟରେ ହରାଇଲେ କଂଗ୍ରେସ ପ୍ରାର୍ଥୀ
ଜୟପୁର: ରାଜସ୍ଥାନର କରଣପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିଛି। ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ଗଢ଼ିଥିବା ବିଜେପିକୁ ଲାଗିଛି ଝଟକା । ଉପନିର୍ବାଚନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ପ୍ରାର୍ଥୀ ସୁରେନ୍ଦ୍ରପାଲ ସିଂହ ଟିଟି କରଣପୁର ଆସନରେ ହାରିଯାଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂହ କୁନାରଙ୍କ ଠାରୁ ୧୨ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି । କରଣପୁର ବିଧାନସଭା ଆସନ ପାଇଁ ଜାନୁଆରୀ ୫ରେ ଭୋଟ୍ ଗ୍ରହଣ [...]
ଛତ୍ରପୁରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ଖେଳ ପ୍ରତିଯୋଗିତା ଉଦଘାଟିତ
ଛତ୍ରପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଯୁବ ପ୍ରତିଭା ବିକାଶ କାର୍ଯ୍ୟକ୍ରମର ଖେଳକୁଦ ପ୍ରତିଯୋଗିତା ଛତ୍ରପୁର ଠାରେ ଆଜିଠୁ ଆରମ୍ଭ ହୋଇଛି। ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ୨୨ଗୋଟି ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ବଛା ହୋଇଥିବା ୮୫୦ ଜଣ ସଫଳ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମରେ ପ୍ରତିଯୋଗିତାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା [...]
ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କଲେ ଗଜପତି ମହାରାଜା

ओडिया समाचारପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କଲେ ଗଜପତି ମହାରାଜା
ରାୟପୁର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରାଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଶଙ୍କରାଚାର୍ଯ୍ୟ ବର୍ତ୍ତମାନ ରାୟପୁରରେ ସୁଦର୍ଶନ ସଂସ୍ଥାନମ ଆଶ୍ରମରେ ଅନୁଷ୍ଠିତ ବିଶାଳ ହିନ୍ଦୁରାଷ୍ଟ୍ର ଧର୍ମସଭାରେ ଯୋଗ ଦେବାକୁ ସେଠାରେ ଅଛନ୍ତି । ସେଠାରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଗଜପତି ମହାରାଜଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ [...]
ओडिया समाचारକୁଇ ଭାଷାର ସୁରକ୍ଷା ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ଫୁଲବାଣୀ – କନ୍ଧମାଳ ମହୋତ୍ସବ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଭାଷା, ସାହିତ୍ୟ ଓ ସଂସ୍କୃତି ଆଲୋଚନା ଚକ୍ର ଏବଂ କୁଇ ଓ ଓଡ଼ିଆ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଯୋଗ [...]
ओडिया समाचारଗୁଜରାଟ ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ, ବିଲକିସ୍ ବାନୋ ଗଣବଳାତ୍କାର ମାମଲାର ୧୧ ଦୋଷୀଙ୍କୁ ମୁକ୍ତ ନିଷ୍ପତ୍ତି ରଦ୍ଦ, ସରେଣ୍ଡର୍ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଲମ୍ବା ଆଇନଗତ ଲଢ଼େଇ ପରେ ବିଲକିସ୍ ବାନୋଙ୍କୁ ଶେଷରେ ନ୍ୟାୟ ମିଳିଛି । ବିଲକିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ଜେଲରୁ ଆଗୁଆ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ଖଣ୍ଡପୀଠ ସୋମବାର ବିଲକିସ୍ ବାନୋଙ୍କ ସପକ୍ଷରେ ଏହି ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟ [...]
ओडिया समाचारରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କଲା ଓଡ଼ିଶା ପରିବହନ ଶ୍ରମିକ ମହାସଂଘ
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା ବିରୋଧରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା ଦେଇଥିଲା ମହାସଂଘ। ତେବେ ଆଜି ମହାସଂଘର କର୍ମକର୍ତ୍ତାମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଅନ୍ୟ [...]
ओडिया समाचारତେଜିଲା ‘ମାଳଦ୍ୱୀପ ବଏକଟ୍’ ଅଭିଯାନ: ମାଳଦ୍ୱୀପକୁ ସବୁ ଫ୍ଲାଇଟ୍ ବୁକିଂ ରଦ୍ଦ କଲା EaseMyTrip
ନୂଆଦିଲ୍ଲୀ: ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାଳଦ୍ୱୀପର ତିନି ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପରେ ମାଳଦ୍ୱୀପ ସରକାର ତିନି ମନ୍ତ୍ରୀ ଅବଦୁଲ୍ଲା ମହଜୁମ ମାଜିଦ୍, ମରିୟମ ଶିଉନା ଏବଂ ମାଲଶା ସରିଫଙ୍କୁ ନିଲମ୍ବିତ କରିଥିଲେ ମଧ୍ୟ ବିବାଦ ଥମୁନାହିଁ । ଭାରତରେ ଏବେ ‘ମାଳଦ୍ୱୀପ ବଏକଟ୍’ ଅଭିଯାନ ତୀବ୍ର ହୋଇଛି । ଏହି ବିବାଦ ମଧ୍ୟରେ [...]
ବ୍ରହ୍ମପୁରରେ ଗଡିଲା ଅର୍ପଣ ରଥ, ପୁରୀ ପଠାଯିବ ସଂଗୃହିତ ସାମଗ୍ରୀ
ବ୍ରହ୍ମପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରାକ୍-ଅବସରରେ ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟରୁ ୪ଟି ଅର୍ପଣ ରଥର ପରିକ୍ରମା ଆଜି ପୂର୍ବାହ୍ନରେ ଆରମ୍ଭ ହୋଇଛି। ମହାନଗରର ପ୍ରତ୍ୟେକ ୱାର୍ଡରେ ଅର୍ପଣ ରଥ ପରିକ୍ରମା କରି ଭକ୍ତଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ ଯାହାକୁ ପୁରୀ ପଠାଯିବ। ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ ଅବସରରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ବିବେକ ରେଡ୍ଡୀ, ବିଏମସି [...]
ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି, ୩ ମୃତ

ओडिया समाचारବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି, ୩ ମୃତ
ଝାରସୁଗୁଡ଼ା -ଝାରସୁଗୁଡା ଜିଲ୍ଲାରେ ଭୋରରେ ସଂଘଟିତ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି। ବେଲପାହାଡ଼ ଥାନା ଅନ୍ତର୍ଗତ ଗୌରପଡ଼ା ନିକଟରେ ତିନି ଜଣ ବାଇକ୍ ଆରୋହୀଙ୍କ ଉପରେ ଅଜଣା ଗାଡ଼ି ମାଡିଯାଇଛି । ଘଟଣାସ୍ଥଳରେ ହିଁ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏ ଯାଏଁ ମୃତକଙ୍କ ପରିଚୟ ମିଳି ପାରିନାହିଁ। ସୂଚନା ଅନୁସାରେ ତିନିଜଣ ଯୁବକ ଏକ ବାଇକ୍ରେ ଯିବାବେଳେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କର [...]
