ओडिया समाचारଜାତୀୟ ‘ଚେଞ୍ଜ୍ ମେକର୍’ କର୍ମଶାଳାରେ ଯୋଗଦେବେ ବୁଗୁଡା ବ୍ଲକ୍ ଅଧ୍ୟକ୍ଷାଙ୍କ ସମେତ ଓଡ଼ିଶାରୁ ୧୦ ମହିଳା
ଛତ୍ରପୁର: ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ଶୁକ୍ରବାର ଅନୁଷ୍ଠିତ ହେବ ଜାତୀୟସ୍ତରର ‘ଚେଞ୍ଜ୍ ମେକର୍’ କର୍ମଶାଳା। ସମାଜ ପରିବର୍ତ୍ତନରେ ମହିଳାମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ସେମାନେ ମଧ୍ୟ ପରିବର୍ତ୍ତନର ବାର୍ତ୍ତାବାହକ ସାଜିପାରିବେ। ଏଣୁ ଏହି ଜାତୀୟ ସମ୍ମିଳନୀରେ ମହିଳାଙ୍କ ନେତୃତ୍ବ ଦକ୍ଷତା, ଅଭିଜ୍ଞତା, ପରିଚାଳନାଗତ କୌଶଳ, ନୀତି ଓ ନିଷ୍ପତ୍ତିରେ ସେମାନଙ୍କ ଭୂମିକା ବାବଦରେ ଆଲୋଚନା ପର୍ଯ୍ୟାଲୋଚନା ସହ ବିଭିନ୍ନ ବିଷୟରେ ମତ ଆଦାନ ପ୍ରଦାନ କରାଯିବ। ଫଳରେ ତୃଣମୂଳ ସ୍ତରର ନାରୀ ନେତୃତ୍ୱକୁ ବଳ ମିଳିବ। ଏହି ଜାତୀୟ [...]
ଆସନ୍ତା ୬ରୁ ଶିଶିର ସରସ -୨୦୨୪

ओडिया समाचारଆସନ୍ତା ୬ରୁ ଶିଶିର ସରସ -୨୦୨୪
ଭୁବନେଶ୍ବର – ଚଳିତମାସ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ ମେଳା -୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା । ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ଟି ଷ୍ଟଲ ଖୋଲାଯିବ । ଏଥିରେ [...]
ओडिया समाचारଦ୍ବିତୀୟ ଟେଷ୍ଟ ଦୁଇ ଦିନରେ ଶେଷ, ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ହରାଇଲା ଭାରତ; ସିରିଜ୍ ୧-୧ରେ ଡ୍ର
କେପଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷରେ ହୋଇଛି । ପ୍ରଥମ ଟେଷ୍ଟରେ ଇନିଂସ୍ ପରାଜୟ ପରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଛି । ଏଡେନ ମାର୍କ୍ରମଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ମାତ୍ର ୭୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଭାରତ ୩ ଓ୍ବିକେଟ୍ ହରାଇ ମାତ୍ର ୧୨ [...]
ओडिया समाचारତିନିବର୍ଷ ପରେ ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଭୁବନେଶ୍ବର – ଏଥର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ଦିଆଯାଇଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମଡ଼େଲ ଚୂଡ଼ାନ୍ତ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି। ମଡେଲ ମନୋନୀତ ସହ ଏ ସମ୍ପର୍କୀତ ମାର୍ଗଦର୍ଶିକା [...]
ओडिया समाचारଆହୁରି ଦକ୍ଷ ହେବ ବିଡିଏର ଏନଫୋର୍ସମଏଣ୍ଟ ବ୍ୟବସ୍ଥା, ୬୭ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର – ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ- ବିଡିଏର ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ନୂଆ ପଦବୀ ମଧ୍ୟରେ ରହିଛି ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଏଏସଆଇ ଏବଂ ୬୦ଟି କନଷ୍ଟେବଲ ପଦବୀ । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ । ଫଳରେ ବିଡିଏର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ [...]
ओडिया समाचारରାଜ୍ୟରେ କୋଭିଡ୍ ସବ୍ ଭାରିଆଣ୍ଟ ଜେଏନ.୧ ଦ୍ବାରା ଦୁଇ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର – ରାଜ୍ୟରେ କୋଭିଡ୍-୧୯ର ସଦ୍ୟତମ ସବ୍ ଭାରିଆଣ୍ଟ ଜେଏନ. ୧ରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ୨ ଜଣ ରୋଗୀଙ୍କଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଜେଏନ.୧ ଦ୍ୱାରା ଆକ୍ରାନ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ଅନ୍ୟ ଜଣେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ଜଣେ ହୋମ ଆଇସୋଲେସନରେ ଥାଇ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅନ୍ୟ ଆକ୍ରାନ୍ତ ଜଣକ [...]
ओडिया समाचारଡ଼୍ରାଇଭରଙ୍କ ‘ଔକାତ୍’ ଉପରେ ପ୍ରଶ୍ନ କରିଥିବା ଜିଲ୍ଲାପାଳଙ୍କୁ ବଦଳି
ଭୋପାଳ: ଟ୍ରକ ଧର୍ମଘଟ ନେଇ ଆଲୋଚନା ବେଳେ ଜଣେ ଡ଼୍ରାଇଭରଙ୍କୁ ଅପମାନିତ କରିବା ମଧ୍ୟପ୍ରଦେଶ ଶାଜାପୁର ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଶାଜାପୁର ଜିଲ୍ଲାପାଳ କିଶୋର କନ୍ୟାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ କହିଛନ୍ତି ଯେ ଏହି ସରକାର ଗରିବଙ୍କ ସରକାର। ସମସ୍ତଙ୍କ କାର୍ଯ୍ୟ ଏବଂ ଭାବନାକୁ ସମ୍ମାନ ଦିଆଯିବା ଉଚିତ୍ । ମୁଁ ନିଜେ ଏକ ଶ୍ରମିକ ପରିବାରର ପୁଅ । ଏପରି [...]
ମନମୁଣ୍ଡା ଏଏସଆଇଙ୍କୁ ମରଣାନ୍ତକ ଆକ୍ରମଣ

ओडिया समाचारମନମୁଣ୍ଡା ଏଏସଆଇଙ୍କୁ ମରଣାନ୍ତକ ଆକ୍ରମଣ
ବୌଦ୍ଧ – ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦପଲା ଗ୍ରାମଠାରେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପୁଲିସ ବଲାଙ୍ଗିର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି । ମନମୁଣ୍ଡା ଥାନାର ଏଏସ୍ଆଇ କୁମୁଦ ଭୋଇ ବୁଧବାର ଥାନାର ୧୧୨ ସହାୟତା ଗାଡି ଦାୟିତ୍ୱରେ ରହିଥିଲେ। ରାତିରେ ଏକ ସୂଚନା ପାଇ କୁମୁଦ ଭୋଇ ଅନ୍ୟ କର୍ମଚାରୀଙ୍କ ସହ ୧୧୨ ଗାଡିରେ ଦପଲା ଗ୍ରାମକୁ ଯାଇଥିଲେ। ଗାଁ ସ୍କୁଲ [...]
ମୟୂରଭଞ୍ଜ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ତେଲ ଟ୍ୟାଙ୍କର ଓ ଟ୍ରକ୍ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ

ओडिया समाचारମୟୂରଭଞ୍ଜ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ତେଲ ଟ୍ୟାଙ୍କର ଓ ଟ୍ରକ୍ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ
ବାରିପଦା – ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଟ୍ରକ୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଜଳିଯାଇଥିଲା । ଡ୍ରାଇଭର ଜଣକ ଟ୍ରକ ଭିତରୁ ବାହାରି ନପାରି ପ୍ରାଣ ହରାଇଛନ୍ତି । ତେବେ ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଟ୍ରକ ମଧ୍ୟରେ ଚାପି ହୋଇ ରହିଛନ୍ତି। ଘଟଣାସ୍ଥଳରେ [...]
ଜିରାଙ୍ଗ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ତ୍ରିରଙ୍ଗା
ଜିରାଙ୍ଗ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ତ୍ରିରଙ୍ଗା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକର ଜିରାଙ୍ଗସ୍ଥିତ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ଉଚ୍ଚ ଜାତୀୟ ପତାକା।୧୯ ମିଟର ଉଚ୍ଚ, ୧୬ ଫୁଟ ଓସାର ବିଶିଷ୍ଟ ପ୍ଲାଟଫର୍ମରେ ଫରଫର ହୋଇ ଉଡୁଛି ଦୂରରୁ ଆକର୍ଷଣୀୟ ଦେଖାଯାଉଥିବା ତ୍ରିରଙ୍ଗା ପତାକା। ଏହାକୁ ପ୍ରଥମ କରି ଉତ୍ତୋଳନ କରିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ। ଦେଶବିଦେଶରେ ପ୍ରସିଦ୍ଧ ବୌଦ୍ଧ ଧର୍ମର ଏହି ମନ୍ଦିରକୁ ବର୍ଷତମାମ ଭକ୍ତ, ପର୍ଯ୍ୟଟକମାନେ ବୁଲି ଆସିଥାନ୍ତି। ଏବେ ସେଠାରେ ସୁଉଚ୍ଚ ତ୍ରିରଙ୍ଗା ଉଡ଼ିବା ଫଳରେ [...]
