ओडिया समाचारନିଟ୍, ଜେଇଇ ପାଇଁ ଆଜିଠୁ ଯୁକ୍ତ ଦୁଇ କଲେଜରେ ମାଗଣା ଅନଲାଇନ କୋଚିଂ କ୍ଲାସ
ଭୁବନେଶ୍ବର – ପୂର୍ବ ନିଷ୍ପତ୍ତି କ୍ରମେ ଆଜିଠୁ ରାଜ୍ୟର ଯୁକ୍ତ ଦୁଇ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ଏନଇଇଟି ଓ ଜେଇଇ କୋଚିଂ ଦିଆଯିବ । ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ କୋଚିଂ ଦିଆଯିବ । ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଇଛୁକ ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହେବ କୋଚିଂ । ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ ଇଣ୍ଟରଆକ୍ଟିଭ ପ୍ୟାନେଲ ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ନିଟ୍ ଓ ଜେଇଇରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ [...]
ओडिया समाचारଗିରଫ ହେବେ କି କେଜ୍ରିୱାଲ ? ଆପ୍ ମୁଖ୍ୟାଳୟ ବାହାରେ ଦଳୀୟ କର୍ମୀଙ୍କ ଭିଡ଼
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିପାରେ । ଆମ୍ ଆଦମୀ ପାର୍ଟି (ଆପ୍) ଏଭଳି ଆଶଙ୍କା ପ୍ରକାଶ କରିଛି । କେଜ୍ରିୱାଲଙ୍କୁ ଗିରଫ ଆଶଙ୍କାରେ ଗୁରୁବାର ଠାରୁ ଆପ୍ କର୍ମକର୍ତ୍ତାମାନେ ଦଳର ମୁଖ୍ୟାଳୟ ବାହାରେ ରୁଣ୍ଡ ହେବାରେ ଲାଗିଛନ୍ତି । ଅବକାରୀ ଦୁର୍ନୀତିରେ କେଜ୍ରିୱାଲଙ୍କୁ ଇଡି ତିନି ଥର ସମନ କରିସାରିଛି । ହେଲେ କେଜ୍ରିୱାଲ କେନ୍ଦ୍ରୀୟ ସଂସ୍ଥା ଆଗରେ ହାଜର ହୋଇନାହାଁନ୍ତି। ତେବେ [...]
ओडिया समाचारବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ କାଲିଠାରୁ ୯ ଦିନ ଯାଏଁ ଭିତରକନିକା ବନ୍ଦ
କେନ୍ଦ୍ରାପଡା – ଆସନ୍ତାକାଲିଠାରୁ ବନ୍ଦ ରହିବ ଭିତରକନିକା । ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ କାଲିଠାରୁ ୧୩ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନାହିଁ ଭିତରକନିକା ଅଭୟାରଣ୍ୟ । ୫ଟି ରେଞ୍ଜରେ ବଉଳା କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ओडिया समाचारଚିଲିକାରେ ପକ୍ଷୀ ଗଣନା ଆରମ୍ଭ
ଖୋର୍ଦ୍ଧା – ଚିଲିକାରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ବିଦେଶୀ ପକ୍ଷୀଙ୍କ ଗଣନା ଲାଗି ୫ଟି ରେଞ୍ଜ- ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ଚିଲିକାରେ ଆଦି ରେଞ୍ଜ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ୫ରୁ ୬ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି। ଜଳଭାଗରେ ୧୯ ଓ ସ୍ଥଳ ଭାଗରେ ୨ଟି ଟିମ୍ ରହି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି । ଗଣନା କାର୍ଯ୍ୟ ପାଇଁ ଜିପିଏସ, କ୍ୟାମେରା, ବାଇନାକୁଲାର [...]
ओडिया समाचारଆଠଗଡ଼ରେ ପିଏମଜିଏସୱ।ଇ ରାସ୍ତା ଧାର୍ଯ୍ୟ ସମୟରେ ଶେଷ ଉପରେ ମନ୍ତ୍ରୀଙ୍କ ଗୁରୁତ୍ଵାରୋପ
ଭୁବନେଶ୍ୱର – ଆଠଗଡ଼ ବିଧାନସଭା କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାସ୍ତା କାର୍ଯ୍ୟକୁ ତ୍ୱରାନ୍ଵିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଆଜି ଲୋକସେବା ଭବନଠାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା [...]
ओडिया समाचारଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ୨୩ ଓ୍ବିକେଟ୍ ପତନ, ଭାରତ ୩୬ ରନରେ ଆଗୁଆ
କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ମୋଟ ୨୩ଟି ୱିକେଟର ପତନ ଘଟିଛି । ଟେଷ୍ଟ କ୍ରିକେଟର ୧୪୦ ବର୍ଷରୁ ଅଧିକ ଇତିହାସରେ ପ୍ରଥମ ଦିନରେ ଓ୍ବିକେଟ୍ ପତନ ଦୃଷ୍ଟିରୁ ଏହି ସଂଖ୍ୟା ଦ୍ବିତୀୟ ସର୍ବାଧିକ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପାଖରେ ବୃହତ [...]
ବସ୍ ଚାପାରେ ନାବାଳକର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ओडिया समाचारବସ୍ ଚାପାରେ ନାବାଳକର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ
ସମ୍ବଲପୁର: ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ସମ୍ବଲପୁର ସହରର କୁଞ୍ଜେଲପଡା ନିକଟରେ ଏକ ବସ୍ ଚାପାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ପ୍ରତିବାଦରେ ଉତ୍ୟକ୍ତ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ଉକ୍ତ ବସ୍ କୁ ଭଙ୍ଗାରୁଜା କରିବା ସହିତ ଲକ୍ଷ୍ମୀ ଟକିଜ ଛକରେ କଟକ, ଭୁବନେଶ୍ବରକୁ ଯାଉଥିବା ସମସ୍ତ ରାତ୍ରୀକାଳୀନ ବସକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ପ୍ରାପ୍ତ ସୂଚନା [...]
ओडिया समाचारରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ୱର – ରକ୍ତ ହିଁ ଜୀବନ । ଆପାଦକାଳୀନ ସ୍ଥିତିରେ ଟୋପାଏ ରକ୍ତ ମଣିଷକୁ ବଞ୍ଚାଇଥାଏ । ଆମେମାନେ ସମସ୍ତେ ଏହାର ଗୁରୁତ୍ଵ ଉପଲବ୍ଧ କରିବା ଦରକାର । ସରକାର ଦୁର୍ଘଟଣା କ୍ଷେତ୍ରରେ ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି । ଆମେ ସମସ୍ତେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । [...]
ଓଡ଼ିଶାର ଆଉ ୭ଟି ଉତ୍ପାଦକୁ ଜିଆଇ ଟ୍ୟାଗ୍
ଓଡ଼ିଶାର ଆଉ ୭ଟି ଉତ୍ପାଦକୁ ଜିଆଇ ଟ୍ୟାଗ୍
ଭୁବନେଶ୍ୱର – ଓଡ଼ିଶାର ଆଉ ୭ଟି ଉତ୍ପାଦକୁ ମିଳିଛି ଜିଆଇ ଟ୍ୟାଗ୍ । ଏ ନେଇ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ରେ ସୂଚନା ଦିଆଯାଇଛି । ଖଜୁରୀ ଗୁଡ଼, ଢେଙ୍କାନାଳର ମଗଜି, ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, କୋରାପୁଟ କଳାଜିରା ଧାନ ଓ ଲାଞ୍ଜିଆ ସୌରା ଚିତ୍ରକଳାକୁ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା । ଗତବର୍ଷ ଅକ୍ଟୋବର ୩ [...]
ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ

ओडिया समाचारସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ
ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର କିରେଇଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ସଭାରେ ଉପସ୍ଥିତ ଲୋକଙ୍କୁ ସେ ନୂଆବର୍ଷର ଶୁଭକାମନା ଜଣାଇଥିଲେ । ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ସଚିବ ଆସିଥିଲେ। ଗସ୍ତକୁ ୮ ମାସରୁ ଅଧିକ ସମୟ ବିତିଥିବା ବେଳେ ୧୬୦ଟି ଦରଖାସ୍ତ ମିଳିଥିଲା । ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି। ମନ୍ଦିର, [...]
