ଆଜିଠୁ ଯୁକ୍ତ ତିନି ନାମଲେଖା ଆବେଦନ ପ୍ରକ୍ରିୟା

ओडिया समाचारଆଜିଠୁ ଯୁକ୍ତ ତିନି ନାମଲେଖା ଆବେଦନ ପ୍ରକ୍ରିୟା
ଭୁବନେଶ୍ବର – ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନିରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଚଳିତ ବର୍ଷ ୧୦କି ଶିକ୍ଷାନୁଷ୍ଠାନରେ ନାମଲେଖା ଉପରେ କଟକଣା ଲଗାଯାଇଥିବାବେଳେ ଆସନ ସଂଖ୍ୟା ବୃଦ୍ଧି ପାଇଛି। ଗତ ଶିକ୍ଷାବର୍ଷରେ ୧ ଲକ୍ଷ ୨୧ ହଜାର ୯୬୫ ଆସନ ଖାଲି ରହିଥିଲା। ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ସଂଖ୍ୟା କମିଛି। [...]
ओडिया समाचारବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ଗୃହୀତ
ଭୁବନେଶ୍ବର – ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ପୂର୍ବରୂ ରାଜ୍ୟ ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ ଆଜି ବସିଥିଲା। ମୁଖ୍ୟମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥିଲେ । କ୍ୟାବିନେଟ ନିଷ୍ପତି ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଜୁନ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାରଙ୍କ କାର୍ଯ୍ୟକାଳ। ସୂଚନାଯୋଗ୍ୟ ଚଳିତ ସାଧାରଣ [...]
ओडिया समाचारପୁଲୱାମାରେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର
ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର ଏନକାଉଣ୍ଟର ହୋଇଛି। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ନିହାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତଲାସି ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ। ଅଧିକାରୀଙ୍କ କହିବାନୁସାରେ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି [...]
ओडिया समाचारଟି-୨୦ ବିଶ୍ୱକପ୍: ପିଏନଜି ବିପକ୍ଷରେ ୱେଷ୍ଟଇଣ୍ଡିଜର ସଂଘର୍ଷପୂର୍ଣ୍ଣ ବିଜୟ
ଜର୍ଜଟାଉନ୍ (ଗାଏନା): ୱେଷ୍ଟଇଣ୍ଡିଜ୍ ରବିବାର ଟି-୨୦ ବିଶ୍ୱକପ୍ ମ୍ୟାଚରେ ପପୁଆ ନ୍ୟୁ ଗିନି (ପିଏନଜି)କୁ ପାଞ୍ଚ ୱିକେଟରେ ହରାଇଛି। ତେବେ ପିଏନଜି ଭଳି ଅନଭିଜ୍ଞ ଟିମ୍ ଦୁଇଥର ଚାମ୍ପିୟନ୍ ଓ୍ବେଷ୍ଟଇଣ୍ଡିଜକୁ ପାଣି ପିଆଇ ଦେଇଥିଲା। ଓ୍ବେଷ୍ଟଇଣ୍ଡିଜକୁ ଶେଷ ପର୍ଯ୍ୟନ୍ତ ଚାପରେ ରଖିଥିଲା ପିଏନଜି। ପିଏନଜି ପ୍ରଦତ୍ତ ୧୩୭ ରନର ମାମୁଲି ଟାର୍ଗେଟ ଜବାବରେ ୱେଷ୍ଟଇଣ୍ଡିଜର ଅଧା ବ୍ୟାଟ୍ସମ୍ୟାନ ଏକଦା ୯୭ ରନରେ ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ରୋଷ୍ଟନ୍ ଚେଜ୍ (୪୨ *) ଏବଂ ଆଣ୍ଡ୍ରେ ରସେଲ୍ (୧୫ [...]
ओडिया समाचारନିର୍ବାଚନ ସରୁ ସରୁ ମହଙ୍ଗା ମାଡ଼: ଅମୂଲ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି, ଟୋଲ୍ ଟ୍ୟାକ୍ସ ବି ବଢ଼ିଲା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼। ଅମୂଲ କ୍ଷୀର ଦର ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ଜୁନ୍ ୨ ମଧ୍ୟରାତ୍ରରୁ ଲାଗୁ ହୋଇଛି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଟୋଲ୍ ଟ୍ୟାକ୍ସ ବୃଦ୍ଧି କରିଛି । କାର, ବସ୍ ଏବଂ ଟ୍ରକ୍ ପାଇଁ ଟୋଲ୍ ଟ୍ୟାକ୍ସ ତିନି ରୁ ପାଞ୍ଚ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଜୁନ୍ [...]
ओडिया समाचारଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ
ଭୁବନେଶ୍ବର – ଆଜି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ସାଢ଼େ ୧୧ଟାରେ ବସିବ ହେବ। ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ।ଚଳିତ ସାଧାରଣ ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବ। ଭୋଟ୍ ଗଣତି ପୂର୍ବରୁୁ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇପାରେ। ଭୋଟ୍ ଗଣତି ପରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଅବଗତ [...]
ओडिया समाचारଅର୍ଦ୍ଧନିର୍ମିତ ପୋଲରୁ ଖସିଲା ବୋଲେରୋ , ୨ ମୃତ ଓ ୧୦ ଆହତ
ସମ୍ବଲପୁର – ସମ୍ବଲପୁରରେ ଦୁର୍ଘଟଣା । ଏକ ନିର୍ମାଣାଧୀନ ପୋଲରୁ ଏକ ବୋଲେରୋ ଖସିପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ୫୫ ନମ୍ବର ଜାତୀୟ ରାଜପଥ ଝାଙ୍କରପାଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା। ବୋଲେରୋଟି ଛତିଶଗଡରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଚଲୀ ସୁହାବନି ତ୍ରିବିଧ ବୟାରୀ। କାମ କୃସାନୁ ବଢାବନିହାରୀ ॥ ରଂଭାଦିକ ସୁର ନାରି ନବୀନା । ସକଲ ଅସମସର କଲା ପ୍ରବୀନା ॥ ଭାବାର୍ଥ :- ମନରେ କାମାଗ୍ନିକୁ ଉତ୍ତେଜିତ କରିବା ପାଇଁ ତିନିପ୍ରକାରର ଶୀତଳ, ମଳୟ ସୁଗନ୍ଧିତ ପବନ ବୋହିବାକୁ ଲାଗିଲା । ରମ୍ଭା ଆଦି ସୁନ୍ଦରୀ ନବ ଯୁବତୀ ଦେବାଙ୍ଗନା ମାନେ, ଯେଉଁମାନେ ସମସ୍ତେ କାମକଳାରେ ନିପୁଣ ଥିଲେ ଆସିଲେ ।
ओडिया समाचारଗୀତା ଉପଦେଶ: “ଯୋଗୀ ପାଇଁ ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ।* ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ।* ଅର୍ଥାତ:- ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ। ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି,ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ। ( ଗୀତା ଧ୍ୟାନ ଯୋଗ)
ରାଜ୍ୟରେ ୨୬ ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଛି: ଏସଆରସି

ओडिया समाचारରାଜ୍ୟରେ ୨୬ ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଛି: ଏସଆରସି
ଭୁବନେଶ୍ୱର – ରାଜ୍ୟରେ ଅଂଶୁଘାତରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏସଆରସି ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି। ଗତ ୭୨ ଘଣ୍ଟାରେ ୯୯ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁରୁ ୨୦ ଅଂଶୁଘାତ ଜନିତ ବୋଲି ସେ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ଓ ଯୁଗ୍ମ ତଦନ୍ତ ରିପୋର୍ଟରେ ୨୦ଟି ମୃତ୍ୟୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ସେ ସୂଚନା ଦେଇଛନ୍ତି। ଚଳିତ ଗ୍ରୀଷ୍ମରେ ୧୪୧ ଅଭିଯୋଗରୁ ୨୬ ମୃତ୍ୟୁ ଅଂଶୁଘାତ ଜନିତ ବୋଲି କହିଛନ୍ତି ଏସଆରସି । ଜିଲ୍ଲାପାଳମାନଙ୍କ ଅଧୀନରେ [...]
