ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ओडिया समाचारରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି
ଭୁବନେଶ୍ୱର – ରାଜ୍ୟରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ଭାବେ ଗତ ୨୪ ଘଣ୍ଟାରେ ଆଉ ୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ ୧୪୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରୁ ୫୦ଟି ମାମଲାର ତଦନ୍ତ ଶେଷ ହୋଇଛି। ୩୦ଟି ମାମାଲା ଅଂଶୁଘାତ ଜନିତ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ସୂଚନା [...]
ओडिया समाचारଟି-୨୦ ବିଶ୍ୱକପ ପାଇଁ ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି, ବିଜେତା ଦଳକୁ ମିଳିବ ୨୦.୩୬ କୋଟି
ନ୍ୟୁୟର୍କ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇସାରିଛି। ଜୁନ୍ ୨ରୁ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ଜୁନ୍ ୨୯ ପର୍ଯ୍ୟନ୍ତ ଚାଲିବ। ଏଥର ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଛି ଟି-୨୦ ମହାକୁମ୍ଭ । ଟି-୨୦ ବିଶ୍ୱକପ୍ରେ ଭାଗ ନେଉଥିବା ଦଳଗୁଡ଼ିକ ଉପରେ ଏଥର ପ୍ରଚୁର ଟଙ୍କା ବର୍ଷା ହେବ । ଆଇସିସି ଏହି ମେଗା ଇଭେଣ୍ଟ ପାଇଁ ସୋମବାର ରେକର୍ଡ ୧୧.୨୫ ମିଲିୟନ ଡଲାର (ପ୍ରାୟ ୯୩.୫୧ କୋଟି) [...]
ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ओडिया समाचारଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର – ଆସନ୍ତାକାଲି ଭୋଟ୍ ଗଣତି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଣ୍ଟିଂ କେନ୍ଦ୍ରରେ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗରୁମରେ ସିଏପିଏଫ୍ ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ଜିଲ୍ଲା ପୋଲିସ ମୁତୟନ [...]
ପୁଣି ଦୁଇ ବିମାନରେ ବୋମା ଆତଙ୍କ

ओडिया समाचारପୁଣି ଦୁଇ ବିମାନରେ ବୋମା ଆତଙ୍କ
ନୂଆଦିଲ୍ଲୀ: ଫ୍ଲାଇଟରେ ପୁଣିଥରେ ବୋମା ଗୁଜବ । ସୋମବାର (ଜୁନ୍ ୩) ଆକାସା ଏୟାରର ଦିଲ୍ଲୀ-ମୁମ୍ବାଇ ଏବଂ ଇଣ୍ଡିଗୋର ଚେନ୍ନାଇ-କୋଲକାତା ବିମାନରେ ବୋମା ଥିବା ନେଇ ଗୁଜବ ପରେ ଆତଙ୍କ ଖେଳିଯାଇଥିଲା । ଆକାସା ଏୟାର ବିମାନକୁ ଅହମ୍ମଦାବାଦକୁ ଡାଏଭର୍ଟ କରି ଦିଆଯାଇଥିଲା। ବିମାନରେ ଜଣେ ଶିଶୁ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସହ ୧୮୬ ଜଣ ଯାତ୍ରୀ ଥିଲେ। ବିମାନର ମୁଖପାତ୍ର କହିଛନ୍ତି ଯେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ପରେ ବିମାନରେ ସୁରକ୍ଷା [...]
ନିର୍ବାଚନ ପ୍ରକ୍ରିୟାର ଅନ୍ତିମ ଚରଣ : କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଗଣତି ନେଇ ସିଇଓଙ୍କ ସୂଚନା

ओडिया समाचारନିର୍ବାଚନ ପ୍ରକ୍ରିୟାର ଅନ୍ତିମ ଚରଣ : କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଗଣତି ନେଇ ସିଇଓଙ୍କ ସୂଚନା
ଭୁବନେଶ୍ୱର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କାଲି ଜଣାପଡିଯିବ କେଉଁ ଦଳକୁ ଏଥର ଯାଇଛି ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ତା’ ପୂର୍ବରୁ ଭୋଟ୍ ଗଣତି ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ [...]
ओडिया समाचारକନ୍ଧମାଳ ଜିଲ୍ଲାର ୨ଟି ସ୍ଥାନରେ ଭୋଟ ଗଣତି, ସୁରକ୍ଷା କଡ଼ାକଡ଼ି
ଫୁଲବାଣୀ: ଆସନ୍ତାକାଲି ଭୋଟ ଗଣତି ପାଇଁ କନ୍ଧମାଳ ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି। କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ଫୁଲବାଣୀ ପଲିଟେକନିକ ଠାରେ ଗଣତି କରାଯିବ। ବାଲିଗୁଡା ବିଧାନସଭା ଆସନ ପାଇଁ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ଜି.ଉଦୟଗିରି ପାଇଁ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ଗଣତି କରାଯିବ। ଫୁଲବାଣୀ ଠାରେ ସୁରୁଖୁରୁରେ ଗଣତି ପାଇଁ ୧୨୨ ଜଣ ଓ ୧୭୮ ଜଣ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ [...]
ओडिया समाचारଲୋକସଭା ନିର୍ବାଚନରେ ୬୪.୨ କୋଟି ଲୋକଙ୍କ ମତଦାନ ସହ ଭାରତର ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ୩୧.୨ କୋଟି ମହିଳାଙ୍କ ସହ ସର୍ବମୋଟ ୬୪.୨ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ ବୋଲି ସିଇସି କହିଛନ୍ତିି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜୀବ କୁମାର କହିଛନ୍ତି ଯେ ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାରେ ୬୮,୦୦୦ରୁ ଅଧିକ ମନିଟରିଂ ଟିମ୍ ଏବଂ [...]
ଷୋଡଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ओडिया समाचारଷୋଡଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
ଭୁବନେଶ୍ୱର – ଭଙ୍ଗ ହୋଇଛି ଷୋଡ଼ଶ ବିଧାନସଭା। ରାଜ୍ୟ କ୍ୟାବିନେଟର ସୁପାରିଶ ପରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଛନ୍ତି। ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିବା ପ୍ରସ୍ତାବ ଗୃହୀତ ହୋଇଥିଲା । ନୂଆ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ଭୋଟ୍ ଗ୍ରହଣର ଗଣତି [...]
ଟି-୨୦ ବିଶ୍ୱକପ: ଓମାନକୁ ସୁପର ଓଭରରେ ହରାଇଲା ନାମିବ୍ୟା

ओडिया समाचारଟି-୨୦ ବିଶ୍ୱକପ: ଓମାନକୁ ସୁପର ଓଭରରେ ହରାଇଲା ନାମିବ୍ୟା
ବାରାବଡୋସ୍: ନାମିବ୍ୟା ସୋମବାର ଟି-୨୦ ବିଶ୍ୱକପ ୨୦୨୪ର ଏକ ରୋମାଞ୍ଚକ ମ୍ୟାଚରେ ଓମାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା । ୨୦୧୨ ପରେ ପ୍ରଥମ ଥର ପୁରୁଷ ଟି-୨୦ ବିଶ୍ୱକପରେ ସୁପର ଓଭର ହୋଇଛି। ଶେଷଥର ୨୦୧୨ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସୁପର ଓଭର ଖେଳାଯାଇଥିଲା। ୱେଷ୍ଟଇଣ୍ଡିଜ୍ ସେହି ମ୍ୟାଚକୁ ଜିତିଥିଲା। ସୋମବାର ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ମ୍ୟାଚରେ ନାମିବ୍ୟା [...]
ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ओडिया समाचारପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ
ଭୁବନେଶ୍ୱର – ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ-୨୪ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ମେ’ ୬ ତାରିଖରୁ ୧୦ ତାରିଖ ମଧ୍ୟରେ ହୋଇଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଇଞ୍ଜିନିୟରିଂ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୫୬ ହଜାର [...]
