ବଜ୍ରପାତ ନେଲା ୨ ଶ୍ରମିଙ୍କ ଜୀବନ

ओडिया समाचारବଜ୍ରପାତ ନେଲା ୨ ଶ୍ରମିଙ୍କ ଜୀବନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ପ୍ରବାହିତ ହେବା ସହ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ତେବେ ସାନଖେମୁଣ୍ଡି ଅଞ୍ଚଳରେ ବଜ୍ରାଘାତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଭଳି ଦୁଃଖଦ ଘଟଣା ଘଟିଛି। ପାଟପୁର ଥାନା ଅନ୍ତର୍ଗତ ଗାନ୍ଧୀ ଛକର ଏକ ମନ୍ଦିର ନିକଟ ଆମ୍ବ ଗଛ ତଳେ ଝଡିବର୍ଷା ସମୟରେ ଆଶ୍ରୟ ନେଇଥିବା ଦୁଇ ଯୁବକ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁଙ୍କ ମୃତ୍ୟୁ [...]
ତିହାର ଫେରିଲେ କେଜ୍ରିୱାଲ

ओडिया समाचारତିହାର ଫେରିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ୨୧ ଦିନିଆ ଅନ୍ତରୀଣ ଜାମିନ ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ତିହାର ଜେଲରେ ରବିବାର ଆତ୍ମସମର୍ପଣ କରିଛନ୍ତି। ଦିଲ୍ଲୀ ସରକାରୀ ମନ୍ତ୍ରୀ ଅତିଶୀ ମାର୍ଲେନା କହିଛନ୍ତି, “ନିର୍ବାଚନ ହେଉଛି ଗଣତନ୍ତ୍ରର ମୂଳଦୂଆ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ୨୧ ଦିନ ଜାମିନ ଦେଇଥିଲେ । କୋର୍ଟ ଏବଂ ସମ୍ବିଧାନକୁ ସମ୍ମାନ ଜଣାଇ କେଜ୍ରିୱାଲ ନିର୍ଦ୍ଧାରିତ ଦିନରେ ଆତ୍ମସମର୍ପଣ କରିଛନ୍ତି। ଏହା [...]
ତପ୍ତପାଣି ଘାଟିରେ ଟ୍ରକ୍ ଓଲଟି ଜଣେ ମୃତ

ओडिया समाचारତପ୍ତପାଣି ଘାଟିରେ ଟ୍ରକ୍ ଓଲଟି ଜଣେ ମୃତ
ବ୍ରହ୍ମପୁର: ଗଞ୍ଜାମ- ଗଜପତି ଜିଲ୍ଲା ସୀମାବର୍ତ୍ତୀ ତପ୍ତପାଣି ଘାଟିରେ ଆଉ ଏକ ଟ୍ରକ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପ୍ରବଣ ଏହି ଘାଟିରେ ଆଜି ଏକ ଟ୍ରକ୍ ଓଲଟି ଜଣଙ୍କ ମୃତ୍ୟୁ ଘଟିଛି। ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ହଳଦୀ ଓ ଅଦା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ତପ୍ତପାଣି ଘାଟି ଜକରାପଲ୍ଲୀ- କାଳୀବୋରେଇ ନିକଟ ଏକ ଘାଟି ମୋଡରେ ରାସ୍ତା ତଳକୁ ଖସି ପଡ଼ିଥିଲା। ପାଟପୁର ଥାନା ପୋଲିସ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି କଟର୍ ମେସିନ୍ ସହାୟତାରେ [...]
ओडिया समाचारଟି-୨୦ ବିଶ୍ୱକପ: ଉଦଘାଟନୀ ମ୍ୟାଚରେ କାନାଡ଼ାକୁ ହରାଇଲା ଆମେରିକା
ଡାଲାସ୍: ଆଜିଠାରୁ ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ । ରବିବାର ଉଦଘାଟନୀ ମ୍ୟାଚରେ ଆୟୋଜକ ଆମେରିକା ୭ ୱିକେଟରେ କାନାଡାକୁ ହରାଇ ଦେଇଛି | ଡାଲାସର ଗ୍ରାଣ୍ଡ୍ ପ୍ରେୟରୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆମେରିକା ଟସ୍ ଜିତି କାନାଡାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । କାନାଡ଼ା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୪ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ହେଲେ କାନାଡ଼ା ଏହି ବିଜୟ ୧୭.୪ ଓଭରରେ ୩ ୱିକେଟ୍ ହରାଇ [...]
ओडिया समाचारପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ବର -ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ। ଏଥିସହ ଉପକୂଳ ଓଡିଶାରେ ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଭୁବନେଶ୍ୱର ଳଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ବଲାଙ୍ଗୀର ଓ ବରଗଡ଼ରେ ଅରେଞ୍ଜ ୱାର୍ଣ୍ଣିଂ ଓ କଳାହାଣ୍ଡି, ନୂଆପଡ଼ା, ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି [...]
ଅରୁଣାଚଳରେ ବିଜେପି, ସିକ୍କିମରେ ଏସକେଏମକୁ ବହୁମତ

ओडिया समाचारଅରୁଣାଚଳରେ ବିଜେପି, ସିକ୍କିମରେ ଏସକେଏମକୁ ବହୁମତ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ତେବେ ଉଭୟ ରାଜ୍ୟରେ କେଉଁ ଦଳ ସରକାର ଗଢ଼ିବ ତାହା ସ୍ପଷ୍ଟ ହେବାରେ ଲାଗିଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ସିକ୍କିମରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍) ବହୁମତ ହାସଲ କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢ଼ିବା ନିଶ୍ଚିତ ହୋଇଛି । ଅରୁଣାଚଳ ପ୍ରଦେଶରେ ୬୦ ଆସନ ମଧ୍ୟରୁ ବିଜେପି ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ୪୧ଟି ଆସନ [...]
ओडिया समाचारପଞ୍ଜାବର ଫତେହଗଡ ସାହିବରେ ଦୁଇ ମାଲଗାଡ଼ି ମଧ୍ୟରେ ଧକ୍କା, ଟଳିଲା ବାହାନଗା ଭଳି ଟ୍ରେନ୍ ଦୁର୍ଘଟଣା
ଚଣ୍ଡିଗଡ଼: ପଞ୍ଜାବର ଫତେହଗଡ ସାହିବରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ଏଥି ମଧ୍ୟରୁ ଗୋଟିଏର ଇଞ୍ଜିନ୍ ଓଲଟି ପାଖ ଟ୍ରାକରେ ପଡ଼ିବାରୁ ସେହି ଟ୍ରାକରେ ଆସୁଥିବା ଏକ ପାସେଞ୍ଜର ଟ୍ରେନ ସହ ଏହା ପିଟି ହୋଇଯାଇଥିଲା । ସୌଭାଗ୍ୟବଶତଃ ପାସେଞ୍ଜର ଟ୍ରେନ ଗତି ଧୀର ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ତେବେ ମାଲଗାଡ଼ିର ଦୁଇ ଡ୍ରାଇଭର ଆହତ ହୋଇଛନ୍ତି। ସେମାନଙ୍କୁ ପଟିଆଲାର ରାଜୀନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି [...]
ଆଜି ଆତ୍ମସମର୍ପଣ କରିବେ କେଜ୍ରିୱାଲ

ओडिया समाचारଆଜି ଆତ୍ମସମର୍ପଣ କରିବେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲକୁ ଫେରିବେ। ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଏହି ଜାମିନ ଅବଧି ଶନିବାର ଶେଷ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କେଜ୍ରିୱାଲ ଆଜି (ଜୁନ୍ ୨) ତିହାର ଜେଲରେ ଆତ୍ମସମର୍ପଣ କରିବେ। ସ୍ବାସ୍ଥ୍ୟଗତ କାରଣରୁ ଜାମିନ ଅବଧି ୭ ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ ଆବେଦନ କରିଥିଲେ । [...]
ओडिया समाचारଆଜିଠାରୁ ଟି-୨୦ ବିଶ୍ୱକପ: ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତକୁ ଆଉ ଏକ ସୁଯୋଗ
ନ୍ୟୁୟର୍କ: ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଆଜିଠାରୁ ଆରମ୍ଭ ହେଉଛି ଟି୨୦ କ୍ରିକେଟ ବିଶ୍ୱକପ୍ । ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଓ ଯୋଗ୍ୟତା ପର୍ଯ୍ୟାୟ ଖେଳି ସାମିଲ ହୋଇଥିବା ପପୁଆ ନ୍ୟୁ ଗିନି (ପିଏନ୍ଜି) ମଧ୍ଯରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଭାରତୀୟ ଦଳକୁ ୧୧ ବର୍ଷର ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଏହା ଆଉ ଏକ ସୁଯୋଗ । ଅଷ୍ଟ୍ରେଲିଆ ଅନ୍ୟ ଏକ ଟାଇଟଲ ଜିତି ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ। [...]
ओडिया समाचारଆଜି ଆସିବ ଅରୁଣାଚଳ ପ୍ରଦେଶ, ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସିବ। ଉଭୟ ରାଜ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଅରୁଣାଚଳ ପ୍ରଦେଶର ୬୦ଟି ଆସନ ମଧ୍ୟରୁ ବିଜେପି ୧୦ ଆସନରେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇସାରିଥିଲା। ଅବଶିଷ୍ଟ ୫୦ ଆସନର ଫଳାଫଳ ଆଜି ପ୍ରକାଶ ପାଇବ । ୨୦୧୯ରେ ବିଜେପି ୪୧ ଆସନ ଜିତିଥିଲା। ଏଥର କଂଗ୍ରେସ ୩୪ ଟି ଆସନରେ ପ୍ରାର୍ଥୀ ଦେଇଛି। ମତଗଣନା ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ବିଜେପି [...]
