ଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୭.୬୪ ପ୍ରତିଶତ

ओडिया समाचारଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୭.୬୪ ପ୍ରତିଶତ
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ୬ ଲୋକସଭା ଆସନ -କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୭.୬୪ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି [...]
ओडिया समाचारନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ପୁରୀ – ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି । ଆଜି ଆଉ ଜଣେ ଗୁରୁତର ଆହତଙ୍କ ମୃତ୍ୟୁ ହୋଇଛି। ଏ ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ହସ୍ପିଟାଲରେ ୨୨ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ପୁଷ୍କରିଣୀରେ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ପ୍ରଥମେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ [...]
ओडिया समाचारପିଏନବି ଆକାଉଣ୍ଟ ଠାରୁ ଡ୍ରାଇଭିଂ ଲାଇସେନ୍ସ ପର୍ଯ୍ୟନ୍ତ, ଆଜିଠାରୁ ବଦଳିବ ଏହି ୫ ନିୟମ
ନୂଆଦିଲ୍ଲୀ: ଆଜିଠାରୁ ନୂଆ ମାସ (ଜୁନ୍) ଆରମ୍ଭ ହୋଇଛି । ନୂଆ ମାସର ପ୍ରଥମ ଦିନରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ୭୨ ଟଙ୍କା ଶସ୍ତା ହୋଇଛି। ଏଥି ସହିତ ବିମାନରେ ବ୍ୟବହାର ଟର୍ବାଇନ ଇନ୍ଧନ (ଏଟିଏଫ) ଦର ହ୍ରାସ ପାଇବା ଯୋଗୁଁ ବିମାନ ଯାତ୍ରା ଶସ୍ତା ହେବା ସମ୍ଭାବନା ରହିଛି। ଆଜିଠୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ସରକାରୀ ଟ୍ରେନିଂ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଣିକି ଆପଣ ଘରୋଇ ତାଲିମ କେନ୍ଦ୍ର [...]
ओडिया समाचारମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର – ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଖ୍ୟାତ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ମାଗୁଣି ଚରଣ କୁଅଁରଙ୍କ ବହୁମୂଲ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଦୀର୍ଘ ଦିନ [...]
ओडिया समाचारରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ମତଦାନ ହାର ୨୨.୯୭ ପ୍ରତିଶତ
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ଦଶମିକ ୯୭ ପ୍ରତିଶତ ଭୋଟିଂ ହୋଇଛି। ବାଲେଶ୍ବରରେ ୨୭ ଦଶମିକ ୬୬ ପ୍ରତିଶତ, ଭଦ୍ରକରେ ୨୧ .୫୦, ଯାଜପୁରରେ ୧୭.୧୦, ଜଗତସିଂହପୁରରେ ୨୩.୦୧ ପ୍ରତିଶତ, କେନ୍ଦ୍ରାପଡ଼ାରେ [...]
ଯୁକ୍ତ ଦୁଇ ଫଳ ରିଚେକିଂ ପାଇଁ ଆଜିଠୁ ଆବେଦନ

ओडिया समाचारଯୁକ୍ତ ଦୁଇ ଫଳ ରିଚେକିଂ ପାଇଁ ଆଜିଠୁ ଆବେଦନ
ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ -ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ରିଚେକିଂ ପାଇଁ ଆଜିଠାରୁ ଆବେଦନ କରିହେବ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଇଚ୍ଛୁକ ଛାତ୍ରଛାତ୍ରୀମାନେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନ୍ଲାଇନ୍ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ସଫ୍ଟ କପି ଆବେଦନକାରୀଙ୍କୁ ମେସେଜ ଓ ମେଲ୍ରେ ଲିଙ୍କ୍ ମାଧ୍ୟମରେ ଜୁନ୍ ୧୦ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ଆବେଦନକାରୀ ଏହି [...]
କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

ओडिया समाचारକଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ
ଭୁବନେଶ୍ୱର – ଓଡ଼ିଶାର ପରିଚିତ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି କୁଅଁରଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମାଗୁଣି କେନ୍ଦୁଝର ପୁରୁଣା ବଜାର ସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି । କାଠ କଣ୍ଢେଇ ନୃତ୍ୟ କଳା ପାଇଁ ଦେଶବିଦେଶରେ ଜଣାଶୁଣା ଥିଲେ ମାଗୁଣି କୁଅଁର। ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ [...]
ପୁଣେ ପୋର୍ସ କାର୍ ଦୁର୍ଘଟଣା: ନାବାଳକର ମାଆଙ୍କୁ ବି ବାନ୍ଧିଲା ପୋଲିସ, ପୁଅ ବଦଳରେ ନିଜ ରକ୍ତ ନମୁନା ଦେଇଥିଲେ

ओडिया समाचारପୁଣେ ପୋର୍ସ କାର୍ ଦୁର୍ଘଟଣା: ନାବାଳକର ମାଆଙ୍କୁ ବି ବାନ୍ଧିଲା ପୋଲିସ, ପୁଅ ବଦଳରେ ନିଜ ରକ୍ତ ନମୁନା ଦେଇଥିଲେ
ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ମାଆଙ୍କୁ ବି ଗିରଫ କରିଛି ପୋଲିସ। ନାବାଳକର ମାଆ ଶିବାନୀ ଅଗ୍ରୱାଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ (ଜୁନ୍ ୨) ଗିରଫ କରାଯାଇଥିବା ପୁଣେ ପୋଲିସ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି। ନାବାଳକର ମା’ ତାଙ୍କ ପୁଅର ରକ୍ତ ନମୁନା ବଦଳାଇବା ପାଇଁ ନିଜ ରକ୍ତ ନମୁନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ସେ ଡାକ୍ତରମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଗତ [...]
ओडिया समाचारଆଜି ଶେଷ ପର୍ଯ୍ୟାୟ ଭୋଟ, ବାରାଣସୀ ସହ ୫୭ ଆସନରେ ଚାଲିଛି ମତଦାନ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଆରମ୍ଭ ହୋଇଛି। ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ଚାଲିଛି ମତଦାନ । ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପାଞ୍ଚ କେନ୍ଦ୍ର ମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଚାରିଜଣ ସିନେ କଳାକାରଙ୍କ ସହ ମୋଟ ୯୦୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର [...]
ବିପୁଳ ସଂଖ୍ୟାରେ ମତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ओडिया समाचारବିପୁଳ ସଂଖ୍ୟାରେ ମତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପ୍ରତିନିଧି ବାଛୁଛନ୍ତି ଭୋଟର । ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ସାମିଲ ହୋଇ ବିପୁଳ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ [...]
