ବିଶ୍ୱ ଯୁବ ଭାରୋତ୍ତୋଳନରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ପ୍ରୀତିସ୍ମିତା , ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ବିଶ୍ୱ ଯୁବ ଭାରୋତ୍ତୋଳନରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ପ୍ରୀତିସ୍ମିତା , ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର – ପେରୁ ରାଜଧାନୀ ଲିମାରେ ଚାଲିଥିବା ଆଇଡବ୍ଲୁଏଫ ବିଶ୍ୱ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପରେ ଚମକିଛନ୍ତି ଓଡ଼ିଶା ଝିଅ ପ୍ରୀତିସ୍ମିତା ଭୋଇ । ୧୫ ବର୍ଷିୟା ପ୍ରୀତିସ୍ମିତା ମହିଳା ୪୦ କିଲୋଗ୍ରାମ ବର୍ଗର କ୍ଲିନ ଆଣ୍ଡ ଜର୍କରେ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରୀତିସ୍ମିତା । ସେ ୭୬ କିଲୋଗ୍ରାମ ଓଜନ ଭାର ଉଠାଇଥିଲେ । ପୂର୍ବର ବିଶ୍ୱ ରେକର୍ଡ ଥିଲା ୭୫ କିଲୋଗ୍ରାମ। ଏହି ବର୍ଗରେ ଓଡ଼ିଶାର [...]
ओडिया समाचारତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର, ୧୦ ହଜାର ୫୫୧ ମତଦାନ କେନ୍ଦ୍ର : ସିଇଓ
ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରେ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ମୋଟ ୯୪.୪୮ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨.୫ ପ୍ରତିଶତ ମତଦାତା ପ୍ରଥମ ଥର [...]
ओडिया समाचारଅଶ୍ଳୀଳ ଭିଡିଓ ମାମଲାରେ ପୁଣି ମୋଦୀଙ୍କୁ ଚିଠି ଲେଖିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ପ୍ରଜ୍ବଳ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ ଦାବି
ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବା ସହ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ପ୍ରଜ୍ବଳ ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କର ଏଭଳି ଅନେକ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ଏପ୍ରିଲ [...]
ओडिया समाचारଦିଗପହଣ୍ଡି: ଦୁଇ ଜଣଙ୍କୁ ବଞ୍ଚାଇଲେ, ହେଲେ ନିଜେ ବଞ୍ଚି ପାରିଲେନି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି। ଏହି ବ୍ଲକ୍ ଅନ୍ତର୍ଗତ ଗଣିଆନାଳ ଗାଁରେ କୂଅ ସଫା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏକ କୂଅ ସଫା କରିବା ପାଇଁ ଦୁଇ ଜଣ ଶ୍ରମିକ ଆଜି ସକାଳେ କୂଅ ଭିତରକୁ ଯାଇଥିଲେ। ହେଲେ ପ୍ରବଳ ଗୁଳୁଗୁଳି ସହ ଅମ୍ଳଜାନ ଅଭାବରୁ ଦୁହେଁ କୂଅ ଭିତରେ ଅଣନିଃଶ୍ବାସୀ ହୋଇ ସହାୟତା ପାଇଁ ଚିତ୍କାର କରିଥିଲେ। ଏହା ଶୁଣି ଯୁବକ ଜଣକ ସେମାନଙ୍କୁ [...]
ବିଜେଡିକୁ ଫେରିଲେ ଜ୍ୟୋତି : ବାଲେଶ୍ଵର ଜିଲ୍ଲା ସଭାପତି ନିଯୁକ୍ତ, ଅଶ୍ୱିନୀ ପାତ୍ର ବରିଷ୍ଠ ସାଧାରଣ ସମ୍ପାଦକ

ओडिया समाचारବିଜେଡିକୁ ଫେରିଲେ ଜ୍ୟୋତି : ବାଲେଶ୍ଵର ଜିଲ୍ଲା ସଭାପତି ନିଯୁକ୍ତ, ଅଶ୍ୱିନୀ ପାତ୍ର ବରିଷ୍ଠ ସାଧାରଣ ସମ୍ପାଦକ
ଭୁବନେଶ୍ୱର – ବିଜେଡି ଛାଡ଼ିଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁଣି ଦଳକୁ ଫେରିଛନ୍ତି । ଆଉ ତାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହାଛଡା ଅଶ୍ୱିନୀ କୁମାର ପାତ୍ରଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏସବୁ ନୂଆ ନିଯୁକ୍ତି ନେଇ ପ୍ରେସ ରିଲିଜ ଜରିଆରେ ଦଳ ପକ୍ଷରୁ [...]
ओडिया समाचारଆରସିବିର ଟ୍ରଫି ସ୍ବପ୍ନ ପୁଣି ଅଧୁରା, ରାଜସ୍ଥାନ-ସନରାଇଜର୍ସ ଦ୍ବିତୀୟ କ୍ବାଲିଫାୟର
ଅହମ୍ମଦାବାଦ: ରାଜସ୍ଥାନ ରୟାଲ୍ସ ବୁଧବାର ଏଠାରେ ଆଇପିଏଲ୍ ଏଲିମିନେଟର ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ୱିକେଟରେ ହରାଇ ଦ୍ବିତୀୟ କ୍ବାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଛି। ମେ ୨୪ରେ ଚେନ୍ନାଇରେ ଖେଳାଯିବାକୁ ଥିବା ଦ୍ୱିତୀୟ କ୍ବାଲିଫାୟରରେ ରାଜସ୍ଥାନର ମୁକିବିଲା ସନରାଇଜର୍ସ ହାଇଦ୍ରାବାଦ ସହ ହେବ। ଅନ୍ୟପକ୍ଷରେ ଏଲିମିନେଟରରେ ହାରି ଆରସିବି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଦଳର ଟ୍ରଫି ସ୍ବପ୍ନ ପୁଣି ଅଧୁରା ରହିଯାଇଛି। ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ରାଜସ୍ଥାନ [...]
ओडिया समाचारବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, କାଲି ସକାଳ ସୁଦ୍ଧା ଅବପାତ
ଭୁବନେଶ୍ୱର – ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳ ୫ଟା ୩୦ ମିନିଟ୍ ସୁଦ୍ଧା ପର୍ଯ୍ୟବେକ୍ଷଣ ଅନୁଯାୟୀ ସାମାନ୍ୟ ଉତ୍ତରପୂର୍ବ ଦିଗରେ ଗତିକରି ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି l ଏହା ଉତ୍ତରପୂର୍ବ ଦିଗରେ ଗତିକରିବା ସହ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ଏହା ନିଜର ଗତିର ଦିଗ ବଜାୟ ରଖିବା ସହ ଆହୁରି ଘନୀଭୂତ [...]
କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ଆଜି ପୁନଃ ମତଦାନ

ओडिया समाचारକଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ଆଜି ପୁନଃ ମତଦାନ
ଫୁଲବାଣୀ – ଆଜି କନ୍ଧମାଳ ଲୋକସଭା ଆସନର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥରେ ସାନି ମତଦାନ କରାଯାଉଛି। ବୁଥ୍ ନମ୍ବର ୨୬ ଓ ୨୮ ତାରିଖରେ ଆଜି ପୁନଃ ମତଦାନ ହେଉଛି । ଗତ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏହି ଦୁଇଟି ବୁଥରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହୋଇଥିବା। ବୁଥ୍ ଦଖଲ ଅଭିଯୋଗ ମଧ୍ୟ ଆସିଥିଲା । ତେଣୁ ଏହି ଦୁଇ ବୁଥରେ ସାନି ମତଦାନ ପାଇଁ ନିର୍ବାଚନ [...]
ओडिया समाचारରାଜ୍ୟରେ ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର; ୨୫ରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍
ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆଜି ଶେଷ ଥର ପାଇଁ ପ୍ରୟାସ କରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ବି ହାଇଭୋଲଟେଜ ପ୍ରଚାର କରିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ । ଏହି ପର୍ଯ୍ୟାୟରେ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ [...]
