ओडिया समाचारକେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟି ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ଭିତରେ ଫସି ରହିଛନ୍ତି। ଦମକଳ ବାହୀନି ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନାନୁସାରେ, ଡୋମ୍ବିଭାଲିର ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ (ଏମ୍ଆଇଡିସି) ଶିଳ୍ପାଞ୍ଚଳ ସ୍ଥିତ ‘ଅମୁଦାନ କେମିକାଲ୍ କମ୍ପାନୀ’ ର [...]
ଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିରୋଧୀ ଦଳକୁ ଶାଣିତ ଆକ୍ରମଣ

ओडिया समाचारଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିରୋଧୀ ଦଳକୁ ଶାଣିତ ଆକ୍ରମଣ
ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିମାପଡ଼ା, କାକଟପୁର, ନିଆଳି, ବଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଲକ୍ଷାଧିକ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଭାଷଣରେ ବିରୋଧୀ ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ପାଣ୍ଡିଆନ କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧିଙ୍କ [...]
ନାତି ପ୍ରଜ୍ବଳ ରେଭନ୍ନାଙ୍କୁ କଡ଼ା ଚେତାବନୀ ଦେଲେ ଦେବେଗୌଡା, ସ୍ବଦେଶ ଫେରି ଆତ୍ମସମର୍ପଣ କରିବାକୁ କହିଲେ

ओडिया समाचारନାତି ପ୍ରଜ୍ବଳ ରେଭନ୍ନାଙ୍କୁ କଡ଼ା ଚେତାବନୀ ଦେଲେ ଦେବେଗୌଡା, ସ୍ବଦେଶ ଫେରି ଆତ୍ମସମର୍ପଣ କରିବାକୁ କହିଲେ
ବେଙ୍ଗାଲୁରୁ: ଜନତା ଦଳ (ସେକ୍ୟୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଯୌନ ନିର୍ଯାତନା ଅଭିଯୋଗ ପରଠୁ ଫେରାର ଥିବା ତାଙ୍କ ନାତି ପ୍ରଜ୍ବଳ ରେଭନ୍ନାଙ୍କୁ ଗୁରୁବାର କଡ଼ା ଚେତାବନୀ ଦେଇ ସ୍ବଦେଶ ଫେରିବାକୁ କହିଛନ୍ତିି। ତୁରନ୍ତ ସ୍ବଦେଶ ଫେରି ତଦନ୍ତର ସାମ୍ନା କରିବାକୁ ପ୍ରଜ୍ବଳଙ୍କୁ କହିଛନ୍ତିି ଦେବଗୌଡା। ତାଙ୍କ ନାତି ତଥା ନିଜ ଦଳର ନିଲମ୍ବିତ ସାଂସଦ ପ୍ରଜ୍ବଳ ରେଭନ୍ନଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ତାଙ୍କର କିମ୍ବା ତାଙ୍କ ପରିବାର ହସ୍ତକ୍ଷେପ କରିବେ ନାହିଁ [...]
ओडिया समाचारଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଦୀନେଶ କାର୍ତ୍ତିକ
ନୂଆଦିଲ୍ଲୀ: ଆଇପିଏଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତରଫରୁ ପ୍ରତିନିଧିତ୍ୱ କରିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍ରେ ପରାଜୟ ପରେ ଅନ୍ତର୍ଜାତୀୟ ଓ ଆଇପିଏଲ୍ କ୍ୟାରିୟରକୁ ଅଲବିଦା କହିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଆବିର୍ଭାବ ପରେ କାର୍ତ୍ତିକଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଭାବିତ ହୋଇଥିଲେ ମଧ୍ୟ ସେ ନିଜ ପ୍ରଦର୍ଶନ ଦ୍ବାରା ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିଲେ । ଆଇପିଏଲ୍ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠି କାର୍ତ୍ତିକଙ୍କ [...]
ओडिया समाचारତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର : ଦିନକ ପରେ ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟ୍
ଭୁବନେଶ୍ୱର – ଆସନ୍ତା ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଆଜି ସଂଧ୍ୟାରେ ସରିଛି ହାଇଭୋଲଟେଜ ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ଉଦ୍ୟମ କରିଛନ୍ତି ବିଭିନ୍ନ ଦଳ । ବେଶ୍ କିଛି ଦିନ ଧରି ପ୍ରମୁଖ ରାଜନୈତିକ ଦଳର ତାରକା ପ୍ରଚାରକମାନେ ନିର୍ବାଚନୀ ସଭା ଓ ରୋଡ୍ ଶୋ’ କରି ଭୋଟ୍ ଭିକ୍ଷା କରିଥିଲେ । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ୪୨ [...]
ओडिया समाचारନିମାପଡ଼ାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବିଜେଡି ପାଇଁ ନିମାପଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିମାପଡ଼ାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ନବୀନ ସରକାର ହେଉଛି ଲୋକଙ୍କ ସରକାର । ଚାଷୀଭାଇ ଓ ଯୁବପିଢ଼ିର ସରକାର ।ଓଡ଼ିଶାବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ ବୋଲି ପାଣ୍ଡିଆନ କହିଥିଲେ। ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି [...]
ओडिया समाचारକୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା, ବନ୍ଧୁ ହିଁ ଦେଇଥିଲେ ୫ କୋଟି ଟଙ୍କାର ସୁପାରି
କୋଲକାତା: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା ପାଇଁ ତାଙ୍କର ଜଣେ ବନ୍ଧୁ ହିଁ ୫ କୋଟିର ସୁପାରି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଗୁରୁବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମେ ୧୩ରୁ ନିଖୋଜ ଥିବା ଅନାରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବୁଧବାର କୋଲକାତାର ଏକ ଫ୍ଲାଟ୍ ରୁ ମିଳିଥିଲା। ଅନାରଙ୍କୁ ହତ୍ୟା କରାଯାଇଛି ବୋଲି ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ ଅଭିଯୋଗ କରିଛନ୍ତିି । ଏହି ମାମଲାରେ ଏଯାବତ୍ [...]
ओडिया समाचारନୟାଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର ପୂର୍ବତନ ଜେଇଙ୍କୁ ଜେଲ୍
ଭୁବନେଶ୍ୱର – ନୟାଗଡ଼ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ପୂର୍ବତନ ବୈଷୟିକ ଉପଦେଷ୍ଟା ( ଜେଇ) ରବିନାରାୟଣ ବରାଡ ଏକ ଲାଞ୍ଚ ମାମଲାରେ ଭୁବନେଶ୍ୱର ଅତିରିକ୍ତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଲାଞ୍ଚ ମାମଲାରେ ରବିନାରାୟଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ କୋର୍ଟ ରବିନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ [...]
ओडिया समाचारନିଆଳିରେ ପାଣ୍ଡିଆନଙ୍କ ପ୍ରଚାର : କହିଲେ ସବୁ ପ୍ରଶ୍ନର ଉତ୍ତର କେବଳ ନବୀନ ପଟ୍ଟନାୟକ
ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନିଆଳିରେ ପ୍ରଚାର କରିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟରେ ସବୁ ପ୍ରଶ୍ନର ଉତ୍ତର ଗୋଟିଏ । ତାହା ହେଉଛି ନବୀନ ପଟ୍ଟନାୟକ । ସଭାରେ ଉପସ୍ଥିତ ଲୋକଙ୍କୁ ପାଣ୍ଡିଆନ ପଚାରିଲେ – ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି [...]
ସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର

ओडिया समाचारସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ବର – ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ଆଗାମୀ ୨୫ ତାରିଖ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି। ୨୬ ତାରିଖ ସନ୍ଧ୍ୟା ଏହା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ପରେ ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା [...]
