ଗୀତା ଉପଦେଶ: ଯେଉଁମାନେ ଜ୍ଞାନ ମାର୍ଗ ଅନୁସରଣ କରନ୍ତି, ସେମାନେ ନିଜକୁ ଭଗବାନଙ୍କ ଠାରୁ ଅଭିନ୍ନ ମନେକରନ୍ତି

ओडिया समाचारଗୀତା ଉପଦେଶ: ଯେଉଁମାନେ ଜ୍ଞାନ ମାର୍ଗ ଅନୁସରଣ କରନ୍ତି, ସେମାନେ ନିଜକୁ ଭଗବାନଙ୍କ ଠାରୁ ଅଭିନ୍ନ ମନେକରନ୍ତି
ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ନିଜର ସ୍ୱରୂପ ସମ୍ବନ୍ଧରେ କହିଛନ୍ତି- ଜ୍ଞାନଯଜ୍ଞେ,ନ ଚାପ୍ୟନ୍ୟେ ଯଜନ୍ତୋ ମାମୁପାସତେ। ଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶ୍ୱତୋମୁଖମ୍। ଅର୍ଥାତ ଯେଉଁମାନେ ଜ୍ଞାନ ଯଜ୍ଞ କରନ୍ତି, ସେମାନେ ମୋର ଉପାସନା ବିଭିନ୍ନ ଭାବରେ କରନ୍ତି । କେତେଜଣ ଅଦ୍ୱୈତ ରୂପରେ ଅର୍ଥାତ ମୋତେ ସେମାନଙ୍କ ଠାରୁ ଅଭିନ୍ନ ଏବଂ ଆଉ କେତେଜଣ ମୋତେ ସେମାନଙ୍କ ଠାରୁ ପୃଥକ ମନେ କରିଥାଆନ୍ତି । ଅନ୍ୟ କେତେଜଣ ମୋର ସର୍ବବ୍ୟାପୀ ବିଶ୍ୱରୂପର ଉପାସନା କରିଥାଆନ୍ତି।
ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି

ओडिया समाचारଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି
ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଛି। ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥିଲେ। ଏହାପରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହୋଇଥିଲା। ଚନ୍ଦନରୁ ଠାକୁର ଫେରିବା ପରେ ହୋମପାଳିଆ ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ର ନାରାୟଣ ମନ୍ଦିରକୁ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରି ଫେରିଥିଲେ। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢିଥିଲା। ପରେ [...]
ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ମେଗା ରୋଡ୍ ଶୋ’

ओडिया समाचारରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ମେଗା ରୋଡ୍ ଶୋ’
ଭୁବନେଶ୍ୱର – ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ମେଗା ରୋଡ୍ ଶୋ’। ରାଜଧାନୀରେ ଗତ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ତୃତୀୟ ଥର ପାଇଁ ରୋଡ୍ ଶୋ’ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ସ୍ୱତନ୍ତ୍ର ଭାବେ ଡିଜାଇନ୍ କରଯାଇଥିବା ବସ୍ ରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିଥିଲେ । ଶୈଳଶ୍ରୀ ପେଟ୍ରୋଲ ପମ୍ପ ଛକ, ଜାଭିୟର ଛକ, ମେ’ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ [...]
ओडिया समाचारପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା: ନାବାଳକ ଅଭିଯୁକ୍ତର ଜାମିନ ରଦ୍ଦ
ପୁଣେ: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜୁଭେନାଇଲ ବୋର୍ଡ ବୁଧବାର ଅଭିଯୁକ୍ତ ନାବାଳକର ଜାମିନ ରଦ୍ଦ କରିଛନ୍ତିି । ତାକୁ ଜୁନ ୫ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ପୁଣେର ଜଣେ ଜଣାଶୁଣା ବିଲଡରଙ୍କ ପୁଅ । ରବିବାର ରାତିରେ ନାବାଳକ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏକ ଲଗଜରୀ ପୋର୍ସ କାର୍ ଚଳାଇ ଯାଉଥିବା ବେଳେ କଲ୍ୟାଣୀ ନଗର ଅଞ୍ଚଳରେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ବେଳେ [...]
ଅନ୍ତରୀଣ ଜାମିନରେ ଜେଲରୁ ଆସିଲେ ନାରାୟଣ ରେଡ୍ଡୀ

ओडिया समाचारଅନ୍ତରୀଣ ଜାମିନରେ ଜେଲରୁ ଆସିଲେ ନାରାୟଣ ରେଡ୍ଡୀ
ବ୍ରହ୍ମପୁର – ଏକ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍ ଦଣ୍ଡାଦେଶ ପାଇଥିବା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଜାମିନ ପାଇବା ପରେ ୧୦ ମାସ ପରେ ବ୍ରହ୍ମପୁର ଜେଲ୍ରୁ ବାହାରିଛନ୍ତି ସିପିଆଇ ନେତା । ପୋଲିସ୍ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେରଙ୍କ ହତ୍ୟା ମାମଲାରେ ଗତ ବର୍ଷ ଜୁଲାଇ ମାସରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ୧୯୯୮ [...]
ओडिया समाचारବିଏମସିର ଡେଙ୍ଗୁ ନିୟନ୍ତ୍ରଣ ସମୀକ୍ଷା ବୈଠକ, ମଶା ବଂଶ ଉତ୍ପତ୍ତିସ୍ଥଳ ଧ୍ୱଂସ କରିବା ଉପରେ ଗୁରୁତ୍ବ
ଭୁବନେଶ୍ୱର – ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ କାଳ ବୈଶାଖିର ପ୍ରକୃତିକୁ ନେଇ ଭୁବନେଶ୍ବର ମହାନଗର ନିଗମ ( ବିଏମସି ) ଅଂଚଳରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଶନର ରାକେଶ ପ୍ରଭାକର ପାଟିଲଙ୍କ ଅକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି କମିଶନର ପରିମଳ ତକ୍ଟର ମନୋରଂଜନ ସାହୁ ,ପିଏଚ୍ଓ ଡାକ୍ତର ନୀଳମଣି ସେନାପତି , ଡାକ୍ତର ଦେବିକାରାଣୀ ଧମାଲ [...]
ଶାହାରୁଖ ଖାନଙ୍କୁ ଅଂଶୁଘାତ, ହସ୍ପିଟାଲରେ ଭର୍ତ୍ତି

ओडिया समाचारଶାହାରୁଖ ଖାନଙ୍କୁ ଅଂଶୁଘାତ, ହସ୍ପିଟାଲରେ ଭର୍ତ୍ତି
ଅହମ୍ମଦାବାଦ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଅଂଶୁଘାତର ଶିକାର ହୋଇଛନ୍ତି । ଏଥିପାଇଁ ବୁଧବାର ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ, ଖାନଙ୍କୁ ମଲ୍ଟି ସ୍ପେସିଆଲିଟି କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଆଇପିଏଲର ପ୍ରଥମ କ୍ବାଲିଫାୟର ଦେଖିବାକୁ ଶାହରୁଖ ଅହମ୍ମଦାବାଦ ଆସିଥିଲେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ ତାଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୮ ଓ୍ବିକେଟରେ [...]
ଗୃହ ମନ୍ତ୍ରାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ओडिया समाचारଗୃହ ମନ୍ତ୍ରାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବୋମା ଆତଙ୍କ। ଏଥର ଟାର୍ଗେଟରେ ଗୃହ ମନ୍ତ୍ରଣାଳୟ। ବୁଧବାର ନର୍ଥ ବ୍ଲକ୍ ସ୍ଥିତ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଛି। ନର୍ଥ ବ୍ଲକକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି। ନର୍ଥ ବ୍ଲକ ଜାତୀୟ ରାଜଧାନୀର ଏକ ହାଇ ପ୍ରୋଫାଇଲ୍ ଅଞ୍ଚଳ। ଏଠାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ କେନ୍ଦ୍ର ସରକାରଙ୍କ ଅନେକ ଅଫିସ୍ ରହିଛି । ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଅପରାହ୍ନ ୩ଟାରେ ଏପରି ଧମକ ସମ୍ପର୍କରେ [...]
ओडिया समाचारଜାତି, ଧର୍ମ ଆଧାରରେ ପ୍ରଚାରରୁ ନିବୃତ୍ତ ରହିବାକୁ ବିଜେପି, କଂଗ୍ରେସକୁ କହିଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ଭୋଟ ମାଗୁଥିବା ଯୋଗୁଁ ନିର୍ବାଚନ କମିଶନ କଂଗ୍ରେସ ଓ ବିଜେପି ନେତାମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପ୍ରଚାରରୁ ନିବୃତ୍ତ ରହିବାକୁ ବୁଧବାର ନିର୍ବାଚନ କମିଶନ ଏହି ଦୁଇ ଜାତୀୟ ଦଳକୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପାଇଁ ଭାରତର ସାମାଜିକ ଓ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତିି। ଉଭୟ ଦଳ ପରସ୍ପରର ନେତାଙ୍କ ବିରୋଧରେ ଏକାଧିକ [...]
ओडिया समाचारବିଜେପିର କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ସମାଲୋଚନାର ତାତ୍ସଲ୍ୟ ଭରା ଜବାବ ଦେଲେ ନବୀନ
ଭୁବନେଶ୍ବର – ବିଜେପିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( କୃତ୍ରିମ ବୁଦ୍ଧିମତ୍ତା ) ଭିଡିଓ ସମ୍ପର୍କିତ ସମାଲୋଚନାର ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପିକୁ ତାତ୍ସଲ୍ୟ କରି ଜବାବ ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଜବାବ ଭିଡିଓକୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜର ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। ପାଣ୍ଡିଆନ ପଚାରିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରୁଛନ୍ତି । ଯାହାର ଉତ୍ତରରେ ନବୀନ କହିଛନ୍ତି, ଏହା [...]
