ଟିଆରଏସ୍ ବିଧାୟକଙ୍କୁ କିଣିବା ଉଦ୍ୟମ ମାମଲା: ବିଜେପି ନେତାଙ୍କୁ ତେଲେଙ୍ଗାନା ପୋଲିସର ସମନ

ହାଇଦ୍ରାବାଦ: ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)ର ବିଧାୟକଙ୍କୁ କିଣିବା ଉଦ୍ୟମ ଅଭିଯୋଗରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ବି.ଏଲ୍ ସନ୍ତୋଷଙ୍କୁ ରାଜ୍ୟ ପୋଲିସ ସମନ ଜାରି କରିଛି।

ଟିଆରଏସ୍ ବିଧାୟକ କିଣିବା ଉଦ୍ୟମ ମାମଲାରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଥିଲେ।

ହାଇଦ୍ରାବାଦ ପୋଲିସ କମିଶନର ସି.ଭି ଆନନ୍ଦ ଏହି ଏସଆଇଟିର ନେତୃତ୍ୱ ନେଉଛନ୍ତି । ତାଙ୍କ ବ୍ୟତୀତ ଜଣେ ବିଚାରପତି ମଧ୍ୟ ଏହାର ସଦସ୍ୟ ହୋଇଛନ୍ତି। ଏହି ମାମଲାରେ ତେଲେଙ୍ଗାନା ହାଇକୋର୍ଟ ୨୯ ନଭେମ୍ବର ସୁଦ୍ଧା ତଦନ୍ତ ରିପୋର୍ଟକୁ ସିଲ୍ କଭରରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୬ ଅକ୍ଟୋବରରେ ସାଇବରବାଦ ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ନଭେମ୍ବର ୬ରେ ତେଲେଙ୍ଗାନାର ବିଜେପି ବିଧାୟକ ଏଟେଲା ରାଜେନ୍ଦ୍ର ପାଲଟା ଅଭିଯୋଗ କରି କହିଥିଲେ ଯେ ରାଜ୍ୟର କେ.ଚନ୍ଦ୍ରଶେଖର ରାଓଙ୍କ ସରକାର ଆମ ବିଧାୟକ ମାନଙ୍କୁ କିଣି ବିରୋଧୀଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି।

Comments are closed.