ପ୍ରଥମ ଓମିକ୍ରନ ଟେଷ୍ଟିଂ କିଟ୍ ‘ଓମିସିୟୋର’କୁ ଆଇସିଏମଆରର ମଞ୍ଜୁରି

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି | ଇତି ମଧ୍ୟରେ ଓମିକ୍ରନ୍ ଚିହ୍ନଟ ପାଇଁ ପ୍ରଥମ କିଟ୍ ଓମିସିୟୋରକୁ ଆଇସିଏମଆର ତରଫରୁ ମଞ୍ଜୁରି ମିଳିଛି | ଓମିସିୟୋର କିଟ୍ ଓମିକ୍ରନ୍ ସଂକ୍ରମଣକୁ ଚିହ୍ନଟ କରିପାରିବ | ଟାଟା ମେଡିକାଲ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି |

ଏପର୍ଯ୍ୟନ୍ତ ଭାରତର ୨୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରୁ ୧୮୯୨ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି ‌। ସେଥିମଧ୍ୟରୁ ୭୬୬ ଜଣ ଲୋକ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି । ଦିଲ୍ଲୀରେ ୩୮୨, ​​କେରଳ ୧୮୫, ରାଜସ୍ଥାନ ୧୭୪, ଗୁଜୁରାଟ ୧୫୨ ଏବଂ ତାମିଲନାଡୁ ୧୨୧ରେ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛନ୍ତି ।

Comments are closed.