ଆଇସିଏମଆର ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟ: ଅଗଷ୍ଟରେ ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କୋରୋନା ଭୂତାଣୁ ସଂକ୍ରମିତ

ନୂଆଦିଲ୍ଲୀ – ଇଣ୍ଡିଆନ ମେଡିକାଲ ରିସର୍ଚ୍ଚ କାଉନସିଲ -ଆଇସିଏମଆର୍ ପକ୍ଷରୁ କରାଯାଇଥିବା ଦ୍ୱିତୀୟ ସେରୋଲୋଜିକାଲ ସର୍ଭେ ସଂପର୍କରେ ସୂଚନା ଦିଆଯାଇଛି । ସର୍ଭେ ରିପୋର୍ଟ ଅନୁସାରେ ଅଗଷ୍ଟ ସୁଦ୍ଧା ଦେଶର ପ୍ରତି ୧୫ ଜଣ ୧୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କୋରୋନା ଭାଇରସ ସଂସ୍ପର୍ଶରେ ଆସିଥିଲେ । ଆଇସିଏମଆର୍ ମହାନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ କହିବାନୁସାରେ ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ଅଧିକ ବ୍ୟକ୍ତି କୋରୋନା ଆକ୍ରାନ୍ତ ହୋଇଛନ୍ତି । ସହରର ବସ୍ତି ଅଂଚଳରେ ସବୁଠାରୁ ଅଧିକ ସଂକ୍ରମଣ ରହିଛି ବୋଲି ରିପୋର୍ଟରୁ ଜଣାପଡିଛି । ୨୧ଟି ରାଜ୍ୟର ୭୦ଟି ଜିଲ୍ଲାରେ ଦ୍ୱିତୀୟ ସେରୋସର୍ଭେ କରାଯାଇଥିଲା ।

ଆଗକୁ ପାର୍ବଣ ଋତୁ ଓ ଶୀତଦିନ ଆସୁଥିବାରୁ ରାଜ୍ୟମାନେ ଅଧିକ ସତର୍କ ରହିବା ପାଇଁ ଆଇସିଏମାର୍ ମହାନିର୍ଦ୍ଦେଶକ କହିଛନ୍ତି ।

Comments are closed.