ମହାରାଷ୍ଟ୍ରରେ ଭୁଶୁଡିଲା କୋଠା, ୧୦ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ – ମହାରାଷ୍ଟ୍ରରେ କୋଠା ଭୁଶୁଜିବାର ଆଉ ଏକ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଥାନେ ଜିଲ୍ଲାର ଭିବଂଡିରେ ଘଟିଛି ଏହି ଦୁର୍ଘଟଣା । ମିିଳିଥିବା ସୂଚନା ଅନୁସାରେ ଏଠାରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା । ଏବେ ବି ଧ୍ୱଂସାବଶେଷ ତଳେ ୨୦ରୁ ୨୫ ଲୋକ ଫସି ରହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକେ ୨୦ ଜଣ ଲୋକଙ୍କ ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ଏନଡିଆରଏଫ ଜଣେ ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି ।

Comments are closed.