ଆଜି ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ସିରିଜ୍ ନିର୍ଣ୍ଣାୟକ ତୃତୀୟ ଦିନିକିଆ

ଚେନ୍ନାଇ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଖେଳାଯିବ ତୃତୀୟ ଦିନିକିଆ । ସିରିଜ୍‌ କବଜା ପାଇଁ ଉଭୟ ଦଳରେ ମଧ୍ୟରେ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ହେବ ନିର୍ଣ୍ଣାୟକ ଲଢ଼େଇ । ରୋହିିତ ଆଣ୍ଡ କୋ ଦିନିକିଆ ଶୃଙ୍ଖଳା ସିଲ୍‌ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି । ମ୍ୟାଚରେ ଟିମ୍‌ ଇଣ୍ଡିଆ ବଡ଼ ପରିବର୍ତ୍ତନ କରିପାରେ । ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି ।

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ରେ ବରାବର ହୋଇଛି । ପ୍ରଥମ ମ୍ୟାଚକୁ ଟିମ ଇଣ୍ଡିଆ ଜିତି ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ କଙ୍ଗାରୁ ଦଳ ବିଜୟୀ ହୋଇଛି । ତେବେ ବୁଧବାର ଅନ୍ତିମ ଦିନିକିଆ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଦଳକୁ ମଜବୁତ କରିବା ପାଇଁ ହିଟ୍‌ ମ୍ୟାନ୍‌ ୩ଟି ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ୱାନଡେ’ରେ ବାରମ୍ବାର ଫ୍ଲପ୍‌ ହେଉଥିବା ସୂର୍ଯ୍ୟକୁମାର ଯାବଦଙ୍କୁ ପ୍ଲେଇଙ୍ଗ ଇଲେଭେନରୁ ବାହାର କରିପାରନ୍ତି ରୋହିତ । ତାଙ୍କ ସ୍ଥାନରେ ୪ନମ୍ବରରେ ଈଷନ କିଶାନଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ମିଳିପାରେ । ସେହିପରି ଦ୍ୱିତୀୟ ମ୍ୟାଚରେ ବୋଲିଂରେ ଖରାପ ପ୍ରଦର୍ଶନ କରିଥିବା ଚାଇନା ମ୍ୟାନ୍‌ ବା କୁଲଦୀପ ଯାଦବ ମଧ୍ୟ ବାଦ୍‌ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଦ୍ରୁତ ବୋଲିର ଉମ୍ରାନ ମଲ୍ଲିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରନ୍ତି ।

ସେହିଭଳି ବାମହାତି ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଲୋକାଲ ବଏ ୱାଂଶିଟନ ସୁନ୍ଦରଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି । ତୃତୀୟ ମୁକାବିଲାରେ ଭାରତ ତିନିଜଣ ସ୍ପେଶାଲିଷ୍ଟ ପେସରଙ୍କ ସହ ମଇଦାନକୁ ଓହ୍ଲାଇପାରେ । କାରଣ ଚେନ୍ନାଇର ପିଚ୍‌ ପେସର ସୁହାଇବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଇନଫର୍ମ କଙ୍ଗାରୁ ଟିମ୍‌ ଆଉଏକ ସହଜ ବିଜୟ ସହ ସିରିଜ୍‌ ହାତେଇବାକୁ ଲକ୍ଷ୍ୟ ରଖିଛି । ଘରୋଇ ମାଟିରେ ମ୍ୟାଚ୍‌ ଜିତି ସିରିଜ୍‌ କବଜା ପାଇଁ ଜୋରଦାର ଉଦ୍ୟମ କରିବ ଟିମ୍ ।

Comments are closed.