ମହିଳା ଏସିଆ କପ: ଥାଇଲ୍ୟାଣ୍ଡକୁ ୯ ୱିକେଟରେ ହରାଇଲା ଭାରତ

ସିଲହେଟ୍: ମହିଳା ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସୋମବାର ଭାରତ ୯ ୱିକେଟରେ ଥାଇଲ୍ୟାଣ୍ଡକୁ ହରାଇଛି।

ଏହାପୂର୍ବରୁ ଭାରତ ପ୍ରଥମେ ବୋଲିଂ କରିଥିବା ବେଳେ ଥାଇଲ୍ୟାଣ୍ଡ ଦଳକୁ ମାତ୍ର ୩୭ ରନରେ ଅଲ୍ଆଉଟ୍ କରି ଦେଇଥିଲା । ଭାରତ ପକ୍ଷରୁ ସ୍ନେହ ରାଣା ତିନିଟି, ଦୀପ୍ତି ଶର୍ମା ଦୁଇଟି, ରାଜେଶ୍ୱରୀ ଗାଏକୱାଡ ଦୁଇଟି ଏବଂ ମେଘନା ସିଂ ଗୋଟିଏ ୱିକେଟ୍ ନେଇଥିଲେ।

ଭାରତ ୩୮ ରନର ବିଜୟ ଲକ୍ଷ୍ୟକୁ ଗୋଟିଏ ୱିକେଟ୍ ହରାଇ ମାତ୍ର ୬ ଓଭରରେ ହାସଲ କରି ନେଇଥିଲା। ସାବିନେନେ ମେଘନା ୨୦ ଏବଂ ପୂଜା ବସ୍ତ୍ରାକର ୧୨ ରନ୍ କରିଥିଲେ।

ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତ ୬ଟି ମ୍ୟାଚରୁ ପଞ୍ଚମ ବିଜୟ ସହ ୧୦ ପଏଣ୍ଟ ହାସଲ କରି ଲିଗ୍ ପର୍ଯ୍ୟାୟ ଶେଷ କରିଛି । ବର୍ତ୍ତମାନ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି।

Comments are closed.