କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆଉ ୧୨,୮୩୦ ନୂଆ ମାମଲା, ୪୪୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ସମୁଦାୟ ୧୨,୮୩୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୭୩ ହଜାର ୩୦୦କୁ ବୃଦ୍ଧି ପାଇଛି। ଦିନକରେ କୋଭିଡ ଯୋଗୁଁ ଆଉ ୪୪୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନାଭାଇରସ୍ ମହାମାରୀରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୫୮ ହଜାର ୧୮୬କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସମୁଦାୟ ୧,୫୨,୨୭୧ ସକ୍ରିୟ ମାମଲା ରହିଛି, ଯାହା ଗତ ୨୪୭ ଦିନ ମଧ୍ୟରେ ସର୍ବନିମ୍ନ ଅଟେ। ସମ୍ପ୍ରତି ଦେଶରେ ସକ୍ରିୟ ମାମଲା ମୋଟ କରୋନା ମାମଲାର ୦.୪୬ ପ୍ରତିଶତ, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବନିମ୍ନ। ଭାରତରେ ସୁସ୍ଥତା ହାର ୯୮.୨୦ ପ୍ରତିଶତ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୪,୬୬୭ ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ କୋଭିଡ ମହାମାରୀରୁ ମୋଟ ୩ କୋଟି ୩୬ ଲକ୍ଷ ୫୫ ହଜାର ୮୪୨ ଲୋକ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୮,୦୪,୮୦୬ ଡୋଜ୍ କରୋନା ଟିକା ଦିଆଯାଇଛି। ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୦୬.୧୪ କୋଟି ଟିକା ଡୋଜ ଦିଆଯାଇଛି।

Comments are closed.