ଦିନକରେ ଆଉ ୨.୩୪ ଲକ୍ଷ ନୂଆ ମାମଲା, ସଂକ୍ରମଣ ହାର ୧୪.୫୦%କୁ ଖସିଲା

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ମାମଲା ପୁଣି ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୩୪ ହଜାର ୨୮୧ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଦିନକରେ ୮୯୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୧୪.୫୦ ପ୍ରତିଶତକୁ ଖସି ଆସିଛି। ଦେଶରେ ମୋଟ ମାମଲା ବର୍ତ୍ତମାନ ଚାରି କୋଟି ୧୦ ଲକ୍ଷ ୯୨ ହଜାର ୫୨୨ କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୮ ଲକ୍ଷ ୮୪ ହଜାର ୯୩୭ କୁ ହ୍ରାସ ପାଇଛି । ଏଥି ସହିତ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୯୪ ହଜାର ୯୧ରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ, ଗତକାଲି ତିନି ଲକ୍ଷ ୫୨ ହଜାର ୭୮୪ ଜଣ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୮୭ ଲକ୍ଷ ୧୩ ହଜାର ୪୯୪ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୬୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୬୨ ଲକ୍ଷ ୨୨ ହଜାର ୬୮୨ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ୧୬୫ କୋଟି ୭୦ ଲକ୍ଷ ୬୦ ହଜାର ୬୯୨ ଡୋଜ ଟିକା ଦିଆଯାଇଛି।

Comments are closed.