କରୋନା ଅପଡେଟ୍: ଦେଶରେ ଆଉ ୨.୫୮ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୧୬ ଲକ୍ଷ ଟପିଲା

ନୂଆଦିଲ୍ଲୀ: କରୋନାର ବେକାବୁ ଗତି ଜାରି ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣର ୨ ଲକ୍ଷ ୫୮ ହଜାର ୮୯ ନୂଆ ମାମଲା ରିପୋର୍ଟ ହୋଇଛି । ​ ଏହି ମହାମାରୀ ଯୋଗୁଁ ୩୮୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅବଶ୍ୟ ଏହି ସମୟ ମଧ୍ୟରେ ୧ ଲକ୍ଷ ୫୧ ହଜାର ୭୪୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। କରୋନା ରୋଗର ନୂଆ ମାମଲା ପରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୬ ଲକ୍ଷ ୫୬ ହଜାର ୩୪୧କୁ ବୃଦ୍ଧି ପାଇଛି। ଏହି ମହାମାରୀ ହେତୁ ଏପର୍ଯ୍ୟନ୍ତ ୪ ଲକ୍ଷ ୮୬ ହଜାର ୪୫୧ ଲୋକ ପ୍ରାଣ ହରାଇଛନ୍ତି। ଓମିକ୍ରନ୍ ର ମୋଟ ମାମଲା ୮,୨୦୯କୁ ବୃଦ୍ଧି ପାଇଛି | ଟିକାକରଣ ଅଭିଯାନ ଦେଶରେ ଦ୍ରୁତ ଗତିରେ ଚାଲିଛି। ଏପର୍ଯ୍ୟନ୍ତ ୧୫୭ କୋଟିରୁ ଅଧିକ ଟିକାକରଣ କରାଯାଇଛି।

Comments are closed.