କରୋନା ଅପଡେଟ୍: ଦେଶରେ ଆଉ ୭,୯୭୪ ନୂଆ ମାମଲା, ୩୪୩ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୭୯୭୪ ନୂଆ କରୋନା ମାମଲା ଆସିଛି ଏବଂ ୩୪୩ ଜଣ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ୭୯୪୭ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

କରୋନା ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୪୭ ଲକ୍ଷ ୧୮ ହଜାର ୬୦୨ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୭୬ ହଜାର ୪୭୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଭାରତରେ କରୋନାରୁ ୩ କୋଟି ୪୧ ଲକ୍ଷ ୫୪ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷରୁ କମ୍ ରହିଛି | ସମୁଦାୟ ୮୭ ହଜାର ୨୪୫ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି |

ବର୍ତ୍ତମାନ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି | ମହାରାଷ୍ଟ୍ର ଏବଂ କେରଳରେ ଗତକାଲି ଆଉ ୪-୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ତାମିଲନାଡୁରେ ଏକ ମାମଲା ମଧ୍ୟ ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ଓମିକ୍ରନ୍ ମାମଲା ୭୩କୁ ବୃଦ୍ଧି ପାଇଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡିସେମ୍ବର ୧୫ ପର୍ଯ୍ୟନ୍ତ ସାରା ଦେଶରେ ୧୩୫ କୋଟି ୨୫ ଲକ୍ଷ ୩୬ ହଜାର ଡୋଜ କରୋନା ଟିକା ଦିଆଯାଇଛି।

Comments are closed.